Latest Odisha News

BREAKING NEWS

କେନ୍ଦ୍ର ସରକାର ହ୍ରାସ କଲେ ଏକ୍ସସାଇଜ ଡ୍ୟୁଟି: ଓଡିଶାରେ ପେଟ୍ରୋଲ ୬ଟା ୬୦, ଡିଜେଲ ୧୨ ଟଙ୍କା ୮୦ କମିପାରେ

ଭୁବନେଶ୍ୱର: କେନ୍ଦ୍ର ସରକାର ଆଜି ପେଟ୍ରୋଲ ଲିଟର ପିଛା ୫ଟଙ୍କା ଏବଂ ଡିଜେଲ ଉପରେ ଲିଟର ପିଛା ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି କମାଇଛନ୍ତି । ନଭେମ୍ବର ୪ ତାରିଖରୁ ଦେଶରେ ଏହି ନୂତନ ଦର ଲାଗୁ ହେବ । ପ୍ରାରମ୍ଭିକ ଆକଳନରେ ଓଡିଶାରେ ପେଟ୍ରୋଲ ଲିଟର ପିଛା ୬ଟା ୬୦ ଏବଂ ଡିଜେଲ ୧୨ ଟଙ୍କା ୮୦ ପଇସା କମିପାରେ । ଯେ ହେତୁ ଓଡିଶା ଆଡ ଭାଲୋରୋମରେ ୩୨ ଓ ୨୮ ପ୍ରତିଶତ ଭାଟ ନେଉଛି । ଉତ୍କଳ ପେଟ୍ରୋଲିୟମ ଡିଲର୍ସ ଆସୋସିଏଶନ ସମ୍ପାଦକ ସଞ୍ଜୟ ଲାଠ ଏହା କହିଛନ୍ତି ।

ଦର ହ୍ରାସ ଯୋଗୁ ବିଶେଷ କରି ଡିଜେଲ ଯୋଗୁ ରବି ଋତୁରେ ଏହା ଚାଷୀଙ୍କୁ ସହାୟ ହେବ ବୋଲି ଆଶା କରାଯାଉଛି । ଏବେ କିଛି ଦିନ ଧରି ତେଲ ଦର ବୃଦ୍ଧି ପାଇଥିବାରୁ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା ।

Comments are closed.