ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢାର କୂର୍ମ ପ୍ରାଚୀରକୁ ଲାଗି ଶ୍ରୀ ଭଣ୍ଡ ଗଣେଶଙ୍କ ମନ୍ଦିର ବିଷୟରେ ଆଲୋଚନା ଜାରି ରହିଛି । ବିଭିନ୍ନ ପୁସ୍ତକରେ ଭିନ୍ନ ଭିନ୍ନ ବର୍ଣ୍ଣନା ହୋଇଛି, ଯଥା “କ୍ରିୟା କ୍ରମୋଦ୍ୟତ” ରେ ଏହି ଗଣେଶଙ୍କ ହସ୍ତରେ ପଦ୍ମ, ଡାଳିମ୍ବ, ବୀଣା, କିଛି ଧାନ୍ୟ ଓ ଅକ୍ଷମାଳା ଥିବାର ବର୍ଣ୍ଣନା ଅଛି। ସେହିପରି “ମନ୍ତ୍ର ମହାର୍ଣବ “ରେ ବାଣ ଧନୁଶ, ପାଶ, ଅଙ୍କୁଶ ଥିବାର ପ୍ରମାଣ ଦେଇଛନ୍ତି। ଏଥିରେ ଏହି ଗଣେଷଙ୍କ ବର୍ଣ୍ଣ ରକ୍ତ ବର୍ଣ ବୋଲି ଉଲ୍ଲେଖ ଅଛି । କିନ୍ତୁ “ଉତ୍ତର କାମିକାଗମ “ରେ ଏହାଙ୍କୁ କୃଷ୍ଣ ବର୍ଣ୍ଣ ବୋଲି ଚିତ୍ରିତ କରିଛନ୍ତି। ଏହି ପୁସ୍ତକ ଗଣପତିଙ୍କ ଜାନୁରେ ଉପବିଷ୍ଟ ଦେବୀଙ୍କ ନାମ ବିଘ୍ନେଶ୍ୱରୀ । କିନ୍ତୁ ପ୍ରକୃତରେ ଭଣ୍ଡ ବା କାଞ୍ଚି ଗଣେଶ କର୍ଣ୍ଣାଟକ ଶୈଳୀରେ ନିର୍ମିତ୍ତ ସମ୍ପୂର୍ଣ କଳା ମୁଗୁନି ପ୍ରସ୍ତର ମୂର୍ତ୍ତି ଅଟନ୍ତି, ପ୍ରାୟ ପାଞ୍ଚ ଫୁଟ ଉଞ୍ଚା ଏହି ଗଣେଶ ଚତୃଭୁଜ ବିଶିଷ୍ଟ ଡାହାଣ ପଟ ଉପର ହସ୍ତରେ ଭଗ୍ନ ଦନ୍ତ, ତଳ ହସ୍ତରେ ରୁଦ୍ରlକ୍ଷ ମାଳ, ବାମ ପଟ ଉପର ହସ୍ତରେ ଫlର୍ଶା, ତଳ ହସ୍ତଟି ସ୍ୱ ଲିଙ୍ଗ ପ୍ରଦେଶରେ ରହିଛି, କାନ୍ଧରେ ପଇତା ସହ ସର୍ପ ଶୋଭିତ ଅଟେ ।
ମୂଖ୍ୟ ମନ୍ଦିରଟି ଗର୍ଭ ଗୃହ, କ୍ଷୁଦ୍ର ଜଗମୋହନ ଓ ଏକ ବାରଣ୍ଡା ସଂଯୁକ୍ତ ହୋଇ ରହିଛି, ସର୍ବୋଚ୍ଚ ମନ୍ଦିରର ଉଚ୍ଚତା ବେଢା ପତନ ରୁ ୨୨ ଫୁଟ ଅଟେ। ବାରଣ୍ଡାଟି ମାର୍ବଲ ଆଚ୍ଛାଦିତ ଓ ଗର୍ଭଗୃହରେ ଏକ ମାର୍ବଲ ପିଣ୍ଡି ଉପରେ କାଞ୍ଚି ଗଣେଶ ବିରାଜିତ। ତେବେ ଏହାଙ୍କ ଶ୍ରୀକ୍ଷେତ୍ର ଆଗମନ ର ଇତିହାସ ଆଗାମୀ ଅଧ୍ୟୟ ରେ ଜାଣିବା ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ମୋ ନାମ ଶ୍ରବଣ କୀର୍ତ୍ତନେ
ଶ୍ରଦ୍ଧା ଉପୁଜେ ଯାର ମନେ ।
ନିବୃତେ ସର୍ବ କର୍ମ ତେଜେ
କେବଳ ଦୃଢ଼େ ମୋତେ ଭଜେ ।
ସଂକଳ୍ପ ଭୋଗ ଦୁଃଖମୟେ
ଯେବେ ଛାଡ଼ନ୍ତେ ସୁଖ ନୋହେ ।
ଯେବା ମିଳିବ ଆକସ୍ମାତେ
ଆନନ୍ଦେ ସମର୍ପିବ ମୋତେ ।
ପୀରତି କରି ମୋ ଚରଣେ
ଭାବେ ଭଜିବ ଅନୁକ୍ଷଣେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.