ନୂଆଦିଲ୍ଲୀ: ପାଖାପାଖି ୭ ଦିନ ହେବ ପେରୁରେ ଏଲିୟନ୍ସ ଭୟ ସାଧାରଣ ଜନତାଙ୍କୁ ଘାରିଛି । ଏପରିକି ଲୋକ ୭ଫୁଟର ଏଲିୟନ୍ସ ଦେଖିଥିବା ଦାବୀ କରିଛନ୍ତି । ଏହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସ୍ଥାନୀୟ ଗ୍ରାମବାସୀଙ୍କ ଅନୁସାରେ ଏହି ପରଗ୍ରହୀ ମଣିଷର ମୁହଁକୁ ଟାର୍ଗେଟ କରୁଛି । ପେରୁ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ସେମାନଙ୍କ ମତରେ ସୁନା ମାଫିଆମାନେ ଏ ଭଳି ଭୟ ସୃଷ୍ଟି କରାଇ ସେମାନଙ୍କ କାର୍ଯ୍ୟ ସୁରୁଖୁରୁରେ କରାଇ ନେଉଛନ୍ତି । ନିଜ ଲୋକଙ୍କୁ ବିଭିନ୍ନ ପ୍ରକାରର ପୋଷାକ ପିନ୍ଧାଇ ସେମାନେ ଏହି ଷଡଯନ୍ତ୍ର ରଚୁଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମତରେ ପରଗ୍ରହୀ ଉପରେ ଗୁଳିର ପ୍ରଭାବ ମଧ୍ୟ ପଡୁନି ।
ସେଠାକାର ଜଣେ ଶିକ୍ଷକ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ଏ ଭଳି କାଣ୍ଡ ରଚା ଯାଉଛି । ଏଲିୟନ୍ସ ୭ଫୁଟ ଉଚ୍ଚତାର, ଆଖି ହଳଦିଆ, ଜୋତା ଗୋଲ ଓ ହିଲରେ ଲାଇଟ ଜଳୁଛି ବୋଲି ଗ୍ରାମବାସୀମାନେ କହିଛନ୍ତି । ମାଫିଆଙ୍କ ଭୟେୀ ଲୋକେ ଏବେ ନାନୟ ନଦୀ ନିକଟରେ ପ୍ରହରା ଦେବାରେ ଲାଗିଛନ୍ତି । ସୂଚଯୋଗ୍ୟ, ଆମେରିକାର କେତେକ ମାଫିଆ ଏଠାକାର ସୁନା ଖଣି ଉପରେ ଅନେକ ଦିନ ହେବ ଲୋଲୁପ ଦୃଷ୍ଟି ପକାଇ ଆସିଛନ୍ତି ।
Comments are closed.