Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ହେଲା ସଫଳ, ଦେଶବାସୀ ଜାଳିଲେ ଦୀପ

ଭୁବନେଶ୍ୱର: ମହାମାରୀ କରୋନା ବିରୋଧରେ ଲଢେ଼ଇ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଜି ପୂରା ଦେଶବାସୀ ଏକ ହୋଇଛନ୍ତି । ଏକାଠି ହୋଇ ସମସ୍ତେ ଏକତାର ଦୀପ ଜାଳିଛନ୍ତି । ଘରର ବତୀ ଲିଭାଇ କିଏ ମହମ ବତୀ ଜାଳିଛ ତ ଆଉ କିଏ ଦୀପ । ସେହିପରି ଆଉ କିଏ ଦେଖାଇଛନ୍ତି ଟର୍ଚ୍ଚ ଲାଇଟ । କରୋନା ବିରୋଧୀ ଲଢେ଼ଇ ପାଇଁ ସମସ୍ତେ ଏକତାର ବାର୍ତ୍ତା ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶକୁ ଦେଶବାସୀ ଗ୍ରହଣ କରିଛନ୍ତି । ସମଗ୍ର ଦେଶବାସୀଙ୍କ ସମେତ ଓଡ଼ିଶାବାସୀ ଆଜି ଘର ସମ୍ମୁଖ ଓ ବାଲକୋନିରେ ଦୀପ ଓ ଆଲୋକ ଜାଳିଛନ୍ତି । ଲୋକମାନେ ନିଜ ପରିବାର ସହିତ ମିଶି ବାଲକୋନି ଓ ନିଜ ଘର ସମ୍ମୁଖରେ ଛିଡା ହୋଇ ମହମବତୀ, ଦୀପ, ଟର୍ଚ୍ଚ ଲାଇଟ ଅଥବା ମୋବାଇଲ ଫ୍ଲାସ ଲାଇଟ ଜଳାଇଛନ୍ତି ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଜାରି କରିବା ସହ ନିବେଦନ କରିଥିଲେ ଯେ, ଆଗାମୀ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଲାନ୍ତୁ । ଏହି ଦୀପ ଜାଳିବା ଦ୍ୱାରା ଅନ୍ଧାର ଭିତରେ କରୋନାକୁ ମୁକାବିଲା କରିହେବ । ଦେଶର ୧୩୦ କୋଟି ଜନତା ମିଳିତ ଭାବେ ମହାଶକ୍ତିର ଜାଗରଣ କରନ୍ତୁ ଓ ଆମର ସଂକଳ୍ପ ନିଅନ୍ତୁ ବୋଲି ମୋଦୀ କହିଥିଲେ ।

Leave A Reply

Your email address will not be published.