Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରାସ୍ତା କଡ଼ରେ ମଦ ବାରକୁ ଅନୁମତି ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା

ଯାଜପୁର: ନିୟମ ନିୟମ ବାଟରେ ଆଉ ମଦ ଦୋକାନ… ଦୋକାନ ବାଟରେ । ମନ୍ଦିର କିମ୍ବା ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା କଥା ନୁହେଁ । ହେଲେ ଏଠି ସବୁ ନିୟମକୁ ଦଳି ଚକଟି ଦେଇଛି ଅବକାରୀ ବିଭାଗ । ଯାଜପୁର ଜିଲ୍ଲା ସିଂହପୁର ରାସ୍ତାର ଆକୁଲିଆ ନିକଟରେ ଖୋଲା ଯାଇଛି ମଦ ବାର । ଏଠାରେ ବାର ଖୋଲିବା ପାଇଁ ଅବକାରୀ ବିଭାଗ ସବୁ ନିୟମକୁ ଉଲଂଘନ କରିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ବାର ଖୋଲିବା ପାଇଁ ଅନୁମତି ମିଳିଥିବା ସ୍ଥାନ ଘରବାଡ଼ିରେ ପରିବର୍ତ୍ତନ ହୋଇ ନାହିଁ । ଏପରିକି ମନ୍ଦିର ଓ ଶିକ୍ଷାନୁଷ୍ଠାନ ଥାଇ ମଦ ଦୋକାନ ଖୋଲିବାକୁ କିଭଳି ଅନୁମତି ଦିଆଗଲା ତାକୁ ନେଇ ପ୍ରଶ୍ନ ଉଠିଛି । ମଦ ବାର ଖୋଲିବା ପାଇଁ ସ୍ଥାନୀୟ ସରପଞ୍ଚ, ତହସିଲ, ବ୍ଳକ ପ୍ରଶାସନ ଠାରୁ ଏନଓସି ନେବା କଥା । କିନ୍ତୁ ଏନଓସି ନନେଇ ବାର ମାଲିକ ଜାଲ କାଗଜପତ୍ର  ଅବକାରୀ ବିଭାଗକୁ ଦେଇ ଲାଇସେନ୍ସ ହାତେଇ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏ ନେଇ ସ୍ଥାନୀୟ ଗ୍ରାମବାସୀ ଯାଜପୁର ଜିଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଶୁଣିବା ପରେ ଘଟଣାର ତଦନ୍ତ ପାଇଁ ଅବକାରୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । କେବଳ ଏହି ଗୋଟିଏ ବାର ପାଇଁ ନୁହେଁ ମଦ ଦୋକାନ ପାଇଁ ଅବକାରୀ ବିଭାଗ ଲାଇସେନ୍ସ ଦେବା ବେଳେ ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହେଉଛି ।

Leave A Reply

Your email address will not be published.