Latest Odisha News

୬ ଫୁଟ କୁକୁରକୁ ସିଂହ ଭାବି ଡ଼ରୁଛନ୍ତି ଲୋକେ, ୩ ବର୍ଷରେ ଖାଇଲାଣି ୧୦ ଲକ୍ଷ ଟଙ୍କାର ମାଂସ

ଅନେକଙ୍କର ପୋଷା ଜୀବ ପାଳିବା ଖୁବ୍ ସଉକ ଥାଏ । ସେଥିପାଇଁ ସେମାନେ ଘରେ କୁକୁର,ବିଲେଇ ଭଳି ଗୃହପାଳିତ ପଶୁଙ୍କୁ ପାଳିଥାନ୍ତି । ବିଶେଷକରି ବିଭିନ୍ନ ହାଇବ୍ରିଡ଼୍ ପ୍ରଜାତିର କୁକୁର ପାଳିବା ନେଇ ଅନେକଙ୍କର ଖୁବ୍ ଆଗ୍ରହ ଥିବା ଦେଖିବାକୁ ମିଳେ । କିନ୍ତୁ ଏମିତି ଜଣେ ବ୍ୟକ୍ତି ଗୋଟେ କୁକୁର ପାଳିଛନ୍ତି ଯାହାର ଉଚ୍ଚତା ୬ ଫୁଟ । ବାହାରକୁ ଗଲେ ଲୋକେ ସିଂହ ଭାବି ଭୟରେ ଦୌଡ଼ି ପଳାଉଛନ୍ତି । ଏହି କୁକୁରକୁ ପାଳିବାକୁ ସେ ବହୁ ଅସୁବିଧା ବି ଭୋଗୁଛନ୍ତି । ଏବେ ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହି କୁକୁର ନାମ ହେଉଛି କେଞ୍ଜୋ । ଏହାକୁ ପ୍ରଥମେ ଜଣେ ବ୍ୟକ୍ତି ପାଳିଥିଲେ । ହେଲେ କୁକୁରଟିର ବଢିବା ସହିତ ଖାଦ୍ୟର ପରିମାଣ ବି ବୃଦ୍ଧି ପାଇଲା । ତେଣୁ ସେ କୁକୁରଟିକୁ ଠିକ୍ ଭାବେ ପାଳି ନ ପାରିବାରୁ ଜମାଲ ମିୟା ନାମକ ଜଣେ ବ୍ୟକ୍ତିଙ୍କୁ ଦେଇଦେଲେ । ଇତିମଧ୍ୟରେ ତିନିବର୍ଷ ବିତିଗଲାଣି । ସେବେଠାରୁ ଆଜି ପର୍ଯ୍ୟନ୍ତ ଜମାଲ ଓ କେଞ୍ଜୋ ଏକାଠି ରହୁଛନ୍ତି । ଯିଏ ଏହାକୁ ପ୍ରଥମ ଦେଖେ ହଠାତ୍ ସିଂହ ବୋଲି ଭାବେ । କେଞ୍ଜୋ ଗୋଟେ ସେଣ୍ଟ୍ରାଲ ଏସୀୟ ଶେଫହାର୍ଡ଼ ପ୍ରଜାତିର କୁକୁର ।
ବର୍ତ୍ତମାନ କେଞ୍ଜୋଙ୍କ ବୟସ ମାତ୍ର ତିନି ବର୍ଷ । କିନ୍ତୁ ଏହି ବୟସରେ ଏହାର ଓଜନ ୮୫ କିଲୋଗ୍ରାମରୁ ଅଧିକ ବୃଦ୍ଧି ପାଇଛି । ଯେତେବେଳେ ସେ ତାଙ୍କ ପଛ ଗୋଡରେ ଠିଆ ହୁଏ, ତାର ଉଚ୍ଚତା ୬ ଫୁଟ ଅତିକ୍ରମ କରେ । ଜମାଲ କହିଛନ୍ତି ଯେ, ଯେତେବେଳେ ସେ କେଞ୍ଜୋ ସହ ବାହାରକୁ ଯାଆନ୍ତି, ସମସ୍ତେ ତାକୁ ଦେଖିବାକୁ ଭିଡ଼ ଜମାନ୍ତି । କିନ୍ତୁ କିଛି ଲୋକ ସିଂହ ଭାବି ଦୌଡ଼ି ବି ପଳାନ୍ତି । ୩ ବର୍ଷ ଭିତରେ କେଞ୍ଜୋର ଖାଦ୍ୟ ପାଇଁ ପ୍ରାୟ ଦଶ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲେଣି । ସେ ପ୍ରତ୍ୟେକ ଦିନ ଅଢେଇ କିଲୋ କଞ୍ଚା ମାଂସ ଖାଇଥାଏ । ଆଗକୁ ସେ ବଡ଼ ହେଲେ ତାର ଖାଦ୍ୟର ପରିମାଣ ବି ବୃଦ୍ଧି ପାଇବ । ତେଣୁ ତାକୁ ପୋଷିକା କଷ୍ଟକର ହୋଇପଡ଼ିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.