Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୩

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ବିଭିନ୍ନ ଯାନିଯାତ୍ରl ସମୟରେ ବିଭିନ୍ନ ଚଳନ୍ତି ପ୍ରତିମାଙ୍କ ପ୍ରଚଳନ ଦେଖାଯାଏ। ସେଥିମଧ୍ୟରୁ ଦକ୍ଷିଣ ଘରେ ବିରାଜିତ ପ୍ରତିମାମାନଙ୍କ ନଷୟରେ ଆମେ ଜାଣିଲେ। ଏବେ ଆଲୋଚନା କରିବା ଭଣ୍ଡାର ଘରେ ଥିବା ପ୍ରତିମାମାନଙ୍କ ବିଷୟରେ।

ପ୍ରଥମେ ଲୋକନାଥଙ୍କ ପ୍ରତିମା। ଅଶୋକlଷ୍ଟମୀରେ ଆଜ୍ଞା ମାଳ ପ୍ରାପ୍ତ ହୋଇ ପାଲିଙ୍କିରେ ବିଜେ ହୋଇ ଯାଇଥାନ୍ତି ଈଶାନେଶ୍ବର ମନ୍ଦିରକୁ। ସେହିପରି ଶିବରାତ୍ରିରେ ଯାଆନ୍ତି ଲୋକନାଥ ମନ୍ଦିରକୁ। ଏହି ଲୋକନାଥଙ୍କ ବିଶେଷ ପୂଜା ବିଧି ଶମ୍ଭୁ ଏକାଦଶୀରେ ପାଳିତ ହୁଏ। ସାଧାରଣତଃ ସୋମବାରରେ ଏକାଦଶୀ ପଡିଲେ ଏହାକୁ ଶମ୍ଭୁ ଏକାଦଶୀ ଭାବରେ ପାଳନ କରାଯାଏ ।

ଶାରଦୀୟ ଦୁର୍ଗାପୂଜା ସମୟରେ ମା ସୁଭଦ୍ରାଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ଭଣ୍ଡାର ଘରେ ବିରାଜିତ ମା ଦୁର୍ଗାଙ୍କ ପ୍ରତିମା ଓ ଶ୍ରୀଜଗନ୍ନାଥଙ୍କଠାରୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ମାଧବ ଏକତ୍ର ବିମଳା ମନ୍ଦିରକୁ ବିଜେ କରନ୍ତି। ମୂଳାଷ୍ଟମୀଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପ୍ରତିଦିନ ଦୁର୍ଗାମାଧବଙ୍କ ବିମଳା ମନ୍ଦିରକୁ ଯାତ୍ରା ଓ ବିଶେଷ ପୂଜlନୀତି ଅନୁଷ୍ଠିତ ହୁଏ। ଏହାକୁ ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନା ରୂପେ ଅଭିହିତ କରାଯାଏ। ଏହି ଦୁର୍ଗାମାଧବ ଶୁକ୍ଳ ପ୍ରତିପଦାଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିରେ ବିରାଜିତ ନାରାୟଣୀ ମନ୍ଦିର କରିଥାନ୍ତି। ଭଣ୍ଡାର ଘରେ ଅବସ୍ଥାନ କରୁଥବା ଏକ ବିଶେଷ ପ୍ରତିମା ହେଲେ ଶୟନ ପ୍ରତିମା ; ଯାହାଙ୍କୁ ଶୟନ ଦେବତା ମଧ୍ୟ କୁହାଯାଏ। ଏହି ଶୟନ ଦେବତା ପ୍ରତିଦିନ ମହାପ୍ରଭୁଙ୍କ ଜଗମୋହନ ଦ୍ୱାରକୁ ଆସି ପୂଜିତ ହେଲାପରେ ରାତ୍ର ପହୁଡ଼ ନୀତି କରାଯା। ଏତେ ସବୁ ଚଳନ୍ତି ପ୍ରତିମାଙ୍କ ଶ୍ରୀମନ୍ଦିର ରୀତିନୀତିରେ ପ୍ରଚଳନ ଦେଖିଲେ ଖୁବ ଆଶ୍ଚର୍ଯ୍ୟ ଲାଗେ , ଆଉ ମାନେ ପଡେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ କବିତାର ପଂକ୍ତି।

“ସିନ୍ଧୁ ତଟେ ଶ୍ରୀପୁରୁଷୋତମ କ୍ଷେତ୍ରରାଜ, ସାଧୁଜନେ ଅଛି ତହିଁ ବହୁତ ଆଶ୍ଚର୍ଯ୍ୟ ହେ …

ଆସନ୍ତୁ ସେହି ପୁରୁଷୋତ୍ତମଙ୍କୁ କରିବା ଆରାଧନା ଓ ଭାଗବତ ପଠନ ଆମର ନିତିଦିନ ଭଳି।

“ମନ ନିବେଶି ମୋ ପୟରେ
ବିଷୟ ସୁଖ ନ ବିଚାରେ ।
ପରମାନନ୍ଦ ସୁଖ ପାଇ
ସେ ପ୍ରାଣୀ ରହେ ପୂର୍ଣ୍ଣ ହୋଇ ।
ଏ ଗୁଣ ମୟ ନର ଅଙ୍ଗ
କେବେହେଁ ନୋହେ ତାର ସଙ୍ଗ ।
ଅବିଦ୍ୟା ବାଧା ନଲାଗଇ
ତାହାର ସ୍ମୃତି ଭଙ୍ଗ ନାହିଁ ।
ଯେ ପ୍ରାଣୀ ଶରଣ ମୋହର
ମୁହିଁ ତାହାର ସୁଖ ଘର।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.