ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କଳିଯୁଗର ସ୍ୱରୂପ ଜୀବ ରୂପୀ ପ୍ରଭୁ ବଳଭଦ୍ର, ମାୟା ରୂପୀ ମା ସୁଭଦ୍ରା, ପରମ ରୂପୀ ଶ୍ରୀଜଗନ୍ନାଥ ଓ କାଳ ରୂପୀ ଶ୍ରୀ ସୁଦର୍ଶନଙ୍କ ପ୍ରକଟ ପରେ ପୁନଃ ଦୈବୀ ବାଣୀ ହେଲା “ହେ ରାଜନ ନୀଳାଚଳର ଉପରେ କଳ୍ପବଟର ବାୟୁକୋଣର ଶତହସ୍ତ ଦୂରରେ ବିରାଜିତ ପ୍ରଭୁ ନୃସିଂହଙ୍କ ଉତ୍ତର ଭାଗରେ ଥିବା ପ୍ରଶସ୍ତ ଭୂମିରେ ସହସ୍ର ହାତ ଉଚ୍ଚ ଓ ଉପଯୁକ୍ତ ଆୟତନର ଏକ ସୁଦୃଢ ପ୍ରାସାଦ ନିର୍ମାଣ କରି ତହିଁରେ ଏହି ବିଗ୍ରହ ମାନଙ୍କୁ ସ୍ଥାପନ କର ।” ତାହା ହିଁ ହେଲା ଦୈବ ଆଦେଶ ପ୍ରକାରେ ନିଜର ସମସ୍ତ ସମ୍ପତ୍ତି ବ୍ୟୟ କରି ଓ ଅନ୍ୟ ରାଜା ମାନଙ୍କ ସହାୟତା ନେଇ ରାଜା ଇନ୍ଦ୍ରଦ୍ୟୁମ୍ନ ନିର୍ମାଣ କଲେ ଏକ ଭବ୍ୟ ମନ୍ଦିର ଓ ନାରଦ ମହର୍ଷିଙ୍କ ପରାମର୍ଶ ଅନୁସାରେ ଏହାର ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମlଙ୍କୁ ନିମନ୍ତ୍ରଣ କରିବାକୁ ବ୍ରହ୍ମଲୋକ ଯାତ୍ରା କଲେ। ଏହା ପର ଇତିହାସ ଖୁବ ରୋଚକ, ପୁରାଣ ବର୍ଣ୍ଣନା ଅନୁସାରେ କାଳଚକ୍ରରେ ବିରାଟ ପରିବର୍ତ୍ତନ। କାରଣ ବ୍ରହ୍ମଲୋକରେ ଯାହା ସ୍ୱଳ୍ପ ସମୟ, ମର୍ତ୍ତ୍ୟଲୋକରେ ତାହା ମନ୍ୱନ୍ତର। ତେବେ ସେ ପରିବର୍ତନ କଥା ଜାଣିବା ଆଗାମୀ ଅଧ୍ୟାୟରେ ଏବେ ଆଉ ଏକ ଶୂନ୍ୟବାଣୀ ବା ଦୈବୀ ଆଦେଶ କଥା ଜାଣିବା ଯଥା :- “ହେ ରାଜନ ପୂର୍ବେ ଶବର ରାଜା ବିଶ୍ୱାବସୁ ଗଭୀର ଭକ୍ତି ସହ ମୋର ପୂଜା କରୁଥିଲା, ତେଣୁ ତାର ତଥା ବିଦ୍ୟାପତିଙ୍କର ବଂଶଜମାନଙ୍କୁ ମୋର ବିଗ୍ରହମାନଙ୍କ ଲେପ, ସଂସ୍କାର ଓ ସକଳ ଯଜ୍ଞ ଉତ୍ସବ ଆଦି କର୍ମ ପାଇଁ ସେବକ ରୂପେ ନିଯୁକ୍ତ କର ।” ଏହା ଥିଲା ସ୍କନ୍ଦ ପୁରାଣ ବର୍ଣ୍ଣିତ ଆଦେଶ । କିନ୍ତୁ ଦେଉଳ ତୋଳା ଗ୍ରନ୍ଥ କହେ :-
“ଶବରର ଘରେ ଯେଉଁ ପୁତ୍ର ହେବେ ଜାତ,
ଦଇତା ସେବକ ହେବେ ବୋଲେ ଜଗନ୍ନାଥ ।
ଯେଉଁ ବ୍ରlହ୍ମଣ ତୋହର ଦୂତ ପଣେ ଗଲା,
ନୀଳ ଯେ ମାଧବ ରୂପ ଭେଟ ସେ ପାଇଲା ।
ସେ ବ୍ରlହ୍ମଣ ଘରେ ଯେଉଁ ପୁତ୍ର ହେବେ ଜାତ,
ପ୍ରକୃତ ସେବକ ସେ ବୋଇଲେ ଜଗନ୍ନାଥ ।
ବିଦ୍ୟାପତି ବ୍ରlହ୍ମଣ ଯେ ଦୂତ ପଣେ ଗଲା,
ଶବର ଝିଅଙ୍କୁ ସେ ଯେ ପ୍ରଦାନ ହୋଇଲା ।
ଶବରୁଣୀ ଠାରୁ ଯେଉଁ ପୁତ୍ର ହେବ ଜାତ,
ଶୁଦ୍ଧ ସୁଆର ସେ ହେବ ବୋଲେ ଜଗନ୍ନାଥ ।”
ସେ ଯାହା ବି ହେଉ ପୁରାଣମାନଙ୍କ ମଧ୍ୟରେ ଅନେକ ଅମେଳ ଦୃଷ୍ଟିଗୋଚର ହେଲେ ମଧ୍ୟ ଶେଷ କଥାଟି ଏପରି ଯେ ସ୍ୱୟଂ ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିଜର ସମସ୍ତ ବିଧିବିଧାନ, ପୂଜା ନିର୍ଘଣ୍ଟ ତଥା ସେବକ ଚୟନ ଆଦି ନିଜସ୍ୱ ଇଚ୍ଛା ପ୍ରକାରେ କରିଛନ୍ତି। ପୁରାଣକାରମାନେ ମଧ୍ୟ ନିଜସ୍ୱ ଶୈଳୀରେ ଏହି ମହାନ ଉପାଖ୍ୟାନ ବର୍ଣ୍ଣନା କରିଛନ୍ତି। ସ୍କନ୍ଦ ପୁରାଣ ଶବର କନ୍ୟା ଲଳିତା ପ୍ରସଙ୍ଗକୁ ସମ୍ପୂର୍ଣ ଏଡ଼ାଇ ଯାଇଛି, ସେହିପରି ଦେଉଳ ତୋଳା ରେ ବିଶ୍ୱାବସୁ ଶବର କେବଳ ବସୁ ଶବର ନାମରେ ପରିଚିତ ହୋଇଛନ୍ତି। ସାରଳା ଦାସ ମହାଭାରତରେ ତ ବ୍ରlହ୍ମଣ ବିଦ୍ୟାପତିଙ୍କ ନାମ ବାସୁଦେବ /ଯଦୁ ବିପ୍ର ଆଦି ଉଲ୍ଲେଖ ଅଛି ଓ ଏଠାରେ ଜରା ଶବରର ପତ୍ନୀର ନାମ ଲଳିତା ହୋଇଛି। ସେଥିପାଇଁ ଆମେ ପୁରାଣ ଅପେକ୍ଷା ଉପଲବ୍ଧ ହେଉଥିବା ଇତିହାସକୁ ବେଶୀ ମାନ୍ୟତା ଦେବା ଓ ଇତିହାସ କିନ୍ତୁ ଇନ୍ଦ୍ରଦ୍ୟୁମ୍ନଙ୍କ ଦ୍ୱାରା ନିର୍ମିତ୍ତ ମନ୍ଦିର ବିଷୟରେ ସମ୍ପୂର୍ଣ୍ଣ ନୀରବ ଅଛି। ସେଥିପାଇଁ ବର୍ତ୍ତମାନ ଦୃଶ୍ୟ ହେଉଥିବା ଶ୍ରୀମନ୍ଦିର ଯେ ପୁରାଣ ବର୍ଣ୍ଣିତ ମନ୍ଦିର ନୁହେଁ ଏହା ପ୍ରମାଣିତ। ତଥାପି ପୁରାଣ କଥା ଜାଣିବା ଓ ବ୍ରହ୍ମlଙ୍କ ଦ୍ୱାରା କିପରି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ପାଇଲେ ତାହା ମଧ୍ୟ ଜାଣିବା। କିନ୍ତୁ ବର୍ତ୍ତମାନ କରିବା ଆରାଧନା ।
“ପ୍ରଧାନ ପୁରୁଷlତୀତ ସର୍ବବ୍ୟାପିନ -ପରlତ୍ପର l ଚରାଚର ପରିଣାମ ପରମାର୍ଥ, ନମୋସ୍ତୁତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.