ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାରଠାରୁ ଏବେ ଦକ୍ଷିଣ ଦ୍ୱାର ଆଡେ ଆଗେଇଲେ ଶ୍ରୀମନ୍ଦିରଠାରୁ ବାଲିସାହି ଦେଇ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା ଦେଖିବାକୁ ମିଳିବ। ଯାହାକି ଉଆଁସ ଦାଣ୍ଡ ଭାବରେ ପରିଚିତ। ଏହି ରାସ୍ତାରେ କିଛି ବାଟ ଗଲେ ପଡେ ପବିତ୍ର ଶ୍ୱେତ ଗଙ୍ଗା ତୀର୍ଥ। ଏହି ପାବନ ପୁଷ୍କରିଣୀ ତଟରେ ବା ସମ୍ମୁଖ ଭାଗରେ ଅବସ୍ଥିତ ଭୃଗୁ ଋଷିଙ୍କ ଆଶ୍ରମ। ମହର୍ଷି ଭୃଗୁ ଋଷି ମଧ୍ୟ ବ୍ରହ୍ମlଙ୍କର ମାନସ ପୁତ୍ର। ସେ ଦକ୍ଷ କନ୍ୟା ଖ୍ୟାତିଙ୍କୁ ବିବାହ କରିଥିଲେ ଏବଂ ଦୁହିଁଙ୍କ ଔରସରୁ ଜନ୍ମ ନେଇଥିଲେ ଜଣେ କନ୍ୟା ନାମ ଭାର୍ଗବୀ ଓ ଏକ ପୁତ୍ର ନାମ ଭାର୍ଗବ ଅର୍ଥାତ ସ୍ୱୟଂ ଶୁକ୍ରlଚାର୍ଯ୍ୟ। ମହର୍ଷି ଭୃଗୁ ବୈଦିକ ଯଜ୍ଞ ଓ କର୍ମକାଣ୍ଡରେ ଥିଲେ ଅତ୍ୟନ୍ତ ଧୂରୀଣ। ବିଶ୍ୱାସ କରାଯାଏ ପ୍ରାଚୀନ ଧନୁର୍ବିଦ୍ୟାର ସେ ପ୍ରବର୍ତ୍ତକ ଥିଲେ। ଭୃଗୁଙ୍କ ଆଶ୍ରମର ଇଷ୍ଟ ହେଲେ ଚତୃଭୁଜ ନାରାୟଣ ରୂପୀ ପ୍ରଭୁ ଉଗ୍ରସେନ ମହାରାଜ। ଯେକି ଉପର ଦୁଇ ହସ୍ତରେ ଶଙ୍ଖ ଚକ୍ର ଧରିଛନ୍ତି। ଏହି ଆଶ୍ରମଟି ଅତ୍ୟନ୍ତ ଅବହେଳିତ ଭାବରେ ବଡ଼ବଡ଼ ଅଟ୍ଟାଳିକା ମଧ୍ୟରେ ଲୁଚି ଗଲାଣି। କିନ୍ତୁ ଏହି ତୀର୍ଥ ନିକଟରେ ଓ ଆଶ୍ରମ ପରିସରରେ ମୁକ୍ତି ଶିଳାର ଆସ୍ଥାନ ଅଛି। ଯେଉଁ ମହର୍ଷିଙ୍କ ପାଦ ଚି଼ହ୍ନ ସ୍ୱୟଂ ନାରାୟଣ ହୃଦୟରେ ଧାରଣ କରିଛନ୍ତି। ଏହା ପ୍ରସିଦ୍ଧ ଶ୍ରୀବତ୍ସଲାଞ୍ଚନା ଚି଼ହ୍ନ ଭାବରେ ବିଖ୍ୟାତ ହୋଇଛି। ଆଗାମୀ ଅଧ୍ୟାୟରେ ଏହି ଆଶ୍ରମର ଶ୍ରୀମନ୍ଦିର ସହ ସମ୍ପର୍କ ଓ ଅନ୍ୟ ରୀତିନୀତିଗୁଡିକ ବିଷୟରେ ଜାଣିବା ଏବେ ଆରାଧନା ଓ ଭାଗବତ ପଠନର ସମୟ ।
ମୁହିଁ ଗୁଣ ଗୁଣୀ ମୁହିଁ ଜୀବ
ନିର୍ଗୁଣ ମୁହିଁ ସଦାଶିବ।
ମୁଁ ଆତ୍ମା ସର୍ବଜୀବ ଦେହୀ
ମୋ ବିନୁ ସ୍ଥୁଳ ସୁକ୍ଷ୍ମ ନାହିଁ ।
କେ ମୋତେ ତ୍ରିଭୁବନେ ଜାଣେ
କେ ଅବା ସୁକ୍ଷ୍ମ ରେଣୁ ଗଣେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.