କଟକ: ମହାନଗର ନିଗମ ଅଞ୍ଚଳରେ ବଡୁଛି କରୋନା ସଂକ୍ରମଣ । କେମିତି ମୁକାବିଲା କରାଯିବ ଓ କରୋନା ଚେନ୍ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି କଟକ ମହାନଗର ନିଗମ ଓ ସ୍ଥାନୀୟ ପ୍ରଶାସନ । ଆଜି ସିଏମସି କାର୍ଯ୍ୟଳୟରେ ଏକ ଜରୁରିକାଳୀନ ବୈଠକରେ କରୋନା ମୁକାବିଲା ନେଇ ଆଲୋଚନା ହୋଇଛି ।
ନିଷ୍ପତ୍ତି ହୋଇଛି, ପ୍ରତ୍ୟେକ ସମ୍ପ୍ରଦାୟରେ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ଆଇଆଇସିଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ସ୍ପେସାଲ୍ ପୋଲିସ ଅଫିସର୍ସ (ଏସପିଓ) ଟିମ୍ ଗଠନ କରାଯିବ । ସେମାନେ ସ୍ଥାନୀୟ ଲୋକଙ୍କ ସମର୍ଥନରେ ମହାମାରୀ ମୁକାବିଲ୍ ସହ ସହରରେ କରୋନା ଚେନ୍ ଭାଙ୍ଗିବା ଦିଗରେ କାମ କରିବେ ।

ପ୍ରଶାସନ ଜନସାଧାରଣଙ୍କ ସମର୍ଥନ ଓ ସହଯୋଗରେ କରୋନା ଭଳି ଅଦୃଶ୍ୟ ଶକ୍ତି ବିରୋଧରେ ଲଢ଼ିବା ପାଇଁ ନିଷ୍ପତ୍ତି ହୋଇଛି । କରୋନା ବିରୋଧରେ ପିପୁଲ୍ସ-ଡ୍ରାଇଭ-ଫାଇଟ୍ ଚାଲିବ । ପ୍ରଶାସନ ନେଉଥିବା ପଦକ୍ଷେପକୁ ସମସ୍ତେ ସମର୍ଥନ ଜଣାଇବା ସହ କରୋନା କଟକଣାକୁ ମାନିବେ ବୋଲି ମତ ପ୍ରକାଶ ପାଇଛି ।

ବୈଠକରେ ସିଏମସି ଅଧିକାରୀ, କର୍ମଚାରୀ, କଟକ ଡିସିପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ, ବିଭିନ୍ନ ପୂଜା କମିଟି ପ୍ରତିନିଧି, ବିଭିନ୍ନ ସମ୍ପ୍ରଦାୟର କର୍ମକର୍ତ୍ତା ଯୋଗ ଦେଇଥିଲେ । କରୋନା ଚେନ୍ ଭାଙ୍ଗିବା ପାଇଁ ସ୍ୱତନ୍ତ୍ର ରଣନୀତି ସହ କାମ କରିବା ନେଇ ମତ ପ୍ରକାଶ ପାଇଛି । ମୁକାବିଲା ଦିଗରେ ଆସୁଥିବା ଆହ୍ୱାନକୁ ହରବାସୀ ଗ୍ରହଣ କରିଛନ୍ତି ।
BREAKING NEWS
- ୨୧ ଫେରିବାଲାଙ୍କୁ ବାନ୍ଧିଲା ପୋଲିସ; ୧୦୬୬ ମୋବାଇଲ ସହ ଅଳଙ୍କାର,ବାଇକ୍ ଜବତ
- ୩ ବରିଷ୍ଠ ଆଇଏଏସଙ୍କୁ ପଦୋନ୍ନତି ଦେଲେ ଓଡ଼ିଶା ସରକାର
- ଅଷ୍ଟ୍ରେଲିଆନ ଓପନ ଟେନିସ: ର୍ୟାବକିନା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ
- ଇରାନରେ ଜୋରଦାର ବିସ୍ଫୋରଣ; ପୋର୍ଟ ଓ ଆବାସିକ କୋଠା କ୍ଷତିଗ୍ରସ୍ତ…
- ୧୦ ବିଭାଗର ୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର; ନିର୍ମାଣ ହେବ ପ୍ରତିରକ୍ଷା ଏବଂ ଏରୋସ୍ପେସ ସାମଗ୍ରୀ
- ମୋଦିଙ୍କ ଗସ୍ତ ପୂର୍ବରୁ ବୋମା ଧମକ, ଆଲର୍ଟରେ ପ୍ରଶାସନ…
- ଆଇଏଫଏସ ଅଧିକାରୀ କେ.ମୁରୁଗେସାନ୍ ହେଲେ ନୂଆ ପିସିସିଏଫ
- Puri Drowning: ଚକ୍ରତୀର୍ଥ ରୋଡ୍ ସମୁଦ୍ରରେ ବୁଡ଼ି ମାଆ,ପୁଅଙ୍କ ମୃତ୍ୟୁ; ଉଭୟ ଝାଡ଼ଖଣ୍ଡର…
- ହାତୀ ମୃତ୍ୟୁ ମାମଲା; ଏସିଏଫ ସୂର୍ଯ୍ୟକାନ୍ତ ବେହେରା ନିଲମ୍ବିତ
- ରଣଜୀ ଟ୍ରଫି: ଓଡିଶା ୨୨୧ ରନରେ ଅଗ୍ରଣୀ
Comments are closed.