Latest Odisha News

BREAKING NEWS

ଓଡ଼ିଶାରେ ମୁଣ୍ଡପିଛା ଆୟ ୨୦୧୧ରୁ ବଢ଼ିଛି

ଭୁବନେଶ୍ୱର: ୨୦୧୧ଠାରୁ ଓଡ଼ିଶାରେ ମୁଣ୍ଡପିଛା ଆୟ ବଢ଼ିଛି । ୨୦୧୧ ରୁ ୨୦୨୦ ପର୍ୟ୍ୟନ୍ତ ଓଡ଼ିଶାର ମୁଣ୍ଡପିଛା ଆୟ ଦେଶର ଆୟର ତୁଳନାରେ ଅଧିକ । ଏକଥା କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଏକଥା କହିଛନ୍ତି ରାଜୀବ କୁମାର ।

ସେ କହିଛନ୍ତି ଯେ, ଓଡ଼ିଶାରେ ଖଣି, ପର୍ୟ୍ୟଟନ ଓ କୃଷି କ୍ଷେତ୍ରରେ ଅନେକ କାମ ହୋଇପାରିବ । ରାଜ୍ୟରେ ଭରପୂର ଖଣିଜ ପଦାର୍ଥ ମହଜୁଦ୍ ରହିଛି । ତାହା କିପରି ଅଧିକ ବଢିପାରିବ ଓ ଅଧିକ ସଦୁପୋଯୋଗ ନେଇ ମଧ୍ୟ ଆଲୋଚନା ହେବ । ଏହା ସହ ଓଡିଶାର ପର୍ୟ୍ୟଟନ ଓ କୃଷିର ଅଗ୍ରଗତି କିପରି ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ।

Leave A Reply

Your email address will not be published.