ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସୁପକାର ସେଵା ମଧ୍ୟରେ ଏମିତି କିଛି ସେବକ ଅଛନ୍ତି, ଯାହାଙ୍କ ବିନା ପୃଥିବୀର ସର୍ବ ବୃହତ ରୋଷଶାଳ (ଆକାରରେ ନହେଲେ ବି ପ୍ରକାରରେ ଏହା ଏକ ବିସ୍ମୟ ରୋଷ ଶାଳ )ସର୍ବଦା ଚଳଚଞ୍ଚଳ ରହିଥାଏ । ଏହିମାନେ ହେଲେ ହାଣ୍ଡି ଯୋଗାଣିଆ ଓ ତୋଳାବତୀ ସେବାର ସେବକ। ବିରିବଟା ସମର୍ଥl ସେବା, କୋଠ ଭୋଗ ପାଣିଆ ସେଵା ଇତ୍ୟାଦି। ଆସନ୍ତୁ ଜାଣିବା ଏହି ସେବା ଗୁଡିକ ପ୍ରକୃତରେ କଣ?
ଆମେ ଜାଣିଛେ କୁମ୍ଭାର ମନ୍ଦିର ରୋଷ ପାଇଁ ମାଟି ହାଣ୍ଡି ବା କୁଡୁଆ ଗଢ଼ନ୍ତି। କିନ୍ତୁ ଦୈନିକ କୋଠ ଭୋଗ ପାଇଁ ଆବଶ୍ୟକ ମାଟି ପାତ୍ର ଓ ମୁଦ ପାଇଁ କଞ୍ଚା ମାଟି ଏହି ସେବକମାନେ କୁମ୍ଭାରଙ୍କ ଠାରୁ ସଂଗ୍ରହ କରି ମନ୍ଦିରକୁ ଯୋଗାନ୍ତି। ତେଣୁ ଏମାନେ ହାଣ୍ଡି ଯୋଗାଣିଆ ଭାବରେ ପରିଚିତ । ଏମାନଙ୍କର ଅନ୍ୟ ଏକ ସେବା ହେଲା ତୋଳାବତୀ ସେବା । ଏହି ସେବାର ଆବଶ୍ୟକତା ବର୍ତ୍ତମାନ ଏତେ ନଥିଲେ ମଧ୍ୟ ପୁରାତନ କାଳରେ ଏହା ବିନା କିଛି କାର୍ଯ୍ୟ ଅଚଳ ଥିଲା। ଅର୍ଥାତ ରାତିରେ ହେଉଥିବା ଭୋଗର ଛେକ ବୁହା ସମୟରେ ସେହି ଛେକ ଆଗରେ ଦୀପ ଦେଖାଇ ଯିବା। ଏମାନେ ସୁପକାର ଗୋଷ୍ଠୀର ସେବକ ଓ ସେଵା ବଂଶାନୁକ୍ରମିକ
ବିରିବଟା ସମର୍ଥl ସେବା ନାମରୁ ସ୍ପଷ୍ଟ ଯେ ରୋଷରେ ଆବଶ୍ୟକ ସମସ୍ତ ବିରି ଓ ଚାଉଳ ଏମାନେ ବାଟି ଯୋଗାନ୍ତି। ଏହି କାର୍ଯ୍ୟ ସେମାନେ ନିଜେ ବା ଲୋକ ଲଗାଇ କରିବାର ଦାୟିତ୍ୱ ନେଇଥାନ୍ତି ଓ ରୋଷ ମଧ୍ୟରେ ଥିବା ବିରିମୁଣ୍ଡି ଘରେ ଏହି କାର୍ଯ୍ୟ ସମାପିତ ହୁଏ। ଏହି ସେବା ପାଇଁ କେବଳ ପାଣି ଛୁଆଁ ଜାତିର ଲୋକେ ନିୟୋଜିତ ହୁଅନ୍ତି। ସେହିପରି କୋଠ ଭୋଗ ପାଣିଆ ସେବକ ମଧ୍ୟ ବ୍ରlହ୍ମଣ ସେବକ ଅଟନ୍ତି। ଯେଉଁମାନେ କୋଠ ଭୋଗ ରନ୍ଧନ ନିମିତ୍ତ ଆବଶ୍ୟକ ସମସ୍ତ ପାଣି ଯୋଗାଇଥାନ୍ତି। ଏହି ପାଣି ରୋଷ କୂଅରୁ ହିଁ ସଂଗ୍ରହ କାରାଯାଏ। ବିଶେଷ ଯାତ୍ରା ନୀଳାଦ୍ରି ମହୋଦୟ, ସହସ୍ର କୁମ୍ଭ ଅଭିଷେକ, ତଥା ପୁଷ୍ୟlଭିଷେକରେ ମଧ୍ୟ ଜଳ ଯୋଗାଇ ଥାନ୍ତି। ଏହି ସେଵା ବଂଶାନୁକ୍ରମିକ କିନ୍ତୁ ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। ଆଗାମୀ ଅଧ୍ୟlୟରେ ଜାଣିବା ଏମିତି ଆଉ କିଛି ଗୁରୁତ୍ୱପୂର୍ଣ ସେବା ଓ ସେବକଙ୍କ ବିଷୟରେ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ।
ମୋ ରୂପ ଦେଖ ସର୍ବ ଠାବେ
ମୋର ଚରଣ ଭଜ ଭାବେ ।
ନିରୋଳେ ବସି ଏକ ସ୍ଥାନେ
ନିଶ୍ଚିନ୍ତେ କଳ୍ପିବ ଆସନେ ।
ମୋର ମଧୁର ରୂପ ଧ୍ୟାନେ
ବସି ଚିନ୍ତିବ ସ୍ଥିର ମନେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.