ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୫୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବାଣୀକୁ ସମର୍ପିତ କରି, କେବଳ” ମୁଁ ଭଗବାନଙ୍କର ଓ ଭଗବାନ ମୋର “ଭାବ ନେଇ ଭଗବାନ (ଶ୍ରୀଜଗନ୍ନାଥ )ଙ୍କୁ ଅହରହ ଡାକନ୍ତି, ପ୍ରଭୁ ତାଙ୍କରି ହୋଇଯାଆନ୍ତି।
ଶାସ୍ତ୍ରରେ ଏହାର ଅତି ସୁନ୍ଦର ବର୍ଣ୍ଣନା “ସର୍ବୋପାଧିବିନିର୍ମୁକ୍ତଂ ତତ୍ପରତ୍ୱେନ ନିର୍ମଳମ୍, ହୃଷିକେଣ ହୃଷିକେଶ ସେବନଂ ଭକ୍ତିରୁଚ୍ୟତ (ଭକ୍ତି ରସlମୃତସିନ୍ଧୁ )। ଅର୍ଥାତ ସମସ୍ତ ଉପାଧି ମୁକ୍ତ ହୋଇ, ବିଶୁଦ୍ଧ ଜ୍ଞାନ -କର୍ମ ଦ୍ୱାରା ତନ୍ମୟ ଭାବରେ ହୃଷିକେଶ ବା ଶ୍ରୀଜଗନ୍ନାଥଙ୍କୁ ସେବା (ଭକ୍ତି )କଲେ, ଶୁଦ୍ଧ ଭକ୍ତିର ପରିପ୍ରକାଶ ଘଟେ। ଏହି ଶୁଦ୍ଧ ଭକ୍ତି ଜାତ ହେବା ଦ୍ୱାରା ଭକ୍ତଟି ଭଗବାନଙ୍କ ପ୍ରକୃତ ସ୍ୱରୂପ ଜାଣିପାରେ। ଗୀତା କହେ “ଭକ୍ତ୍ୟl ମାମଭିଜାନାତି ଯାବାନ ଯଶ୍ଚlସ୍ମି ତତ୍ତ୍ୱତଃ ।” ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଏହାକୁ ଆହୁରି ପ୍ରାଞ୍ଜଳ କରି କହିଲେ। ଭଗବାନଙ୍କ ସ୍ୱରୂପ ଜାଣିଲେ ଜୀବଟି ନିଜ ସ୍ୱରୂପକୁ ମଧ୍ୟ ଜାଣିପାରିବ। “ସ୍ଵସ୍ୱରୂପାନୁସନ୍ଧାନଂ ଭକ୍ତିରଭିଧିୟତେ ।” କାରଣ ନିଜକୁ ଆତ୍ମା ସ୍ୱରୂପରେ ଉପଲବ୍ଧି କରିସାରିବାପରେ ପରମାତ୍ମାଙ୍କ ଉପଲବ୍ଧି ସହଜ ଓ ସରଳ ହୋଇଯାଏ। ଏହା ହିଁ ତ ମୁକ୍ତିର ମାର୍ଗ। ମନେ ରଖନ୍ତୁ ପରମପୁରୁଷ ଶ୍ରୀଜଗନ୍ନାଥ (ଭଗବାନ )ପ୍ରତ୍ୟେକ ବ୍ୟକ୍ତିଙ୍କଠାରୁ କେବଳ ଓ କେବଳ ଶୁଦ୍ଧ ଭକ୍ତି ହିଁ ଆଶା ରଖନ୍ତି। ତେଣୁ ଶାସ୍ତ୍ର କହେ : “ଭକ୍ତିରେବୈନଂ ନିୟତି, ଭକ୍ତିରେବୈନଂ ଦର୍ଶୟତି, ଭକ୍ତିବଶଃ ପୁରୁଷ, ଭକ୍ତିରେବ ଭୁୟସୀ। ” ଆସନ୍ତୁ ତେବେ ଶ୍ରଦ୍ଧl ଭକ୍ତିପୂତ ଭାବରେ ଶ୍ରୀଜଗନ୍ନାଥଙ୍କ ଆରାଧନା କରିବା :
“ସେ ମହା ବିଷ୍ଣୁ ହେତୁକର
ସହସ୍ର ବlହୁ କର୍ଣ ଶୀର ।
ଏମାନଂକର ପ୍ରଭୁ ଏହି
ବିନ୍ଦୁ ପ୍ରକୃତି ପୁଂସ କହି ।
ସେହି ସେ ପରମ ପୁରୁଷ
ପରମ ଆତ୍ମା ଏ ପ୍ରକାଶ ।
ସଚ୍ଚିଦାନନ୍ଦ ସର୍ବେଶ୍ୱର
ଶ୍ରୀଜଗନ୍ନାଥ ନାମ ସାର ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.