Latest Odisha News

ଗାଁରେ ପଶି ୪ଟି ଘର ଭାଙ୍ଗିଲା ଦନ୍ତା, ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ

ସୁନ୍ଦରଗଡ: ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା। ଧରଣୀଧରପାଲୀ ଗାଁରେ ୪ଟି ଘର ଭାଙ୍ଗିଲା ଦନ୍ତାହାତୀ। ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ।୨ ଦିନ ହେଲା ବଣାଇ ରେଞ୍ଜରେ ଆତଙ୍କ ଖେଳାଇଛି ହାତୀ।

ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳକୁ ଏକ ଦନ୍ତା ଦେବଗଡ ଅଞ୍ଚଳରୁ ପଶି ଆସିଛି। ଗୋଗୁଆ, ତଳିତା, ନୂଆପଲ୍ଲୀ, ଧରଣୀଧରପଲ୍ଲୀ ଅଞ୍ଚଳରେ ଉତ୍ପାତ ଚଳାଇଥିବା ବେଳେ ବୁଧବାର ରାତିରେ ଧରଣୀଧରପଲ୍ଲୀ ଗାଁରେ ୪ଟି ଘର ଭାଙ୍ଗିଛି ଦନ୍ତା। ଏହାର ପ୍ରତିବାଦ କରିଛନ୍ତି ଗାଁ ଲୋକେ।

ଲୋକେ ଅତିଷ୍ଟ ହୋଇପଡିଛନ୍ତି। ହାତୀକୁ ଘଉଡାଇବାରେ ବନ ବିଭାଗ ଅସଫଳ ହେବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ସ୍ଥାନୀୟ ନର୍ସରୀକୁ ତାଲା ପକାଇ ହାତୀକୁ ତୁରନ୍ତ ଅନ୍ୟତ୍ର ନେବାକୁ ଦାବି କରିଛନ୍ତି। ବାରମ୍ବାର ଗାଁରେ ହାତୀ ପଶି ଧନଜୀବନ ନଷ୍ଟ କରୁଛି। ଲୋକେ ସବୁବେଳେ ଭୟଭୀତ ହୋଇରହୁଛନ୍ତି। ଏହାର ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ। ତୁରନ୍ତ ଏହାର ସମାଧାନ ପାଇଁ ଦାବି କରିଛନ୍ତି।

Leave A Reply

Your email address will not be published.