ତାଇୱାନ: ସାଧାରଣତଃ ଦେଖାଯାଏ କିଛି ପଶୁ ମଣିଷ ସହିତ ରହିବାକୁ ପସନ୍ଦ କରିଥାନ୍ତି । ସେଥିମଧ୍ୟରୁ କୁକୁର ଏବଂ ବିଲେଇ ହେଉଛନ୍ତି କେବଳ ମଣିଷର ବନ୍ଧୁ । ମଣିଷ ସେମାନଙ୍କୁ ପରିବାର ସଦସ୍ୟ ବା ନିଜ ପିଲା ପରି ଯତ୍ନ ନେଇଥାନ୍ତି । ଯେତେବେଳେ ସେମାନେ ବାହାରକୁ ଯାଆନ୍ତି, ସେତେବେଳେ ସେ ପଶୁକୁ ସାଙ୍ଗରେ ନେଇଯାଆନ୍ତି । ବର୍ତ୍ତମାନ ଏହା ଅନେକ କାର୍ଯ୍ୟାଳୟରେ ବି ଦେଖିବାକୁ ମିଳୁଛି ଯେ ଲୋକମାନେ ସେମାନଙ୍କର ଗୃହପାଳିତ ପଶୁକୁ ସାଙ୍ଗରେ ଆଣୁଛନ୍ତି । ଏହି ପଶୁମାନେ ଅଫିସରେ ମଧ୍ୟ ସମସ୍ତଙ୍କ ପାଇଁ ପ୍ରିୟ ଅଟନ୍ତି । କିନ୍ତୁ ତାଇୱାନରେ ଏକ ନିଆରା ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ବିଲେଇକୁ ଷ୍ଟେସନ ମାଷ୍ଟର ଦାୟିତ୍ୱ ଦିଆଯାଇଛି । ଏହାକୁ ନେଇ ସେ ଏବେ ଖୁବ୍ ଚର୍ଚ୍ଚାରେ । ସୋସିଆଲ ମିଡ଼ିଆରେ ଏହାର ଫଟୋ ଖୁବ୍ ଭାଇରାଲ ହେଉଛି ।
ଏହି ବିଲେଇର ନାମ ହେଉଛି ମିକାନ୍ । ମିକାନକୁ ତାଇୱାନର ଏକ ଷ୍ଟେସନର ମାଷ୍ଟର କରାଯାଇଛି, ଯେଉଁଥିପାଇଁ ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବିଲେଇ କୌଣସି ସାଧାରଣ ବିଲେଇ ନୁହେଁ । ଏହା ସୋସିଆଲ ମିଡିଆରେ ଖୁବ୍ ଲୋକପ୍ରିୟ । ଏହାର ଅନେକ ଫଲୋଅର୍ସ ବି ଅଛନ୍ତିି । ଏହି ବିଲେଇକୁ ସମ୍ମାନଜନକ ଷ୍ଟେସନ ମାଷ୍ଟର କରାଯାଇଛି । ଦେଖିବାକୁ ମିଳେ ଯେ ସେ କ୍ୟାମ୍ପସ ଭିତରେ ଥିବା ଏକ ଚେୟାର ଉପରେ ବିଶ୍ରାମ ନେଉଛିି । କେବଳ ଏତିକି ନୁହେଁ ଏହି ବିଲେଇ ମଧ୍ୟ ଟ୍ରେନରେ ଯାତ୍ରା କରୁଛି । ତାଇୱାନରେ ଚାଲୁଥିବା କାଓହସିଙ୍ଗ ମେଟ୍ରୋ ୧୫ ବର୍ଷ ପୂରଣ କରିଛି । ଏହି ମୁହର୍ତ୍ତକୁ ସ୍ୱତନ୍ତ୍ର କରିବା ପାଇଁ ବିଲେଇକୁ ଷ୍ଟେସନ ମାଷ୍ଟର କରାଯାଇଥିଲା ।
Comments are closed.