Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୩୩

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ, ଶିଳାବ୍ରହ୍ମ ରୁପ “ନୀଳମାଧବଙ୍କ ଦର୍ଶନ ପ୍ରଥମେ ବିଦ୍ୟାପତି ପାଇଥିଲେ କିନ୍ତୁ ଯେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଆସିଲେ ସେତେବେଳେ ପ୍ରଭୁ ନୀଳମାଧବ ଅଦୃଶ୍ୟ ହୋଇଗଲେ। ତାତ୍ତ୍ଵିକ ମର୍ମରେ ବୁଝିଲେ ଯୋଗମାୟାଙ୍କ ମାୟା ଶକ୍ତି ଏଠାରେ ଜୀବ ଓ ବ୍ରହ୍ମ (ପରମ )ଙ୍କ ମଧ୍ୟରେ ଏକ ପଟଳ ବା ଆବରଣ ସୃଷ୍ଟି କଲେ, ଯାହାର ପ୍ରଭାବରେ ଜୀବ (ଇନ୍ଦ୍ରଦ୍ୟୁମ୍ନ ରାଜା )ବ୍ରହ୍ମ (ପ୍ରଭୁ ନୀଳମାଧବ )ଙ୍କ ଦର୍ଶନରୁ ବଞ୍ଚିତ ହେଲେ। ଏହା ମଧ୍ୟ ପରଂବ୍ରହ୍ମଙ୍କ ଇଛାଶକ୍ତିର କ୍ରିୟା ରୂପେ ମହାମାୟାଙ୍କ ଦ୍ୱାରା ସମ୍ପାଦିତ ହେଲା। ମହାମାୟାଙ୍କ ମାୟା ଶକ୍ତିର ଦୁଇଟି ସ୍ୱରୂପ ବା ଦୁଇ ପ୍ରକାର କ୍ରିୟା ଶକ୍ତି ଥାଏ ।

୧. ବିକ୍ଷେପ ଶକ୍ତି
୨. ଆବରଣ ଶକ୍ତି

ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ କ୍ଷେତ୍ରରେ ଆବରଣ ଶକ୍ତି କାର୍ଯ୍ୟ କରିଥିଲା। ପ୍ରାୟତଃ ସାଧକ, ଭକ୍ତମାନେ ନିଜ ସାଧନାରେ ଯେତେ ନିମଗ୍ନ ରହିଲେ ଶ୍ରଦ୍ଧା ଯୋଗମାୟାଙ୍କ ମାୟା ପଟଳ ଅପସାରଣ କରିବାକୁ ସମର୍ଥ ହେବା ପରେ ହିଁ ପରଂବ୍ରହ୍ମଙ୍କ ସାକ୍ଷାତ ପାଆନ୍ତି ଓ ସାନିଧ୍ୟ ମଧ୍ୟ ପାଆନ୍ତି। ଏହାହିଁ ନିର୍ବାଣର ପଥ ବା ମୁକ୍ତିର ମାର୍ଗ ଅଟେ।

ଏହିକଥା ଜ୍ଞାତ ଥିବାରୁ ନିଜେ ନାରଦ ମହର୍ଷି ଇନ୍ଦ୍ରଦ୍ୟୁମ୍ନଙ୍କୁ ଉପଦେଶ ଦେଇ କହିଥିଲେ। ମହାନଦୀ, ଯାହାକୁ ଉତ୍କଳର ଗଙ୍ଗା ବୋଲି ବିବେଚନା କରାଯାଏ। ତାହାରି ପବିତ୍ର ଜଳରେ ସ୍ନାନ ସାରି ମହାବିଷ୍ଣୁଙ୍କ ଶକ୍ତି ସ୍ୱରୂପିଣୀ ମା ଚର୍ଚ୍ଚିକାଙ୍କୁ ଦର୍ଶନ କରି ଏକାମ୍ର ଦେଇ ନୀଳାଚଳ ଯିବାକୁ “ସ୍ନାନମାତ୍ରଂ ବିଧାୟlଶୁ ସମାପ୍ୟ ନିଜକର୍ମତତ୍, ଚର୍ଚ୍ଚିକାଂ ତାଂ ମହାବିଷ୍ଣୁ ଶକ୍ତିଂ ଚ ପରିଲୋକୟ “(ନୀଳାଦ୍ରି ମହୋଦୟ୨/୧୫୩)। ମହାରାଜ ଇନ୍ଦ୍ରଦ୍ୟୁମ୍ନ ମଧ୍ୟ ନାରଦଙ୍କ ଉପଦେଶକୁ ପାଳନ କରିଥିଲେ। କିନ୍ତୁ ଈଶ୍ୱର ଇଚ୍ଛା ପ୍ରକାରେ ଦେବୀଡ଼ଃ ମାୟା କରି ରାଜାଙ୍କ ଚକ୍ଷୁରେ ମାୟାର ପଟଳ ସୃଷ୍ଟି କରିବାରୁ ପ୍ରଭୁ ନୀଳମାଧଵ ଅଦୃଶ୍ୟ ରହିଗଲେ। ପୁନଶ୍ଚ ନାରଦଙ୍କ ଉପଦେଶ ପ୍ରକାରେ ଅଶ୍ଵମେଦ୍ଧ ଯଜ୍ଞ ଅନୁଷ୍ଠିତ ହୋଇ “ବ୍ରହ୍ମ ଦାରୁ “ପ୍ରାପ୍ତ ହୋଇଥିଲେ। ସେହି ବ୍ରହ୍ମଦାରୁରୁ ନିର୍ମିତ୍ତ ହେଲା ଦାରୁବ୍ରହ୍ମ ସ୍ୱରୂପ ଶ୍ରୀ ବଳଭଦ୍ର , ମା ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ । ଏଠାରେ ମଧ୍ୟ ମାୟାର ପ୍ରଭାବ ଅଛି ତାହା ପୁଣି ପ୍ରଭୁଙ୍କର ନୟନ (ଚକାନୟନ )ରେ ସେ କି ମାୟା ଜାଣନ୍ତି,”ତାମସି ମାୟା “. ମହାପ୍ରଭୁଙ୍କର ଯୋଗନିଦ୍ରା ଓ ଶୟନ ମୁଦ୍ରା ତତ୍ତ୍ୱ ବିଷୟରେ ପରେ ଜାଣିବା। ବର୍ତ୍ତମାନ ଆରାଧନାର ସମୟ “ପ୍ରାତୋସ୍ମି ଯଦି ମେ ନାଥ ବୃଣ ଅପି ବରମୁତ୍ତମମ, ଦେବା ସୁରାସ ଗନ୍ଧର୍ବା ଯକ୍ଷୋ ରକ୍ଷୋ ମହୋରଗା। ନିର୍ଗୁଣଂ ନିର୍ମଳଂ ଶାନ୍ତଂ ଯତ ପଶ୍ୟନ୍ତି ମନୀଷୀତଃl, ତତ ପଦଂ ଗନ୍ତୁମିଛାମି ତ୍ୱତ ପ୍ରସାଦାତ ସୁଦୃଲଭଂ (ବ୍ରହ୍ମ ପୂରାଣ )।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.