ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଆଦି ସ୍ୱରୂପ ଶ୍ରୀନୃସିଂହଙ୍କୁ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ମଧ୍ୟରେ ବିଭିନ୍ନ ନାମରେ ଓ ବିଭିନ୍ନ ରୂପରେ ବିରାଜିତ ହୋଇଥିବାର ବିବରଣୀ ଆମେ ଜାଣିଲେ। ଏତେ ସବୁ ସ୍ୱରୂପ ନେଇ ସ୍ୱୟଂ ନୃସିଂହ ଠାକୁର କଣ ସତରେ ଧରାବତରଣ କରିଥିଲେ? ଏହା ଏକ ପ୍ରଶ୍ନ ସୃଷ୍ଟି କରିଛି।କେହି କେହି ମୋତେ ପଚାରିଛନ୍ତି ମଧ୍ୟ. ତେଣୁ ଏହି ପ୍ରସଙ୍ଗ ମୁଁ ଏଠାରେ ଉପସ୍ଥାପନା କରୁଛି।
ପରଂବ୍ରହ୍ମ ତତ୍ତ୍ୱ ହିସାବରେ ଦେଖିଲେ ଈଶ୍ୱରୀୟ ସତ୍ତା ଏକ ଓ ଅଭିନ୍ନ। ସେଥିପାଇଁ ପ୍ରଥମରୁ କୁହାଗଲା ଶ୍ରୀଜଗନ୍ନାଥଙ୍କ ଶ୍ରୀନୃସିଂହ ଆଦି ସ୍ୱରୂପ ବୋଲି। କିନ୍ତୁ ପରବତ୍ତୀ ସମୟରେ ସେହି ଈଶ୍ୱରୀୟ ସତ୍ତାଙ୍କୁ ବିଭିନ୍ନ ରୂପରେ ବିଭିନ୍ନ ଢଙ୍ଗରେ କେବଳ ଆମେ ହିଁ ଉପସ୍ଥାପିତ କରିଛୁ। ଆଉ ସେହି ବିଭିନ୍ନ ସ୍ୱରୂପଙ୍କ ଭିନ୍ନ ଭିନ୍ନ ଲିଳାକୁ ପ୍ରକାଶ କରୁଛୁ। ନୃସିଂହ ଜନ୍ମ ପରେ ଶ୍ରାବଣ ଶୁକ୍ଳ ପଞ୍ଚମୀରେ ଦକ୍ଷିଣ ଘରୁ ଶ୍ରୀ ନୃସିଂହଙ୍କ ବିଜେ ପ୍ରତିମା ବିମାନ ଚଢି ଶ୍ରୀକ୍ଷେତ୍ରର ଚାରି ଆଶ୍ରମ (ମାର୍କଣ୍ଡେୟ, ଭୃଗୁ, ପଣ୍ଡୁ ଓ ଅଙ୍ଗିରା )କୁ ବିଜେ କରନ୍ତି ସେଠାରେ ପ୍ରଚଳିତ ରୀତିନୀତି ଶେଷ କରି ଫେରନ୍ତି। ଅନ୍ୟ ଏକ ଦିନ ଅର୍ଥାତ ମାର୍ଗଶିର ପୂର୍ଣ୍ଣିମାକୁ “ବାଡ଼ି ନୃସିଂହ “ଭାବରେ ଅଭିହିତ କରାଯାଏ ଓ ଶ୍ରୀକ୍ଷେତ୍ର ରେ ମହାମାରୀ ବିନାଶ ପାଇଁ ବାଡ଼ି ନୃସିଂହ ଦକ୍ଷିଣ ଘରେ ପୂଜା ପାଉଥାନ୍ତି। ସେହି ପରି ପଣ୍ଡୁ ନୃସିଂହ, ଯଜ୍ଞ ନୃସିଂହ, ଲଷ୍ମୀ ନୃସିଂହ ଚକ୍ର ନୃସିଂହ, ଆଦି ସ୍ୱରୂପ ଭିନ୍ନ ଭିନ୍ନ କାର୍ଯ୍ୟ ସମ୍ପାଦିତ କରି ଶ୍ରୀକ୍ଷେତ୍ରରେ ପୂଜିତ। କିନ୍ତୁ ସ୍ୱୟଂ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିଜର ଅଭିନ୍ନତା ପ୍ରକାଶ କରିବା ପାଇଁ କାର୍ତ୍ତିକ ମାସ ପଞ୍ଚୁକ ଶୁକ୍ଳ ଚତୁଦର୍ଶୀରେ ନୃସିଂହ ବେଶ ବା ଡାଳିକିଆ ବେଶ ଧାରଣ କରନ୍ତି। କଥିତ ଅଛି ଜ୍ୟୋତିର୍ମୟ ସୁଦର୍ଶନଙ୍କଠାରେ ମଧ୍ୟ ନୃସିଂହ ବିରାଜମାନ କରିଥାନ୍ତି। ତେଣୁ ସେହି ନୀଳାଦ୍ରି ନାଥଙ୍କୁ ନୀଳାଦ୍ରି ସିଂହ -ନୃସିଂହ ଠାକୁର ଭାବେ ବିବେଚନା କରି କରିବା ଆରାଧନା ଓ ଭାଗବତ ପଠନ।
ଏ ବୋଲ ବୁଝି ତୁ ନିରତେ
କେବଳ ଆଶ୍ରା କର ମୋତେ।
ମୁଁ ଆତ୍ମା ପ୍ରିୟ ସଖା ହୋଇ
ସକଳ କର୍ମଫଳ ଦେଇ ।
ମୁଁ ଗତି ପତି ହିତକର୍ତ୍ତା
ମୁହିଁ ସର୍ବ ଲୋକ ପିତା ।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )
Comments are closed.