ପୃଥିବୀର ନିକଟତମ ଗ୍ରହ ହେଉଛି ସୂର୍ଯ୍ୟ । ସୂର୍ଯ୍ୟ ସବୁଆଡ଼େ ଦୃଶ୍ୟମାନ ହୁଅନ୍ତି । ଦୁନିଆରେ କେବଳ ଗୋଟିଏ ସୂର୍ଯ୍ୟ ଅଛନ୍ତି ତାହା ସମସ୍ତେ ଜାଣନ୍ତି । କିନ୍ତୁ ଦୁଇଟି ସୂର୍ଯ୍ୟ କେବେ ଦେଖିଛନ୍ତି? ଏବେ ସୋସିଆଲ ମିଡିଆରେ ଦୁଇଟି ସୂର୍ଯ୍ୟଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖି ଲୋକେ ବିଶ୍ୱାସ କରିବା ତ ଦୂରର କଥା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଜଣେ ବ୍ୟକ୍ତି ସମୁଦ୍ରରେ ଏକ ଜାହାଜରୁ ଏହି ଦୁଇଟି ସୂର୍ଯ୍ୟର ଭିଡ଼ିଓ ରେକର୍ଡ଼ କରିଛନ୍ତି । ଗୋଟିଏ ସୂର୍ଯ୍ୟ ଆକାଶରେ ଝଲସି ଉଠୁଥିବା ବେଳେ ଆଉ ଗୋଟେ ଏହାର କିଛି ଦୂରରେ ମେଘରେ ଲୁଚି ରହିଥିବା ଦେଖାଯାଇଥିଲା । ଭିଡିଓରେ କୁହାଯାଇଥିଲା ଯେ, ଆକାଶରେ ଦୁଇଟି ସୂର୍ଯ୍ୟ ଦୃଶ୍ୟମାନ ହୋଇଛନ୍ତି । ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ କ୍ୟାମେରାରେ କଏଦ ହୋଇ ସେୟାର କରାଯାଇଛି । ପ୍ରଥମେ ଲୋକମାନେ ଆଶ୍ଚର୍ଯ୍ୟ ହେବା ସହ ବିଶ୍ୱାସ କରିନେଲେ ଯେ, ଆକାଶରେ ଦୁଇଟି ସୂର୍ଯ୍ୟ ପ୍ରକୃତରେ ଦୃଶ୍ୟମାନ ହୋଇଛନ୍ତି ।
ଅନେକ ଲୋକ ବିଶ୍ୱାସ କରିପାରିଲେ ନାହିଁ ଯେ, ଦୁନିଆରେ ଦୁଇଟି ସୂର୍ଯ୍ୟ କେଉଁଠାରୁ ଆସିଲା? ବାସ୍ତବରେ ଏଠାରେ ଦୃଶ୍ୟମାନ ହେଉଥିବା ସୂର୍ଯ୍ୟଙ୍କ ମଧ୍ୟରୁ ଗୋଟିଏ ଚନ୍ଦ୍ର ରହିଥିଲା । ଏହାପୂର୍ବରୁ ୨୦୧୬ରେ ଦାବି କରାଯାଇଥିଲା ଯେ, ଆମେରିକା ଏବଂ କାନାଡାରେ ମଧ୍ୟ ଦୁଇଟି ସୂର୍ଯ୍ୟ ଦେଖାଯାଇଛି । କିନ୍ତୁ ସେତେବେଳେ ମଧ୍ୟ ସେମାନଙ୍କ ମଧ୍ୟରୁ କେବଳ ଗୋଟିଏ ଥିଲା ଚନ୍ଦ୍ର ।
Comments are closed.