Latest Odisha News

BREAKING NEWS

ଅଫେରା ରାଇଜରେ ମହେଶ୍ୱର, ଝୁରୁଛି ପୋଷା କୁକୁର

ପୁରୀ: ଆରପାରିରେ ପୂର୍ବତନ ବାଚସ୍ପତି, ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ମହେଶ୍ବର ମହାନ୍ତି । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ହଜାର ହଜାର ସ୍ଥାନୀୟ ଜନତା, କର୍ମୀ ଓ ରାଜନେତା, ତାଙ୍କ ବାସଭବନ, ପୁରୀ ପାର୍ଟି ଅଫିସ ଓ ସ୍ୱର୍ଗଦ୍ବାରରେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପୁରୀ ସ୍ବର୍ଗଦ୍ବାରରେ ମହେଶ୍ୱର ମହାନ୍ତି ଅମର ରହେ ଧ୍ୱନି ମଧ୍ୟରେ ରାଷ୍ଟ୍ରୀୟ ସମ୍ମାନ ସହ ହେଲା ଶେଷକୃତ୍ୟ ସମ୍ପନ୍ନ ।

ମହେଶ୍ବରଙ୍କ ବିୟୋଗକୁ ସହଜରେ ପରିବାର ଲୋକେ ଗ୍ରହଣ କରିପାରୁନଥିବାବେଳେ, ତାଙ୍କୁ ସପ୍ତାହେ ହେଲା ନଦେଖି ଝୁରି ହେଉଛି ପୋଷା କୁକୁର ମ୍ୟାକ୍ସ । ତାଙ୍କ ସାଥିରେ ରହୁଥିଲା ମାକ୍ସ । ତାକୁ ହାତରେ ରୁଟି ଖୋଇ ଦେଉଥିଲେ । ମ୍ୟାକ୍ସ କୁ ଦିନେ ନଦେଖିଲେ ବିଚଳିତ ହୋଇଯାଆନ୍ତି ମହେଶ୍ବର । ଆଉ ମ୍ଯାକ୍ସ ବି ମହେଶ୍ୱରଙ୍କୁ ନଦେଖିଲେ ବିକଳ ହୁଏ । ହେଲେ ସିଏ ଯେ କେମିତି ଜାଣନ୍ତା ଯେ ଆଉ ନାହାଁନ୍ତି ମହେଶ୍ବର ।

ଅଫେରନ୍ତା ରାଇଜକୁ ଚାଲି ଯାଇଛନ୍ତି ତାର ପ୍ରିୟର ମଣିଷ । ତାକୁ ଆଉ ପୂର୍ଵଭଳି ଗେଲ କରିବେନି କି କଥା ନମାନିଲେ ଆକଟ ମଧ୍ୟ କରିବେନି । ଆଉ ଦୋକାନରୁ ଆଣିଥିବା କ୍ଷୀର ସହ ରୁଟି ବୁଡାଇ ନିଜ ହାତରେ ଖୁଆଇ ଦେବେନି । ସିଏ ତ କେବଳ ସ୍ନେହ ରଙ୍କୁଣା ପଶୁଟିଏ । କୁକୁର କୂଳରେ ଜନ୍ମ । ସେ ବା କେମିତି ଜାଣନ୍ତା ତାକୁ ବାପା ପରି ଭଲ ପାଉଥିବା ମହେଶ୍ବର ଆଉ ନାହାନ୍ତି ।

ଅକ୍ଟୋବର ୩୧ ତାରିଖରୁ ଯାଇଛନ୍ତି ଯେ ଯାଇଛନ୍ତି । ମହେଶ୍ୱରଙ୍କୁ ସପ୍ତାହେ ହେଲା ଦେଖିନି ସେ । ଦୁଇ ଦିନ ହେଲା ଖାଇବା ବି ଛାଡିସାରିଲାଣି । ଖାଲି ଏପାଖକୁ ସେପାଖ ଦୌଡୁଛି । ଥୟ ଧରୁନି । ତାର ଅପଲକ ନୟନ ଖୋଜିବୁଲୁଛି ତାର ସେହି ପ୍ରିୟ ମଣିଷଟିକୁ, କାଳେ ବାବୁ ଚାଲିଆସିବେ । ତା ଦେହ ଆଉଁସି ଦେବେ ପାଣି ପିଆଇ ଦେବେ ।

ଅଫେରା ରାଇଜକୁ ଚାଲିଯାଇଥିବା ମହେଶ୍ବର ଯେ ଆଉ ଫେରିବେନି ଏକଥା ମ୍ୟାକ୍ସ କୁ ବୁଝାଇବା ବା କିଏ । ଅନ୍ୟପଟେ ତିନି ଦଶନ୍ଧି ଧରି ଅଣ କଂଗ୍ରେସ ରାଜନୀତିରେ ସକ୍ରିୟ ଥିବା ମହେଶ୍ୱର ମହାନ୍ତି ଏବେ ଇତିହାସ ପାଲଟି ଯାଇଛନ୍ତି । ତାଙ୍କ ଅବର୍ତ୍ତମାନରେ ସ୍ଥାନୀୟ ନେତା ଓ କର୍ମୀ ମୂରବୀ ଶୂନ୍ୟ ମନେ କରୁଛନ୍ତି ।

Comments are closed.