Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଓ ସେବକ ପରମ୍ପରା ବିଷୟରେ ଆଲୋଚନା ପ୍ରସଙ୍ଗ ମାଧ୍ୟମରେ ଆମେ ଜାଣୁଥିଲେ ସୁପକାର ସେବକ ଗୋଷ୍ଠୀର କିଛି ନିଆରା ସେବକଙ୍କ ବିଷୟରେ। ଅର୍ଥାତ ରୋଷ କାର୍ଯ୍ୟରେ ବିଶେଷ ସହଯୋଗ କରୁଥିବା କିଛି ସେବକଙ୍କ ବିଷୟରେ ଆଜି କିନ୍ତୁ ଜାଣିବା ଆଉ ଏକ ଅଲଗା ସେବା ଓ ସେବକଙ୍କ ବିଷୟରେ ଯଥା ‘ନିକାପ ବା ଗନ୍ଧଣ ନିକାପ’ । ଏମାନେ ଶାଢ଼ୀବନ୍ଧା କରଣ ସେବକ ଓ ଏମାନଙ୍କ ସେବା ବଂଶାନୁକ୍ରମିକ ଏମାନେ ପ୍ରତିଦିନ ପ୍ରତି ଧୂପ ପାଇଁ ଗନ୍ଧଣ ଥାଳି ପ୍ରସ୍ତୁତ କରନ୍ତି,। ଅଦା,ହେଙ୍ଗୁ, ଜିରା, ଗୋଲମରିଚ, ଘିଅ ଆଦି ସୁଗନ୍ଧିତ ମସଲା ପଦାର୍ଥ ଯାହା ଗନ୍ଧଣ ଭାବେ ବିବେଚିତ ହୋଇଥାଏ । ଏହାଛଡା ବିଶେଷ ଦିନମାନଙ୍କରେ ଯଥା ଚନ୍ଦନ ଯାତ୍ରାରେ ଷୋଳଟିଆ ପଣା ଓ ଆଲଟ ଲାଗି ପାଇଁ ପଣା ଏହାଙ୍କ ସରଘରେ ପ୍ରସ୍ତୁତ ହୁଏ. ବାଳ ଧୂପ, କାଳୀୟ ଦଳନ ଏକାଦଶୀରେ ବଣଭୋଜି ସର ଜଗିବା ଜଳକ୍ରୀଡାରେ ପଣା ଭୋଗ ଓ ଗ୍ରହଣ ବେଳେ ଖଇ କୋରା ଭୋଗ କରିବା ତଥା ମକର ସଂକ୍ରlନ୍ତିରେ ଗୁଡ଼ିଆ ଓ ମହାଭୋଇ ଦେଉଥିବା ଜିନିଷକୁ ଜଗିବା, ଅଣସର ପଣା ପାଇଁ ସାଚି ଯୋଗାଇବା ଏହାଙ୍କ କାର୍ଯ୍ୟ ଅନ୍ତର୍ଭୁକ୍ତ । ବିଶେଷ ଭାବରେ ପହିଲି ଭୋଗ ମାସକ ଯାକ ଦୈନିକ ମସଲା, ଅଦା ଛେଚା, ଖୁଦି ନଡ଼ିଆ ରୋଷକୁ ଯୋଗାଇବା ତଥା ଗୁଣ୍ଡିଚା ମକର ଓ ସାତପୂରୀ ନୀତିରେ ଘିଅ ବାଣ୍ଟିବା ଇତ୍ୟାଦି କାର୍ଯ୍ୟ ନିର୍ବାହ କରନ୍ତି । ସୁପକାର ଗୋଷ୍ଠୀର ଆଉ ଜଣେ ସେବକ ହେଲେ ବିରି ବୁହା ସେବକ। ପ୍ରତିଦିନ କୋଠ ଭୋଗ ପାଇଁ ବିରି ବଟାଠାରୁ ବଟା ବିରି ବୋହି ନେଇ କୋଠ ଭୋଗ ସୁଆରଙ୍କ ଜିମା ଦିଅନ୍ତି। ଏହି ସେବା ବଂଶାନୁକ୍ରମିକ ସେବା ଅଟେ। ଏହିପରି ରୋଷ କାର୍ଯ୍ୟରେ ଆଗରୁ ନିୟୋଜିତ ଦୁଇଟି ସେବା ହେଲା ପନିକି ପଟା ସେବା ।ଯେଉଁମାନେ ପରିବା କାଟିବା କାମ କରୁଥିଲେ ଓ ଦଉଡି ବଳା ସେବକ ଯେଉଁମାନେ ନିତି ବ୍ୟବହାର ପାଇଁ ଅର୍ଥାତ ବିମଳାଙ୍କ କୂଅରୁ ପାଣି ଟାଣିବା ପାଇଁ ଏହି ସେବକମାନେ ଦଉଡି ବଳୁଥିଲେ। କିନ୍ତୁ ବର୍ତ୍ତମାନ ଏହି ଦୁଇଟି ସେବା ବନ୍ଦ ହୋଇଛି। ଆଗାମୀ ଅଧ୍ୟlୟରେ ଆମେ ଆଲୋଚନା କରିବା ମହାପ୍ରଭୁଙ୍କର ଏକ ନିଆରା ସେବା ଚୁନରା ଗରୁଡ଼ ସେବକଙ୍କ ବିଷୟରେ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ କରବାରର ସମୟ।

ବିଷ୍ଣୁ ଭକତ ହୋଇ ଯେବେ
ଭକତି କରେ ସେହି ଭାବେ ।
ତାହାକୁ ରଖେ ଭଗବାନ
ନ ସହେ ଭକ୍ତ ଅପମାନ।

. ଜୟ ଜଗନ୍ନାଥ (ଦ.ତ୍ରୀ. ଉବାଚ )

Comments are closed.