Latest Odisha News

BREAKING NEWS

ଦିଲ୍ଲୀ ହିଂସା: ଦୁଇ ପିଏଫ୍‌ଆଇ ସଦସ୍ୟ ଗିରଫ

ନୂଆଦିଲ୍ଲୀ: ନିକଟରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ହୋଇଥିବା ଦିଲ୍ଳୀ ହିଂସା ପଛରେ ରହିଛି ପିଏଫ୍ ଆଇ ତଥା ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ହାତ । ଏନେଇ ତଦନ୍ତରୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୋଲିସ ଜାଣିବାକୁ ପାଇଛି । ଏହାପରେ ଗୁରୁବାର ସକାଳେ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆର ସଭାପତି ପରଭେଜ ଅହମ୍ମଦ ଏବଂ ସଚିବ ମହମ୍ମଦ ଇଲିୟାସ । ଇଡି ଏ ଦୁଇ ଜଣଙ୍କୁ ଏବେ ପଚରାଉଚରା କରୁଛି ।
ସିଏଏ ବିରୋଧରେ ପ୍ରଦର୍ଶନ ପାଇଁ ଏ ଦୁଇ ଜଣ ପାଣ୍ଠି ଯୋଗାଉଥିବା ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ ଯେ, ଗତ ମାସରେ ହୋଇଥିବା ଦିଲ୍ଲୀ ହିଂସାରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ୨ଶହରୁ ଅଧିକ ଆହତ ହୋଇଥିଲେ । ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରି ଉୟଭ ସମର୍ଥକ ଓ ବିରୋଧୀ ମୁହାଁମୁହିଁ ହୋଇଥିଲେ ।

Leave A Reply

Your email address will not be published.