Latest Odisha News

BREAKING NEWS

କୁମ୍ଭୀରକୁ ଧରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ଲୋକେ ଦୌଡ଼ିଲେ

ଆଜିକାଲି ଫଟୋ ହେଉ ବା ଭିଡ଼ିଓ କରିବା ଏକ ପ୍ରକାର ଫ୍ୟାଶନ ହୋଇଗଲାଣି । ଲୋକେ ଭିଡ଼ିଓ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇବାକୁ ବି ପଛାନ୍ତି ନାହିଁ । ନିକଟରେ ଏମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁମ୍ଭୀର ସାଙ୍ଗରେ ଫଟୋ ଉଠାଇବା ଯୁବତୀଙ୍କୁ ମହଙ୍ଗା ପଡ଼ିଛି ।

ଦୁନିଆରେ ଅନେକ ବିପଦଜ୍ଜନକ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ କୁମ୍ଭୀର ଅନ୍ୟତମ । ସାଧାରଣତଃ କୁମ୍ଭୀରକୁ ଦୂରରେ ଦେଖିଲେ ବି ଲୋକେ ଭୟ କରିଥାନ୍ତି । ଏହାର ଆଖପାଖକୁ ଯିବାକୁ ବି ଡ଼ରନ୍ତି । ହେଲେ କିଛି ଯୁବକ ଯୁବତୀ କୁମ୍ଭୀର ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ରାସ୍ତା କଡ଼ରେ ଏକ କୁମ୍ଭୀର ଶୋଇଛି । କୁମ୍ଭୀରଟିକୁ ଦେଖି କିଛି ଯୁବକଯୁବତୀ ଆସି ଛୁଇଁବାକୁ ଚେଷ୍ଟା କରୁଛନ୍ତି । ସମସ୍ତେ କୁମ୍ଭୀର ସହିତ ଫଟୋ ନେଉଛନ୍ତି । ତା’ପରେ ହଠାତ୍ କୁମ୍ଭୀରଟି ଯୁବତୀଙ୍କୁ ଆକ୍ରମଣ କରୁଛି । ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ପ୍ରାଣ ବିକଳରେ ଦୌଡ଼ିବା ଆରମ୍ଭ କରିଛନ୍ତି ।

ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ଦେଇଛନ୍ତିି । ଏପରି ବିପଜ୍ଜନକ ପ୍ରାଣୀ ପାଖକୁ ନ ଯିବାକୁ ଅନେକ ପରାମର୍ଶ ଦେଇଛନ୍ତି ।

Comments are closed.