ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ବେଢା ପରିକ୍ରମା ଅବସରରେ ଆମେ ଦର୍ଶନ କଲେ ଶ୍ରୀ ପାତାଳେଶ୍ୱର ମହାଦେବଙ୍କୁ, ଯେଉଁଠି ରହିଛି କିଛି ଶିଳାଲେଖା। ଏହି ଶିଳାଲେଖା ଗୁଡିକ ଗଙ୍ଗ ବଂଶୀ ରାଜା ଶ୍ରୀ ଅନଙ୍ଗଭୀମ ଦେବ ଙ୍କ ସମୟର ବୋଲି ଜଣାଯାଏ। ବିଶିଷ୍ଟ ଶିଳାଲେଖବିତ ଡ଼ଃ ସତ୍ୟନାରାୟଣ ରାଜଗୁରୁଙ୍କ ଦ୍ୱାରା ଏଥିମଧ୍ୟରୁ ସାତ ଗୋଟି ଶିଳା ଲେଖା ପାଠୋଦ୍ଧାର କରାଯାଇଛି। ସେଥି ମଧ୍ୟରୁ ଗୋଟିଏ ହେଲା “ସ୍ବସ୍ତି!ଶ୍ରୀ ଅନଙ୍ଗଭୀମ ଦେବସ୍ୟ ପ୍ରବର୍ଦ୍ଧମାନ ବିଜେ ସମ୍ବତ ସ୍ରାହି ୨୯ ଶlକାବ୍ଦlନାଂ ୧୧୫୭ କୁମ୍ଭ ଶୁକ୍ଳ ୭ ରବିବାରେ ଶ୍ରୀ ପୁରୁଷୋତ୍ତମ ଦେବଙ୍କୟୀ କୀର୍ତିବାସ ନାୟକ ଦତ୍ତ ଭୂମି କୁରାଙ୍ଗ ବାଟି ୧ ମୁରଡ଼ ବାଟି ୧ ନୈବେଦ୍ୟ କୋଞ୍ଚି ୨ ଘୃତ ଦଧି ପକ୍ୱ ବ୍ୟଞ୍ଜନ ତମ୍ବୋଳ ପାନ ଦାନ ଦ୍ରବ୍ୟୋତ୍ତମଂ ପାଠୀ ମହାଦେବ ଗୋଚରେ ଦତ୍ତମ “ଅର୍ଥାତ ଶ୍ରୀ ପୁରୁଷୋତ୍ତମଙ୍କୁ ଚାଉଳ, ଘିଅ, ଦହି ଓ ବ୍ୟଞ୍ଜନ ନୈବେଦ୍ୟ ପାଇଁ ରାଜା ଅନଙ୍ଗଭୀମ ଦେବଙ୍କର ୨୯ ଅଙ୍କ ତଥା ୧୧୫୭ ଶକାବ୍ଦରେ କୁମ୍ଭ ଶୁକ୍ଳ ସପ୍ତମୀ ଦିନ ତାଙ୍କର କର୍ମଚାରୀ କୃତିବାସ ନାୟକ ମହାଦେବ ପାଢ଼ୀଙ୍କ ଗୋଚରରେ ଭୂମି ଦାନ କରିଛନ୍ତି।
ଏହିଭଳି ୪ ,୬ ,୭ ,୮ ,୧୦ ଓ ୧୧ ଧାଡି ବିଶିଷ୍ଟ ଶିଳlଲେଖ ଉକ୍ତ ମନ୍ଦିର କାନ୍ଥରେ ଅଛି ମୁଖ୍ୟତଃ ଏହି ଶିଳାଲେଖ ଗୁଡିକରେ ଶ୍ରୀ ପୁରୁଷୋତ୍ତମଙ୍କର ତ୍ରିମୁର୍ତ୍ତିଙ୍କ ସୂଚନା, ପୁରୁଷୋତ୍ତମଙ୍କ ନୈବେଦ୍ୟ ନିମନ୍ତେ ଭୂମି ଦାନ, ଚାଉଳ, ଘିଅ, ଦଧି, ତମ୍ବୁଳ ଦାନ ଇତ୍ୟାଦି ବିଷୟରେ ସୂଚନା ଅଛି। ପୂର୍ବ କାଳରେ ଦସ୍ତାବିଜ ହିସାବରେ ଏଗୁଡିକ ବିଚାର ହେଉଥିଲା। ଏସବୁ ଦୃଷ୍ଟିରୁ ଶ୍ରୀ ପାତାଳେଶ୍ୱର ମନ୍ଦିରର ପ୍ରାଚୀନତା ଅନୁମେୟ। ଦେବଯାନ ଦର୍ଶନର ପ୍ରକ୍ରିୟା ଆରମ୍ଭ ପୂର୍ବରୁ ଆସନ୍ତୁ କରିବା ଆରାଧନା ଓ ଧ୍ୟାନ “ନମୋ ରୁଦ୍ରାୟ କାଳlୟ ପାତାଳlନ୍ତ ସ୍ଥିତାୟ ଚ, ସର୍ବରୋଗ ବିମର୍ଦ୍ଧlୟ ମୃତ୍ୟୁଞ୍ଜୟାୟବୈ ନମଃ ।” ଅର୍ଥାତ, ହେ ପାତlଳେଶ୍ୱର! ତୁମେ ରୁଦ୍ର, ତଥା କାଳ, ତୁମେ ପାତାଳର ଅନ୍ତିମ ଭାଗ ପର୍ଯ୍ୟନ୍ତ ଅବସ୍ଥିତ। ତୁମେ ସମସ୍ତ ରୋଗର ବିମଦ୍ଦର୍କ, ହେ ମୁର୍ତ୍ୟୁଞ୍ଜୟ, ତୁମକୁ ଆମେ ନମସ୍କାର କରୁଅଛୁ। ଜୟ ଶ୍ରୀ ପାତlଳେଶ୍ୱର
ଜୟ ଜଗନ୍ନାଥ (ଦ.ତ୍ରି.ଉବାଚ )
Comments are closed.