Latest Odisha News

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରମୁହାଁ, ଆଜି କେତେ ବଢ଼ିଲା ?

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ତେଲ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ବୃଦ୍ଧି  କରିଛନ୍ତି। ଗତ ୧୪ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮.୪୦ ଟଙ୍କା ବୃଦ୍ଧି ପାଇଛି।ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନ ଲିଟର ପିଛା ଯଥାକ୍ରମେ ୧୦୩.୮୧ ଟଙ୍କା ଏବଂ ୯୫.୦୭ ଟଙ୍କା ରହିଛି।

ସେହିପରି ଗତ ୧୪ ଦିନ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୮ ଟଙ୍କା ୯୮ ପଇସା ଏବଂ ଡିଜେଲ ଦର ୮ ଟଙ୍କା ୯୨ ପଇସା ବଢ଼ିଛି। ଭୁବନେଶ୍ୱରରେ ସୋମବାର ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ୭୯ ଏବଂ ଡିଜେଲ ୧୦୦ ଟଙ୍କା ୫୪ ପଇସାରେ ପହଞ୍ଚି ଯାଇଛି।

ରବିବାର କମ୍ପାନି ଗୁଡିକ ଲିଟର ପିଛା ପେଟ୍ରୋଲ ୮୬ ପଇସା ଏବଂ ଡିଜେଲ ଦାମ୍‌ ୮୫ ପଇସା ବଢ଼ାଇଥିଲେ। ତେବେ ରବିବାର ଦର ତୁଳନାରେ ସୋମବାର ଅଧା ଟଙ୍କା କମ୍ପାନି ଗୁଡ଼ିକ ବଢାଇଛନ୍ତି। ମାର୍ଚ୍ଚ ୨୨ ପାଖରୁ ପେଟ୍ରୋଲ, ଡିଜେଲ ଦର ଦର ବଢ଼ିବାରେ ଲାଗିଛି। ଦୁଇଦିନକୁ ଛାଡ଼ିଦେଲେ ଅନ୍ୟ ସବୁଦିନ ଦର ବଢ଼ିଛି।

Comments are closed.