Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ପରିକ୍ରମାର ଏକ ସୁନ୍ଦର ମୁହୂର୍ତ୍ତରେ  ଆମେ ଦର୍ଶନ କରୁଛେ ମା ଲଷ୍ମୀ ଠାକୁରାଣୀଙ୍କୁ ପୁରୀର ଜଣେ ମହାନ ଗବେଷକ ସୁରେନ୍ଦ୍ର ମିଶ୍ରଙ୍କ ଭାଷାରେ ମା ଲଷ୍ମୀଙ୍କ ଏକ ପ୍ରାଞ୍ଜଳ ସ୍ୱରୂପ ବର୍ଣ୍ଣନା ହେଉଛି, ମା ଲଷ୍ମୀ ହେଉଛନ୍ତି ବ୍ରହ୍ମଙ୍କର ସର୍ବ ପ୍ରତିତି, ଅର୍ଥାତ ଯଥାର୍ଥ ଜ୍ଞାନର ଲକ୍ଷ୍ୟ ନିଜେ କର୍ତ୍ତୀ ଓ ଦାନର ଉତ୍ସ । ଲଷ୍ମୀ ହେଉଛନ୍ତି ଅବ୍ୟକ୍ତ (ପ୍ରକୃତି ), ବ୍ୟକ୍ତ (ମହାଦାଦି )ଓ ସତ୍ୱ (ପୁରୁଷ )ର ପ୍ରେରଣା ଦାତ୍ରୀ। କ୍ଷମାଦାତ୍ରୀ, ପାପ ନାଶକାରିଣୀ, ଜଗତ ନିର୍ମାଣକାରିଣୀ, ଜଗତର ଜ୍ଞାତ୍ରି, ସର୍ବୋପରି ଶ୍ରୀ ନାରାୟଣ, ଶ୍ରୀ ବାସୁଦେବ, ତଥା ଶ୍ରୀଜଗନ୍ନାଥଙ୍କ ସର୍ବସମ୍ପଦ, ଯେପରି ବ୍ରହ୍ମମୟ ଶରୀରରେ ଅନ୍ତରାତ୍ମା ସର୍ବ ସମ୍ପଦ। ଏହି ମହାନ ତତ୍ତ୍ୱକୁ ଗୋଟି ଗୋଟି ବିଶ୍ଲେଷଣ କରିବା ସମ୍ଭବ ନୁହେଁ, ତେଣୁ ଚାଲନ୍ତୁ ଦର୍ଶନ କରିବା ମାଙ୍କ ଅପୂର୍ବ ବିଗ୍ରହକୁ ଦେବୀଙ୍କ ବିଗ୍ରହ ମଣି ବିଗ୍ରହ ଉଚ୍ଚତା ପ୍ରଭାସହ ପ୍ରାୟ ଚାରି ଫୁଟ, ଦେବୀ ଲଷ୍ମୀ ଏକ କଳା ମୁଗୁନି ପ୍ରସ୍ତରରେ ନିର୍ମିତ୍ତ ସିଂହାସନ ଉପରେ ପଦ୍ମଆସନରେ ଉଭା ହୋଇଛନ୍ତି। ସେ ଚତୃଭୁଜା, ଉପରେ ଥିବା ଦୁଇ ହସ୍ତରେ ପଦ୍ମ ଓ ତଳେ ଥିବା ଦୁଇ ହସ୍ତରେ ଅଭୟ ଓ ବରଦ ମୁଦ୍ରା ପ୍ରଦର୍ଶନ କରିଛନ୍ତି। ମା ଲଷ୍ମୀ ଠାକୁରାଣୀଙ୍କ ମସ୍ତକ ଦୁଇପାର୍ଶ୍ଵରେ ଦୁଇଟି ଗଜ ଶୁଣ୍ଢରେ ସୁବର୍ଣ୍ଣ କଳସ ଧାରଣ ପୂର୍ବକ ସର୍ବଦା ଜଳାଭିଷେକ କରୁଥିବାର ଅନୁମାନ ହୁଏ। ଶାସ୍ତ୍ର ବର୍ଣ୍ଣନାରେ ଏହି ସ୍ୱରୂପ ଙ୍କୁ “ଗଜ ଲଷ୍ମୀ “କୁହାଯାଏ। ଆସନ୍ତୁ ମା ଗଜଲଷ୍ମୀଙ୍କ ସ୍ୱରୂପଙ୍କୁ ଧ୍ୟାନର ସହ ଆରାଧନା କରିବା ଏହି ମନ୍ତ୍ର ରେ “କାନ୍ତ୍ୟା କାଞ୍ଚନ ସଂନିଭାଂ ହିମଗିରି ପ୍ରଖ୍ୟେଶ୍ଚ ତୁର୍ଭିଗଜୈ, ହ୍ରସ୍ତୋ କ୍ଷିପ୍ତହିରଣ୍ମୟା

ମୃତଘଟେରାସିଚ୍ୟମାନାଂ ଶ୍ରିୟଂ ବିଭ୍ରାଣାଂ ବରମନ୍ମଯୁଗ୍ମମଭୟଂ ହସ୍ତେ କିରିଟଉଜ୍ବଳାଂ, କ୍ଷୋମାବଦ୍ଧନିତମ୍ବବିମ୍ବଲଳିତାଂ ବନ୍ଦେ ଅରବିନ୍ଦସ୍ଥିତାମ୍ “ଅର୍ଥାତ ହେ ମା ଲଷ୍ମୀ! ତୁମେ ନିଜ ଶରୀର କାନ୍ତି ରେ କାଞ୍ଚନ ପରି ଝଟକୁଥାଅ, ତୁମ ମସ୍ତକରେ ସ୍ଵର୍ଣ୍ଣମୟ କଳସ ଧରି ଗଜ ମାନେ ସର୍ବଦା ଜଳାଭିଷେକ କରୁଥାନ୍ତି। ତୁମେ ନିଜ ଚାରିହସ୍ତରେ ଦୁଇଟି ପଦ୍ମ ଓ ଅଭୟ ତଥା ବରଦ ମୁଦ୍ରା ପଦର୍ଶନ କରିଅଛ। ତୁମେ ନିତମ୍ବ ଦେଶରେ ପାଟ ବସ୍ତ୍ର ପରିଧାନ କରିଛ, ତୁମେ ସୁନ୍ଦର ଅଧରଓଷ୍ଟ ଧାରଣ ପୂର୍ବକ ଯେ ସ୍ୱୟଂ ଅରବିନ୍ଦ (ପଦ୍ମ ପୁଷ୍ପ )ଉପରେ ଉପବଶନ  କରିଛନ୍ତି। ସେହି ଦେବୀଙ୍କୁ ମୁଁ ବନ୍ଦନା କରୁଛି। ଜୟ ମା ଲଷ୍ମୀ ଠାକୁରାଣୀ, ପାଳନକାରିଣୀ, ଅଭୟଦାୟିନୀ, କଷ୍ଟବିନାଶିନୀ ଜୟ।

ଜୟ ଜଗନ୍ନାଥ (ଦ . ତ୍ରି. ଉଵାଚ )

Comments are closed.