Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୭ 

ଜୟ ଜଗନ୍ନାଥ,ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବି ହିସାବରେ ଶ୍ରୀମନ୍ଦିର ମଧ୍ୟରେ ବିବେଚିତ ହୁଅନ୍ତି । ଶ୍ରୀମନ୍ଦିର ବାହାରେ ଶ୍ରୀକ୍ଷେତ୍ର ଭିତରେ ଅନେକ ଦେବୀ ପୂଜିତ ହେଉଛନ୍ତି, ଉଡ୍ଡୀୟାନ ତନ୍ତ୍ର ପୀଠର ମାନ୍ୟତା ଲାଭ କରିଥିବାରୁ ପ୍ରାୟତଃ ସମସ୍ତେ ମହାମାୟା ରୁପେ ପୂଜିତ । କିନ୍ତୁ ପ୍ରଭୂଙ୍କ ମାଉସୀ ଭାବରେ ପରିଚିତ ମା ଅର୍ଦ୍ଧlଶିନୀଙ୍କ କଥା ନିଆରା, ଆକୃତିରେ ମା ସୁଭଦ୍ରାଙ୍କ ସହ ସମାନତା ଥିବା ମାଉସୀମାଙ୍କୁ ଅର୍ଦ୍ଧଶୋଷିଣୀ ମଧ୍ୟ କହିଥାଉ । ଏଠି ଦୁଇଟି ପ୍ରଶ୍ନ ମନକୁ ଆସେ ଏହି ନାମ କରଣକୁ ନେଇ । ପ୍ରଥମେ କାହିଁକି ସେ ମାଉସୀ ମା, ଦ୍ଵିତୀୟ କଣ ସେ ଅଧାଶୋଷି ନେଲେ ଯେ ତାଙ୍କୁ ଆମେ ନାମ ଦେଲେ ଅର୍ଦ୍ଧଶୋଷିନୀ । ଆଜି ପ୍ରଥମ ପ୍ରଶ୍ନର ସମାଧାନ କରିବା ଅଯୋନି ସଂଭୁତ ପରଂବ୍ରହ୍ମଙ୍କ ମା କିଏ ? ଯଦି ମା ନାହାନ୍ତି ତେବେ ମାଉସୀ ଆସିଲେ କୁଆଡୁ ? ଇନ୍ଦ୍ର ନୀଳମଣି ପୁରାଣର ବର୍ଣ୍ଣନା ଅନୁଯାୟୀ ଦୀପ୍ତଂ ବାଳାର୍କକୋଟି ପ୍ରଭମନଶିଖଂ ସପ୍ତଜିହ୍ୱାଗ୍ରଜାଳମ, ମଧ୍ୟେଚାନନ୍ତ ସାକ୍ଷାତ ହଳ ମୁଷଳଧରଂ ବିଷ୍ଣୁତତ ବକ୍ଷଜାତମ, ଶଙ୍ଖଂ ଚକ୍ରଂ ଗଦାବଂ ଧୃତବର ତନୁଜା ଲଷ୍ମୀ ମାଲିଜ୍ଞ ପାର୍ଶ୍ଵଂ ବନ୍ଦେ ତ୍ରିମୁର୍ତ୍ତୀ ଯୁକ୍ତଂ ମଖ ପୁରୁଷପରଂ ଚିନ୍ତୟନ ଯଜ୍ଞରୂପଂ. ଅର୍ଥାତ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ମହାପ୍ରଭୁଙ୍କ ପ୍ରତିଷ୍ଠା ଯଜ୍ଞ ଅନୁଷ୍ଠିତ ହୋଇଥିଲା ଏହି ଯଜ୍ଞ ଅଗ୍ନି ମଧ୍ୟରେ ଯଜ୍ଞଈଶ୍ୱର ନାରାୟଣ ପ୍ରକଟିତ ହୋଇ ଥିଲେ, ସପ୍ତ ଜିହ୍ୱା ବିଶିଷ୍ଠ ମହାଗ୍ନି ମଧ୍ୟରେ ହଳମୁଷଳଧର ଅନନ୍ତ, ତାଙ୍କ କୋଳରେ ଶଙ୍ଖ ଚକ୍ର ଗଦାଧାରୀ ନାରାୟଣ, ତଥା ନାରାୟଣଙ୍କ କୋଳରେ ଆଦିଶକ୍ତି ଲଷ୍ମୀ ଥାଇ ଏହି ଯଜ୍ଞ ନାରାୟଣ ଯେହେତୁ ଯଜ୍ଞ ଅଗ୍ନି ମଧ୍ୟରେ ଅବ୍ରିଭୂତ ହୋଇଥିଲେ ସେହି ଯଜ୍ଞଅଗ୍ନିଙ୍କ ପତ୍ନୀ ସ୍ୱାହା ହେଲେ ପ୍ରଭୂଙ୍କ ମା ସ୍ୱରୂପ, ସ୍ୱାହାଙ୍କ ଭଗିନୀ ଶକ୍ତି ହେଲେ ମାଉସୀମା । ପ୍ରକୃତରେ ଯଜ୍ଞ ଶେଷରେ ସ୍ଥାପନ ହେଉଥିବା ଯୁପ ସ୍ତମ୍ଭ ହିଁ ଶକ୍ତି ଏହାଙ୍କୁ ଯଜ୍ଞଉଦକ ଅର୍ପଣ କରାଯାଏ । ଏହି ଯୁପ ସ୍ତମ୍ଭର ସମ୍ମୁଖରେ ମା ସୁଭଦ୍ରାଙ୍କ ପ୍ରତିକୃତି ରଖାଯାଇଛି । ସେହିଁ ମାଉସୀମା, ଅର୍ଦ୍ଧlଶାନୀ ।

ଅର୍ଦ୍ଧlଶନୀ, ଅର୍ଦ୍ଧଶୋଷିନୀ ଇତ୍ୟାଦି ନାମଯୁକ୍ତ ମହାମାୟା ।ବଡଦାଣ୍ଡ ରେ ରହିଥିବା ତିନି ମହାମାୟା ମା ଚର୍ଚ୍ଚିକା, ମା ମର୍ଚ୍ଚିକା ଓ ମା ଅର୍ଦ୍ଧlଶିନୀଙ୍କ ମଧ୍ୟରେ ସର୍ବ ପୁରାତନ ହେଲେ ମା ଅର୍ଦ୍ଧlଶିନୀ ବା ମାଉସୀ ମା । ତାଙ୍କର ଅବସ୍ଥିତି, ସ୍ୱରୂପ, ଇତିହାସ ବିଷୟରେ ପର୍ଯ୍ୟାପ୍ତ ଆଲୋଚନା ଜାରି ରହିବ ଆଗାମୀ ଅଧ୍ୟାୟମାନଙ୍କରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।

“ଏଣୁ ଏ ଅନିତ୍ୟ ସଂସାର
ତ୍ରିଗୁଣ କର୍ମରେ ସଂଚାର ।
ଏ ଭବ କୂପେ ଜନ୍ତୁ ପଡି
ଅଶେଷ କର୍ମପlଶେ ଜଡି ।
ଭ୍ରମନ୍ତି ଏ ଘୋର ସଂସାରେ
ରଜ ତାମସ ଅହଙ୍କାରେ ।
ବୃହତ ସୁକ୍ଷ୍ମ ସ୍ଥୁଳ ଅଣୁ
ସ୍ଥାବର ଜଙ୍ଗମ ଯେ ତନୁ ।
ମାୟା ନିର୍ମିତ୍ତ ସର୍ବ ଜନ
ବ୍ରହ୍ମlଦି ଚଉଦ ଭୁବନ ।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.