Latest Odisha News

BREAKING NEWS

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୋଦି: ସଙ୍କଟ ସମୟରେ ଇସ୍ରାଏଲ ସହ ଛିଡ଼ା ହୋଇଛି ଭାରତ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଛି ଭୟଙ୍କର ଯୁଦ୍ଧ। ଅତି ନିଷ୍ଠୁର ଭାବେ ଘରେ ପଶି ସାଧାରଣ ଲୋକଙ୍କୁ ହତ୍ୟା କରୁଛନ୍ତି ହମାସ ଆତଙ୍କୀ। ଇସ୍ରାଏଲର ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ଆତଙ୍କୀଙ୍କ ରକେଟର ମୁକାବିଲା କରୁଛି। ଶନିବାରଠାରୁ ବର୍ତ୍ତମାନ ସୁଦ୍ଧା ହଜା ୧୧୦୦ ଲୋକଙ୍କ ଜୀବନ ଗଲାଣି। ଅନେକ ସାଧାରଣ ଜନତା ଏବଂ ସେନା ଜୀବନ ହାରିଲେଣି। ଉତ୍ତେଜନାମୂଳକ ପରିସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଏବଂ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଫୋନ୍ ଯୋଗେ ବାର୍ତ୍ତାଳାପ ହୋଇଛି। ଏହି ସମୟରେ ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଆକ୍ରମଣର ସାମ୍ପ୍ରତିକ ପରିସ୍ଥିତିକୁ ଖୋଲାଖୋଲି ଭାବେ ଆଲୋଚନା କରାଯାଇଥିଲା।

ଇସ୍ରାଏଲ୍ ଦେଇଥିବା ସୂଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନେତନ୍ୟାହୁଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଆଶ୍ୱାସନା ଦେଇଛନ୍ତି ଯେ ଏହି କଷ୍ଟ ସମୟରେ ଭାରତ ଇସ୍ରାଏଲ ସହ ଛିଡା ହୋଇଛି। ମୋଦି କହିଛନ୍ତି, ନେତନ୍ୟାହୁ ଫୋନ କରିଥିଲେ ଏବଂ ଏହି ସମୟରେ ମୁଁ ତାଙ୍କୁ କହିଛି ଆମେ କଷ୍ଟ ସମୟରେ ଆପଣଙ୍କ ସହ ଅଛୁ।

ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ମୋତେ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଫୋନ କରି ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଏହି କଷ୍ଟ ସମୟରେ ଭାରତର ଲୋକମାନେ ଇସ୍ରାଏଲ ସହିତ ଦୃଢ ଭାବରେ ଠିଆ ହୋଇଛନ୍ତି। ଭାରତ ଆତଙ୍କବାଦକୁ ଏହାର ସମସ୍ତ ରୂପକୁ ନିନ୍ଦା କରୁଛି। ଏପରି କଠିନ ସମୟରେ ଆମେ ଇସ୍ରାଏଲ ସହ ରହିଛୁ।

Comments are closed.