Latest Odisha News

BREAKING NEWS

କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର: ପିଟର ତିର୍କୀଙ୍କୁ ଲାଇଫ ଟାଇମ, ହରିପ୍ରସାଦ ଶ୍ରେଷ୍ଠ କୋଚ

ଭୁବନେଶ୍ୱର: ୨୦୨୦-୨୧ ପାଇଁ ଓଡିଶାର ଖ୍ୟାତନାମା ଆନ୍ତର୍ଜାତୀୟ ହକି ଖେଳାଳି ପିଟର ତିର୍କୀ ଏବଂ ପ୍ରତିଷ୍ଠିତ କୋଚ ହରିପ୍ରସାଦ ପଟ୍ଟନାୟକଙ୍କୁ କମଲ ଗାଙ୍ଗୁଲୀ ସ୍ମାରକୀ କ୍ରୀଡା ପୁରସ୍କାର ନିମନ୍ତେ ମନୋନୀତ କରାଯାଇଛି । ପୂର୍ବତନ କ୍ରିକେଟ କୋଚ କମଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ପୁରସ୍କାର ୨୦୧୨ରୁ ଶହୀଦ ସ୍ପୋର୍ଟିଂ ପକ୍ଷରୁ ପ୍ରଦାନ କରାଯାଇ ଆସୁଛି । ୧୯୮୨ରେ ପିଟର ମାଲେସିଆରେ ଅନୁଷ୍ଠିତ ଜୁନିୟର ହକି ବିଶ୍ୱକପ ଟିମରେ ଜାତୀୟ ଦଳରୁ ସ୍ଥାନ ପାଇଥିଲେ । ସେ ଓଡିଶାର ପ୍ରଥମ ଆନ୍ତର୍ଜାତୀୟ ଖେଳାଳି ହେବା ସୌଭାଗ୍ୟ ମଧ୍ୟ ଅର୍ଜନ କରିଛନ୍ତି । ୧୯୮୪ ଲସ ଏଞ୍ଜେଲ୍ସ ଅଲିମ୍ପିକ କ୍ୟାମ୍ପରେ ମଧ୍ୟ ସେ ସାମିଲ ଥିଲେ ।

ସେହିପରି ଓଡିଶାରେ କରାଟେ, ଶୁଟିଂ, ୱେଟଲିଫ୍ଟିଂ ପରି ଏକାଧିକ କ୍ରୀଡାର ପ୍ରସାରରେ ମୂଖ୍ୟ ଭୂମିକା ଗ୍ରହଣ କରିଥିବା ହରିପ୍ରସାଦ ପଟ୍ଟନାୟକଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର ପ୍ରଦାନ କରାଯିବ । ପୂର୍ବରୁ କିଶୋର ମାଣିଆ, ଜୋସ ଜ୍ୟାକବ, ନନ୍ଦ କିଶୋର ପଟ୍ଟନାୟକ, ନୀଳମାଧମ ଦେଓ, ଅଶୋକ ମିଶ୍ର, ରଶ୍ମିତା ମହାନ୍ତି ଓ ଶିବ ପ୍ରସାଦ ଦାସଙ୍କୁ ଶ୍ରେଷ୍ଠ କୋଚ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୪ରୁ ପ୍ରଦାନ କରାଯାଇଥିବା ଲାଇଫ ଟାଇମ ପୁରସ୍କାର ମଦନମୋହନ ମହାନ୍ତି, ବିଜୟ ଶତପଥୀ, ଅରୂପାନନ୍ଦ ରାଉତରାୟ, ଅଶୋକାନନ୍ଦ ଜେନା, ଅଶୋକ ମହାନ୍ତି ପାଇଛନ୍ତି ।

Comments are closed.