Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଓ ପବିତ୍ର କାର୍ତ୍ତିକ ମାସରେ ହେଉଥିବା ରାଧା -ଦାମୋଦର ବେଶର ଆଜି ଶେଷ ଦିବସ। କାରଣ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପୁନଶ୍ଚ ଶ୍ରୀଜଗନ୍ନାଥ ବିଷ୍ଣୁ ସ୍ୱରୂପ ଧାରଣ କରି ମା ଲଷ୍ମୀଙ୍କ ସହ ଦିବ୍ୟଲୀଳା କରିବେ।ଏହି ପାଞ୍ଚ ଦିନ ପାଞ୍ଚ ପ୍ରକାର ବେଶ ଧାରଣ କରିବେ ; ଯାହା ପ୍ରତ୍ୟେକ ଦିନ ବର୍ଣ୍ଣିତ ହେବ ଅନ୍ୟାନ୍ୟ ପରମ୍ପରା ସହ । ଆଜି ଜାଣିବା କାର୍ତ୍ତିକ ମାସର କିଛି ନିଆରା ବ୍ୟବସ୍ଥା ଓ ରୀତିନୀତି ବିଷୟରେ।
ହରିହର ବେଶ :- ପବିତ୍ର କାର୍ତ୍ତିକ ମାସର ଅମାବାସ୍ୟାଠାରୁ ପୁର୍ଣିମା ପର୍ଯ୍ୟନ୍ତ ପ୍ରତ୍ୟେକ ସୋମବାର ଦିନ ବଡ଼ ବାଡ଼ର ଠାକୁର ଶ୍ରୀବଳଭଦ୍ରଙ୍କର ହରିହର ବେଶ ହୋଇଥାଏ। ଏହି ବେଶର ପରମ୍ପରା ଅନୁଯାୟୀ ଶ୍ରୀବଲଭଦ୍ରଙ୍କ ଅର୍ଦ୍ଧେକ ଶରୀର କଳା ରଙ୍ଗ ଓ ଅର୍ଦ୍ଧେକ ଶରୀର ଧଳା ରଙ୍ଗର ବସ୍ତ୍ର ଦ୍ୱାରା ଆବୃତ୍ତ ହୋଇଥାଏ। ଏହି ବେଶ ଅତ୍ୟନ୍ତ ଦୁର୍ଲଭ ହୋଇଥାଏ। ଶ୍ରଦ୍ଧାଳୁ ଓ ହବିଷ୍ୟାଳିମାନେ ଉଭୟ ବିଷ୍ଣୁ ଓ ଶିବଙ୍କ ଦର୍ଶନ କରି ଭାବ ବିହ୍ଵଳ ହୋଇଯାଆନ୍ତି। ସେମାନେ ପ୍ରତ୍ୟହ ସୁରୁଖୁରୁରେ ଦର୍ଶନ ପାଇଁ
ସାହାଣମେଲା :-କେବଳ କାର୍ତ୍ତିକ ମାସରେ ଦୈନିକ ସନ୍ଧ୍ୟା ଆଳତି ନୀତି ଶେଷ ପରେ ସର୍ବସାଧାରଣଙ୍କ ଦର୍ଶନ ଉଦ୍ଦେଶ୍ୟରେ ସାହାଣ ମେଲା ଦର୍ଶନ ହୋଇଥାଏ।

ଏହିଠାରେ ପ୍ରକାଶ ଥାଉକି ଅନ୍ୟ ଦିନମାନଙ୍କ ପରି ସକାଳ ଅବକାଶ ନୀତି ପରେ ହେଉଥିବା ସାହାଣ ମେଲା ନୀତି କାର୍ତ୍ତିକ ମାସରେ ହୁଏ ନାହିଁ। ଏଭଳି କାର୍ତ୍ତିକ ମାସରେ ଶ୍ରୀମନ୍ଦିର ରେ କେତେକ ବିଶେଷ ନୀତି ଓ ବେଶ ହେଉଥିବାରୁ, ଏହାର ସ୍ୱତନ୍ତ୍ରତା ଓ ଭିନ୍ନତା ବାରିହୋଇଯାଏ ବିଶେଶତଃ ହବିଷ୍ୟାଳି ମାନଙ୍କ ପାଇଁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବା ମହାପ୍ରସାଦ ସେବନ କରିବା, କାର୍ତ୍ତିକ ମାହାତ୍ମ୍ୟ ଶ୍ରବଣ କରିବା ଇତ୍ୟାଦି କର୍ମଗୁଡିକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିରରେ ବିଶେଷ ବ୍ୟବସ୍ଥା ହୋଇଥାଏ। ଆଗାମୀ ଅଧ୍ୟlୟମାନଙ୍କରେ ପଞ୍ଚୁକର ବିଭିନ୍ନ ବେଶ ଓ ରୀତିନୀତି ଆଲୋଚନା କରିବା । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।

“ସକଳ ଧର୍ମ ତେଜି ଚିତ୍ତେ
ଯେ ମୋତେ ଭଜେ ଦୃଢମତେ।
ସେ ପ୍ରାଣୀ ଭକତ ଉତ୍ତମ
କହିଲେ ପୁରୁଷ ଉତ୍ତମ ।
ଜାଣି ନଜାଣି ମୋ ମହିମା
ଭଜନ୍ତି ଭକତ ଉତ୍ତମା।”

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

 

Comments are closed.