ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଉକ୍ତ ଅଞ୍ଚଳରେ ଜଣେ ବ୍ୟକ୍ତି ଚଲାବୁଲା କରୁଥିଲେ। ତାଙ୍କ ବେଶଭୁଷା ଏବଂ କଥାବାର୍ତ୍ତାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। କିଛି ଲୋକ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ଗୋଳନ୍ଥରା ପୋଲିସରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚ ତାଙ୍କୁ ଉଦ୍ଧାର କରିବା ସହ ଥାନାକୁ ଆଣିଥିଲା। ଆକ୍ରମଣରେ ଆହତ ହୋଇଥିବା ଯୋଗୁ ପୋଲିସ ସହଯୋଗରେ ତାଙ୍କର ଚିକିତ୍ସା କରାଯାଇଥିଲା। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମଙ୍କ କହିବାନୁଯାୟୀ, ତଦନ୍ତ ବେଳେ ତାଙ୍କ ନାମ ଜି.ଶ୍ରୀନୁ(୩୫) ଏବଂ ଘର ବିଶାଖାପାଟଣା ନିକଟସ୍ଥ ଗନ୍ତିଆଡ଼ା ଗ୍ରାମରେ ବୋଲି ଜଣାପଡ଼ିଥିଲା। ବ୍ରହ୍ମପୁର ରେଳ ଷ୍ଟେସନ ନିକଟରେ ରହୁଥିବା ନିଜ ସଂପର୍କୀୟଙ୍କ ପାଖକୁ ଆସିଥିଲେ। ବ୍ରହ୍ମପୁରରେ ଉକ୍ତ ସଂପର୍କୀୟଙ୍କ ଠିକଣା ଯାଞ୍ଚ କରିବା ପରେ ଶ୍ରୀନୁଙ୍କୁ ତାଙ୍କୁ ହସ୍ତାନ୍ତର କରାଯାଇଥିବା ଏସପି ସୂଚନା ଦେଇଛନ୍ତି। ତେବେ ଗଞ୍ଜାମ ଜିଲାରେ ଏହା ପ୍ରଥମ ଘଟଣା ନୁହଁ। ପୂର୍ବରୁ ମଧ୍ୟ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା କେତେକ ବ୍ୟକ୍ତି ବିଗତ ଦିନରେ ଆକ୍ରମଣର ଶିକାର ହୋଇଛନ୍ତି। ଯାଞ୍ଚ ପରେ ପୋଲିସ ସେମାନଙ୍କ ଘରକୁ ପଠାଇବା ବ୍ୟବସ୍ଥା କରିଛି।
BREAKING NEWS
- SCO Meet in Pakistan: ଆସିଥିଲେ ପାକିସ୍ତାନ ମନ୍ତ୍ରୀ, ପାକିସ୍ତାନ ଯିବେ କି ପ୍ରଧାନମନ୍ତ୍ରୀ ମୋଦୀ?
- After Ramayana’s Global Success: ‘ରାମାୟଣ’ ଟିମକୁ ଭେଟି ଅଭିନନ୍ଦନ ଦେଲେ ଅମିତ ଶାହ, ଗର୍ଜିଅସ ଲୁକରେ ସାଇ ପଲ୍ଲବୀ
- ଛୁଟି ମିଳିଲାନି ବୋଲି ଭୋ ଭୋ କାନ୍ଦିଲେ ମହିଳା କନଷ୍ଟେବଳ
- ଆଗୁଆ ସତର୍କ ସୂଚନା ବ୍ୟବସ୍ଥା ଯୋଗୁ ଓଡ଼ିଶାରେ କମିଛି ବଜ୍ରପାତ ଜନିତ ମୃତ୍ୟୁ..
- ଶୀତରେ ଥରୁଛି ଓଡ଼ିଶା, ଝାରସୁଗୁଡ଼ାରେ ୪୮ ଘଣ୍ଟାରେ ୪.୮° ଖସିଲା ତାପମାତ୍ରା…
- ମୁମ୍ବାଇ ମେୟରଙ୍କ କାର୍ଯ୍ୟାଳୟ ସମେତ ବିଗ୍ ବିଙ୍କ ଜଲସା ବଙ୍ଗଳାଙ୍କୁ ମିଳିଲା ବୋମା ଧମକ
- A Unusual Wedding: ପରିବାର ପାଇଁ ଅଲୋଡା ବୃଦ୍ଧ-ବୃଦ୍ଧାଙ୍କ ନିଆରା ବିବାହ,ଏକାକୀପଣରୁ ସାଥୀ ପାଇବାର କାହାଣୀ…
- ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ପଶ୍ଚିମବଙ୍ଗ ସରକାର
- 18 Year Ater 26/11 Attack: ମୁମ୍ବାଇ ଆକ୍ରମଣକୁ ୧୮ବର୍ଷ, କେତେ ସୁରକ୍ଷିତ ଉପକୂଳ ସୀମା?
- Warning Labels on Packaged Food: ଏଣିକି ଖାଦ୍ୟ ପ୍ୟାକେଟ୍ରେ ରହିବ ଲାଲ୍ ବିପଦ ସଙ୍କେତ! FSSAIକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ…
Comments are closed.