ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୮୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ଗାଥା “ଗଜ ଉଦ୍ଧାରଣ “ର ତାତ୍ୱିକ ଆଲୋଚନା କରୁ କରୁ ପ୍ରସଙ୍ଗଟି ଏକ ରୋଚକ ସ୍ଥିତିରେ ପହଁଞ୍ଚିଛି। ଉଭୟ ଭାଗବତ ଓ ବାମନ ପୁରାଣର ବର୍ଣ୍ଣନା ଅନୁସାରେ ଗଜ ଓ କୁମ୍ଭୀର ମଧ୍ୟରେ ଲାଗିଥିବା ଯୁଦ୍ଧ ସହସ୍ର ଦେବ ବର୍ଷ ଚାଲିଥିଲା। ଏଇତ ଆମେ ଗୋଟିଏ ଇଂରାଜୀ ବର୍ଷ ଅତିବାହିତ କରିଦେଲେ। ତେବେ ଏ ଦେବ ବର୍ଷ କଣ ? ଆସନ୍ତୁ ଶାସ୍ତ୍ରକୁ ଦେଖିବା। ମହର୍ଷି ମନୁ କହିଲେ — “ପିତ୍ରେ ରାତ୍ର୍ୟହନୀବର୍ଷଂ ପ୍ରବିଭାଗସ୍ତୟେ ପୁନଃ,ଅହସ୍ତତ୍ରୋବଗୟନଂ, ରାତ୍ରିସ୍ୟାଦ୍ଧକ୍ଷୀଣାୟନମ ।”
ମନ୍ୟୁଷ ଲୋକର ଏକବର୍ଷ ଦେବଲୋକର ଏକ ରାତ୍ର ଦିନ ହୁଏ ଏବଂ ତହିଁର ଉତ୍ତରାୟଣ ସମୟ ଦିନ ଓ ଦକ୍ଷିଣlୟନ ସମୟ ରାତ୍ର କାଳ ଭାବେ ପରିଗଣିତ ହୋଇଥାଏ। ଅର୍ଥାତ ଏଇ ଯେଉଁ ଗୋଟିଏ ବର୍ଷ ସରିଲା ତାହା ଗୋଟିଏ ଦେବଦିବସ (ଦିନ ରାତି )। ଏହିପରି ୩୬ ମାନବ ବର୍ଷ ରେ ଗୋଟିଏ ଦେବବର୍ଷ ହୋଇଥାଏ ବୋଲି “ମନୁ ସଂହିତା “ରେ ପ୍ରମାଣ ମିଳେ “ଚତୁଯ୍ୟାହୁଃ ସହସ୍ରାଣୀ ବର୍ଷlଣଂ ତକ୍ରୁତଂ ଯୁଗଂ, ତସ୍ୟ ପବଚ୍ଛତୀ ସନ୍ଧ୍ୟାଶଶ୍ଚ ତଥାବିଧି “ଅତଏବ ମନୁଙ୍କ ହିସାବରେ ଦେବ ବର୍ଷର ୩୬୦୦୦ ବର୍ଷ ପର୍ଯ୍ୟନ୍ତ ଗଜ ଓ କୁମ୍ଭୀରଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଥିଲା। ଏହି ତତ୍ତ୍ୱକୁ ବିଚାର କଲେ ଏଠାରେ ମନ ରୂପି ଗଜ ଓ ଇନ୍ଦ୍ରିୟ ରୂପି କୁମ୍ଭୀରଙ୍କ ଉପାଖ୍ୟାନ ହିଁ ଅଧିକ ପ୍ରାସଙ୍ଗିକ ଲାଗେ, ସ୍ଥୁଳରେ କୌଣସି ଗଜ ଓ କୁମ୍ଭୀର ମଧ୍ୟରେ ଏତେ ଲମ୍ବା ସଂଘର୍ଷ ସମ୍ଭବ ନୁହେଁ। କିନ୍ତୁ ମନ ଓ ଇନ୍ଦ୍ରିୟ ମଧ୍ୟରେ ସଂଘର୍ଷ ଚିରକାଳ ଚାଲିଛି ଓ ଚାଲିଥିବ। ଏହାର ଆହୁରି ରୋଚକ ବର୍ଣ୍ଣନା ଅଚ୍ୟୁତାନନ୍ଦ ଙ୍କ “ହରିବଂଶ “ରେ ବର୍ଣିତ ହୋଇଛି, ତାହା ନିଶ୍ଚୟ ଜାଣିବା। କିନ୍ତୁ ପରେ ବର୍ତ୍ତମାନ ଆରାଧନାର ସମୟ।
“ଆରତ ଭଂଜନ ତୋ ବlନା
ଆତଙ୍ଗ କାଳେ ବଜ୍ର ସେନା
ହୋଇଲୁ ଦଶ ଅବତାର
ନାଶିଲୁ ଅବନୀର ଭାର
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.