ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ଅସ୍ଥିରତା ଦେଖାଦେଇଛି । ଯାହାର ପ୍ରଭାବ ଜାତୀୟ ସ୍ତରରେ ମଧ୍ୟ ପଡିଥିବା ପରିଲିକ୍ଷିତ ହେଉଛି । ରାଜ୍ୟ ସ୍ତରରେ ଲାଗୁ ହୋଇଥିବା ଟିକସ ଯୋଗୁଁ ବିଭିନ୍ନ ରାଜ୍ୟର ସହରରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ରହିଛି । ଆଜି ଦେଶରେ ତୈଳ ଦରରେ ପରିବର୍ତ୍ତନ ଆସିଛି । ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର ରହିଥିବାବେଳେ, ଚେନ୍ନାଇରେ ଏହାର ମୂଲ୍ୟ ବୃଦ୍ଧି ପାଇଛି ।
ତେବେ ଜାରି ହୋଇଥିବା ତୈଳଦରରେ, ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୧ ପଇସା ବୃଦ୍ଧି ପାଇ ୧୦୨ ଟଙ୍କା ୭୪ ପଇସାରେ ପହଞ୍ଚିଥିବାବେଳେ, ଡିଜେଲ ଲିଟର ପିଛା ୯ ପଇସା ବୃଦ୍ଧି ପାଇ ୯୪ ଟଙ୍କା ୩୩ ପଇସାରେ ପହଞ୍ଚିଛି । ସେହିପରି ନୂଆଦିଲ୍ଲୀରେ ତୈଳ ଦର ଅପରିବର୍ତ୍ତିତ ରହିଛି ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଥିବାବେଳେ, ଡିଜେଲ ଲିଟର ପିଛା ୮୯ ଟଙ୍କା ୬୨ ପଇସା ରହିଛି । ମୁମ୍ବାଇରେ ପେଟ୍ରୋଲ ୧୦୬ ଟଙ୍କା ୩୧ ପଇସା ଏବଂ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୭ ପଇସା ରହିଛି । କଲିକାତାରେ ପେଟ୍ରୋଲ ୧୦୬ ଟଙ୍କା ୦୩ ପଇସା ଏବଂ ଡିଜେଲ ଲିଟର ପିଛା ୯୨ ଟଙ୍କା ୭୬ ପଇସା ରହିଛି । ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୩ ଟଙ୍କା ୧୯ ପଇସା ରହିଥିବା ବେଳେ ଡିଜେଲ ପ୍ରତି ଲିଟର ପିଛା ୯୪ ଟଙ୍କା ୭୬ ପଇସା ରହିଛି ।
ସୂଚନାମୁକାବକ, ପ୍ରତି ରାଜ୍ୟର ସରକାରମାନେ ନିଜ ନିଜ ଅନୁସାରେ ତୈଳ ଦର ମୂଲ୍ୟ ଉପରେ ଭ୍ୟାଟ (VAT) ଲଗାନ୍ତି, ତେଣୁ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଭିନ୍ନ ହୋଇଥାଏ ।
Comments are closed.