Latest Odisha News

୪୩ ବର୍ଷ ପରେ ଆଶେସ ସିରିଜ କାର୍ଯ୍ୟସୂଚୀରେ ଦେଖିବାକୁ ମିଳିଲା ଏହି ପରିବର୍ତନ

ଲଣ୍ଡନ: କ୍ରିକେଟର ସବୁଠାରୁ ପୁରୁଣା ଏବଂ ସମ୍ମାନଜନକ ଆଶେସ ସିରିଜର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ସିରିଜ ଆସନ୍ତା ବର୍ଷ ନଭେମ୍ବରର ଶେଷ ଭାଗରେ ପର୍ଥରୁ ଆରମ୍ଭ ହେବ । ୪୩ ବର୍ଷ ପରେ ପର୍ଥରେ ଏହି ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ନଭେମ୍ବର ୨୧ରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଏହା ପରେ ଦ୍ୱିତୀୟ ଟେଷ୍ଟ ଗାବାରେ ଡିସେମ୍ବର ୪ରୁ, ତୃତୀୟ ଟେଷ୍ଟ ଆଡିଲେଡ ଓଭାଲରେ ଡିସେମ୍ବର ୧୭ରୁ, ଚତୁର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଡିସେମ୍ବର ୨୬ରୁ ଓ ୫ମ ଟେଷ୍ଟ ସିଡନୀରେ ଜାନୁୟାରୀ ୪ରୁ ଖେଳାଯିବ । ଏହି ସିରିଜ ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ୨୦୨୫-୨୭ର ଅଂଶବିଶେଷ ହେବ ।

ଏହି ସିରିଜରେ ଜୋ ରୁଟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଆନ୍ତର୍ଜାତୀୟ ଟେଷ୍ଟରେ ୩୫ ଶତକ ହାସଲ କରିଥିଲେ ମଧ୍ୟ ସେ ଅଷ୍ଟ୍ରେଲିଆରେ ଶତକ ଅର୍ଜନ କରି ନାହାନ୍ତି । ଇଂଲଣ୍ଡ ୨୦୧୦ ପରଠାରୁ ଅଷ୍ଟ୍ରେଲିଆରେ କୌଣସି ସିରିଜ ଜିତି ନାହିଁ । ନିକଟରେ ଇଂଲଣ୍ଡର ଖେଳାଯାଇଥିବା ସିରିଜ ୨-୨ ସମାନ ସ୍ଥିତିରେ ରହିଥିଲା । ଚଳିତ ବର୍ଷ ଭାରତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଯିବା ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ।

Leave A Reply

Your email address will not be published.