Latest Odisha News

BREAKING NEWS

ପେଟ୍ରୋଲ ଓ ଡିଜେଲ ଦର କମାଇବାକୁ ତୈଳ କମ୍ପାନୀକୁ କେନ୍ଦ୍ରମନ୍ତ୍ରୀଙ୍କ ଅନୁରୋଧ

ଲକ୍ଷ୍ନୌ: କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀ ରବିବାର ଦିନ ତୈଳ କମ୍ପାନୀମାନଙ୍କୁ ତେଲ ଦର ହ୍ରାସ କରିବାକୁ ଏକ ବିଶେଷ ଅନୁରୋଧ କରିଛନ୍ତି। ଉତ୍ତର ପ୍ରଦେଶ ବାରାଣାସୀ ଗସ୍ତରେ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ତୈଳ କମ୍ପାନୀଗୁଡିକର ଉଦ୍ୟମକୁ ପ୍ରଶଂସା କରିବା ସହିତ ଦର କମାଇବାକୁ ନିବେଦନ କରିଛନ୍ତି। ତେଲ କମ୍ପାନୀ ଗତ ୧୫ ମାସ ମଧ୍ୟରେ ଦର ଅପରିବର୍ତ୍ତିତ ରଖିଥିବାରୁ ସେ ପ୍ରଶଂସା କରିଛନ୍ତି।

ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ ବାବଦରେ ସେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ବିପୁଳ ପରିମାଣର କ୍ଷତି ସତ୍ତ୍ୱେ କମ୍ପାନୀଗୁଡିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପରିବର୍ତ୍ତନ କରିନାହାଁନ୍ତି। ତେବେ କ୍ଷତି ହୋଇଥିବା କ୍ଷତିପୂରଣ ମିଳୁଥିବା ବେଳେ ଭାରତୀୟ ଗ୍ରାହକଙ୍କ ମୂଲ୍ୟ ହ୍ରାସ କରିବାକୁ ସେ କମ୍ପାନୀଗୁଡିକୁ ଅନୁରୋଧ କରିଛନ୍ତି।

ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି ଯେ ସେ ତୈଳ କମ୍ପାନୀଗୁଡିକୁ ଅନୁରୋଧ କରୁଛନ୍ତି ଯେ ଯଦି ଆନ୍ତର୍ଜାତୀୟ ତୈଳ ମୂଲ୍ୟ ନିୟନ୍ତ୍ରଣରେ ଅଛି ଏବଂ ସେମାନଙ୍କ କମ୍ପାନୀଗୁଡିକର ପୁନରୁଦ୍ଧାର ବନ୍ଦ ହୋଇସାରିଛି ତେବେ ଭାରତରେ ମଧ୍ୟ ତେଲ ଦର କମାଇବା ଉଚିତ।

ଉଲ୍ଲେଖଯୋଗ୍ୟ, ଏବେ ଅଶୋଧିତ ତେଲ ପୂର୍ବ ଅପେକ୍ଷା ବହୁତ ଶସ୍ତା ହୋଇଛି। ହେଲେ ତେଲ ଦର ଅପରିବର୍ତ୍ତିତ ରହିଛି। ତେଲ କମ୍ପାନୀମାନେ ଏ ବାବଦରେ ପୂର୍ବରୁ କହିଥିଲେ ଯେ ପୂର୍ବରୁ (ରୁଷ-ୟୁକ୍ରେନ ଯୁଦ୍ଧ) ଅଶୋଧିତ ତେଲ ଦର ବୃଦ୍ଧି ପାଇଥିବା ବେଳେ ଦେଶରେ ଦର ଅପରିବର୍ତ୍ତିତ ରଖିଥିଲେ ତେଲ କମ୍ପାନୀ। ଏବେ ପୂର୍ବରୁ ଯେଉଁ କ୍ଷତି ହୋଇଥିଲା ତାର ପୂରଣ ହେଉଛି।

 

Leave A Reply

Your email address will not be published.