ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଆମର ଗତି, ମୁକ୍ତି, ଓ ତୃପ୍ତି (ମାନସିକ )ଦାତା । ତାଙ୍କରି ପରମ ସତ୍ତାର ଅନ୍ୱେଷଣରେ ଅନେକ କିଛି ଆଲୋଚନା କଲେଣି । କିନ୍ତୁ ଶାସ୍ତ୍ରମାନଙ୍କରେ ଏକ ଗୂଢ଼ ତତ୍ତ୍ୱ ଆଲୋଚିତ ହୁଏ । ଯାହା ସାଧାରଣ ଭାବରେ ଆମକୁ ଅବିଶ୍ୱାସନୀୟ ଲାଗିଲେ ମଧ୍ୟ ଏହାର କିଛି ସ୍ୱତନ୍ତ୍ରତା ଯେ ଅଛି । ତାହା ଏହାକୁ ପ୍ରାଞ୍ଜଳ ଭାବରେ ଅନୁସନ୍ଧାନ କଲେ ଜଣାପଡେ। ଏହି ତତ୍ତ୍ୱଟି ହେଲା “ପିଣ୍ଡ ମଧ୍ୟରେ ସାରା ବ୍ରହ୍ମlଣ୍ଡ ଓ ଶ୍ରୀଜଗନ୍ନାଥଙ୍କ ସ୍ଥିତିର ପରିକଳ୍ପନା କରିବା ।” ତେବେ ପ୍ରଥମେ ପିଣ୍ଡ କଣ ପ୍ରଶ୍ନ କଲେ, ଉତ୍ତର ଆସିବ, ଏହା ଜୀବର ନାଶବlନ ଶରୀର, ବ୍ରହ୍ମlଣ୍ଡ ହେଉଛି ଏହି ଶରୀରଧାରୀ ମାନଙ୍କ ନିବାସ ସ୍ଥଳ। ଶେଷରେ ଶ୍ରୀଜଗନ୍ନାଥ ବା ପରଂବ୍ରହ୍ମ ହେଉଛନ୍ତି ଆତ୍ମ ସ୍ୱରୂପ, ଅବିନାଶୀ, ଅକ୍ଷର ସତ୍ତା। ତେବେ ଏସବୁ ସମ୍ପୂର୍ଣ ଅଲଗା ଅଲଗା ସ୍ଥିତିର ଏକତ୍ର ପରିକଳ୍ପନା ନିଶ୍ଚିତ ଭାବେ ଅସାଧାରଣ ଓ ଅବିଶ୍ୱାସନୀୟ। ତଥାପି ସିଦ୍ଧ ସାଧକମାନଙ୍କ ଉକ୍ତିକୁ ଆମେ ଅଣଦେଖା କରିପାରିବନି। ଏଇ ଯେମିତି ପରମ ସାଧକ କବି ଅଚ୍ୟୁତାନନ୍ଦ ଦାସ ଶରୀର ସୃଷ୍ଟିରୁ ଆରମ୍ଭ କରି ବୀର୍ଯ୍ୟକୁ ବ୍ରହ୍ମlଙ୍କର ସ୍ୱରୂପ ଦେଇ ଲେଖିଲେ “ବୀର୍ଯ୍ୟ ରୂପୀ ଭବେତ ବ୍ରହ୍ମl, ବାୟୁ ରୂପେ ସ୍ଥିତୋ ହରିଃ, ମନୋରୂପେ ସ୍ଥିତୋ ରୁଦ୍ରସ୍ତ୍ରୟୋ ଦେବୋସ୍ତ୍ରୟୋ ଗୁଣଃl ” (ଛୟାଳିଶ ପଟଳ )।
ଏଠାରେ ତ୍ରିଦେବ ଙ୍କ ମଧ୍ୟରେ ବ୍ରହ୍ମlଙ୍କ ଉପରେ ସୃଷ୍ଟି ରଚନାର ଭାର ଥିବାରୁ, ସୃଷ୍ଟିର ପ୍ରଥମ ସତ୍ତା ବୀର୍ଯ୍ୟକୁ ବ୍ରହ୍ମl ଭାବରେ ବର୍ଣ୍ଣନା କରାଯାଇଛି। ବିଷ୍ଣୁ ହେଲେ ପାଳନ କର୍ତ୍ତା । ଜୀବଟିଏ ବୀର୍ଯ୍ୟରୁ ରୂପ ନେବା ମାତ୍ରେ ପ୍ରାଣବାୟୁର ଆବଶ୍ୟକତା ସମସ୍ତଙ୍କୁ ନିଶ୍ଚୟ ଜଣା ଥିବ। ତେଣୁ ସେହି ପ୍ରାଣ ରକ୍ଷାକାରି ବାୟୁ ରୂପେ ବିଷ୍ଣୁଙ୍କୁ ଚିନ୍ତା କରିବା ନିଶ୍ଚିତ ଭାବେ ଗ୍ରହଣୀୟ। ଶେଷରେ ରୁଦ୍ର ଅବା ସଂହାରକର୍ତ୍ତାଙ୍କୁ ମନ ରୂପେ ପରିକଳ୍ପନା କରିବା ସାମାନ୍ୟ ଅସଙ୍ଗତ ଲାଗିଲେ ମଧ୍ୟ, ଜୀବନ ଦର୍ଶନକୁ ବିଶ୍ଳେଷଣ କଲେ ଆମେ ଜାଣି ପlରିବା ସତରେ ମନ ହିଁ ସବୁ ବିନାଶର କାରଣ। ଏ ଚଞ୍ଚଳ ମନର ସ୍ଥିତିକୁ ଯେ ଆପଣାର କରିପାରେନି ତାର ଜୀବନ ନାଶ ବା ବ୍ୟର୍ଥ ହୋଇଯାଏ। କିନ୍ତୁ ସ୍ଥିର ଓ ପ୍ରଭୁଙ୍କର ପାଦରେ ସମର୍ପିତ ମନଟିଏ ସ୍ୱୟଂ ବିଷ୍ଣୁ ସ୍ୱରୂପ ହୋଇଥାଏ । ଯଥା – “ବ୍ରହ୍ମl, ବିଷ୍ଣୁ, ଶିବ ହୋଇ ମନଟି ବିଷ୍ଣୁ ଅଟଇ, ବୁଦ୍ଧି ବ୍ରହ୍ମl, ଅହଂ ଗୁଣ ଶିବ ପ୍ରମାଣ “(ବ୍ରହ୍ମସଂହିତା, ବଳରାମ ଦାସ )। ଏଠାରେ ସ୍ଥିର ମନକୁ ବିଷ୍ଣୁଙ୍କ ସ୍ୱରୂପ ଦିଆଯାଇଛି। କାରଣ ଏ ବ୍ରହ୍ମlଣ୍ଡରେ କେବଳ ବିଷ୍ଣୁ ହିଁ ସର୍ବଦା ସ୍ଥିର ଚିତ୍ତ ଓ ଉଦାର ମନର ଅଧିକାରୀ। ସେ ନିର୍ଗୁଣ । ତେଣୁ ଯେଉଁ ବୁଦ୍ଧି ଦ୍ୱାରା ଜୀବ ପରିଚାଳିତ ତାହା ସେ ନିଜେ ଧାରଣ ନକରି ବ୍ରହ୍ମlଙ୍କୁ ପ୍ରଦାନ କରିଛନ୍ତି । ଅତଏବ ବ୍ରହ୍ମl ବୁଦ୍ଧି ସ୍ୱରୂପ ଅଟନ୍ତି। ଏହି ଜୀବର ମୁଖ୍ୟ ବିନାଶର ବା ପତନର କାରଣ ସର୍ବଦା ତାର ଅହଂକାର। ଯୁଗେ ଯୁଗେ ଏହାକୁ ପ୍ରମାଣିତ ସତ୍ୟ ବୋଲି ପ୍ରତିପାଦିତ କରାଯାଇଛି। ତେଣୁ ସାଧକ ବଳରାମ ଏହି ଅହଂ ଗୁଣକୁ ଶିବ ରୂପେ ପରିକଳ୍ପନା କରି ବିନାଶର କାରଣ ବୋଲି ବର୍ଣ୍ଣନା କରିବା ସମ୍ପୂର୍ଣ ଯୁକ୍ତି ଯୁକ୍ତ। ସେହି ସାଧକ ବଳରାମ ଦାସ କିନ୍ତୁ ପୁନଶ୍ଚ କହିଛନ୍ତି ବିଷ୍ଣୁଙ୍କ ବାସ ସ୍ଥାନ ଆମର ହୃଦୟ ସ୍ଥଳ ବୋଲି । ଯଥା :
“ଶୁଣ ତୁ ହୃଦର ବିଚାର, ବସେ ତହିଁ ଦ୍ୱାଦଶlକ୍ଷର, ଆପଣେ ପ୍ରଭୁ ଦାମୋଦର, ଲଷ୍ମୀଙ୍କୁ ଘେନିଣ କୋଳର।”
ଆସନ୍ତୁ ହୃଦୟରେ ବସିଥିବା ସେହି ଲଷ୍ମୀ ନାରାୟଣଙ୍କୁ ଆରାଧନା କରିବା ।
“ଜଗତର ମାତା ପିତା ଲଷ୍ମୀ ନାରାୟଣ,
ତାଙ୍କ ପାଦ ପଦ୍ମେ ସର୍ବେ କରନ୍ତି ବନ୍ଦନ,
ମୁଖରାବିନ୍ଦ ତାଙ୍କ ଦର୍ଶନ କରିଲେ,
କୋଟି ଜନ୍ମ ର ପାପ ନାଶ ଯାଏ ହେଳେ ।”
ଜୟ ଜଗନ୍ନାଥ (ଦ. ତ୍ରି ଉବାଚ )
Comments are closed.