ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମହାପ୍ରସାଦର ମହିମା ବର୍ଣ୍ଣନାରେ କିଛି ପୁରାଣ ଓ ଶାସ୍ତ୍ର ଏତେ ମଜ୍ଜି ଯାଇଛନ୍ତି ଯେ ସେହି ଶାସ୍ତ୍ର ବା ପୁରାଣ ବର୍ଣ୍ଣିତ ବିଷୟ ସାଧାରଣ ମଣିଷଙ୍କ ଚିନ୍ତନ ଭିତରେ ଠିକ ଭାବେ ପ୍ରକାଶିତ ହେଉନାହିଁ, ଯାହା ପରବର୍ତ୍ତୀ କାଳରେ ଅନେକ ତର୍କର ସୃଷ୍ଟି କରୁଛି । ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଶ୍ଳୋକଟି କହେ ।
“କୁକୁରସ୍ୟ ମୁଖାଦଭ୍ରଷ୍ଟମ ନୈବେଦ୍ୟମ ଯଦି ଲଭ୍ୟତେ
ଇନ୍ଦ୍ରଦିନାମ ତୁ ତଦଭକ୍ଷାମ ଭାଗ୍ୟଂତେ ଯଦି ଲଭ୍ୟତେ ।
ଅର୍ଥାତ କୁକୁର ପାଟିରୁ ଖସି ପଡ଼ିଥିବା ମହାପ୍ରସାଦ ଯଦି ସୌଭାଗ୍ୟକୁ ମିଳିଯାଏ ତାହେଲେ ତାହା ଇନ୍ଦ୍ରାଦି ଦେବତାମାନଙ୍କର ମଧ୍ଯ ଭକ୍ଷଣୀୟ ଏଠାରେ ସିଧାସଳଖ ଭାବରେ ଇଙ୍ଗିତ ନଥିଲେ ମଧ୍ଯ ପରୋକ୍ଷରେ ଏହାକୁ ସେବନ କରିବା ପାଇଁ ଇଙ୍ଗିତ ଅଛି। ଯାହା ଅନେକ କ୍ଷେତ୍ରରେ ଗ୍ରହଣୀୟ ନୁହେଁ। ସେହିପରି ବାୟୁ ପୁରାଣ ବର୍ଣ୍ଣିତ ଶ୍ଳୋକଟି ବିଶେଷ ଭାବେ ଅଗ୍ରହଣୀୟ ନହେଲେ ମଧ୍ଯ କିଛିଟା ଅତିରଂଜିତ ଲାଗେ “ଶୁଷ୍କ ପର୍ୟ୍ଯ୍ୟୁଷିତଂ ଵାପିନିତଂ ବା ଦୂରଦେଶତଃ । ଦୁର୍ଜନୈରୂପୀ ସଂସ୍କୃଷ୍ଟମ ସର୍ବସ୍ୟାଘବିନାଶନମ୍ । ଅର୍ଥାତ ଶୁଖିଲା ହେଉ କି ବାସି ହେଉ ବହୁ ଦୂର ଦେଶକୁ ନେଇଥିବା ମହାପ୍ରସାଦଙ୍କୁ ଜଣେ ପାତକୀ ବା ଦୁର୍ଜନ କେବଳ ସ୍ପର୍ଶ କରିଲେ ମଧ୍ଯ ସର୍ବ ପାପ ମୁକ୍ତ ହୋଇଥାଏ। କିନ୍ତୁ ଏଠାରେ ସେବନ କରିବା ବିଷୟକୁ ଊହ୍ୟ ରଖାଯାଇଛି। ଏବେ ଆସନ୍ତୁ ଆଲୋଚନା କରିବା ଭକ୍ତ ବଳରାମ ଦାସଙ୍କ ରଚିତ ଲଷ୍ମୀ ପୁରାଣ କଥା ।
ଏତେ କରି ଗୋବିନ୍ଦ
ଧରିଲେ ଲଷ୍ମୀ ହସ୍ତ
ଜଗତ ମାତା କହିଲେ
ତୁମ୍ଭେ କର ସତ୍ୟ ।
ଚlଣ୍ଡlଳୁ ବ୍ରlହ୍ମଣ ଯାଏ
ଖୁଆ ଖୋଇ ହେବେ
ସମସ୍ତେ ଖାଇଣ ହସ୍ତ
. ଜଳେ ନ ଧୋଇବେ ।
ହାଡ଼ିର ହସ୍ତୁ ବ୍ରlହ୍ମଣ
ଛଡାଇ ଖାଇବେ
ବ୍ରlହ୍ମଣ ଖାଇ ହସ୍ତକୁ
ମୁଣ୍ଡରେ ପୋଛିବେ ।
ଅନ୍ନ ଖାଇ ସର୍ବେ ମୁଣ୍ଡେ
ପୋଛୁଥିବେ ହସ୍ତ
ତେବେ ବଡ଼ଦେଉଳକୁ
ଯିବି ଜଗନ୍ନାଥ ।
ଭକ୍ତ ବଳରାମ ଦାସ କେଉଁ ପରିପ୍ରେକ୍ଷୀରେ ଏଭଳି ଲେଖିଲେ ତାହା ଗବେଷଣା ସାପେକ୍ଷ। କିନ୍ତୁ ଏତିକି କୁହା ଯାଇପlରେ କିଛିଟା ବିଷୟ ନିଶ୍ଚିତ ଭାବେ ତର୍କକୁ ଆହ୍ୱାନ କରେ। ଏହି ବର୍ଣ୍ଣନାର ମୂଖ୍ୟ ବିଶେଷତ୍ୱ ହେଲା ମା’ ଲଷ୍ମୀଙ୍କ ଦ୍ୱାରା ପାଚନ ହେଉଥିବା ମହାପ୍ରସାଦ ସେବନରେ କୌଣସି ଜାତି, ଧର୍ମ ବା ବର୍ଣ୍ଣର ଭେଦ ରହିବା ଉଚିତ ନୁହେଁ। କିନ୍ତୁ କିଏ କାହା ହାତରୁ ଛଡାଇ ଖାଇବାର ଆବଶ୍ୟକତା କେତେ ଅବା ଖାଇସାରି ଜଳରେ ହାତ ନଧୋଇ ମୁଣ୍ଡରେ ପୋଛିବାର ସମୀଚିନତା କଣ ? ଏହା ହିଁ ତ ତର୍କ । ତଥାପି ଏତିକି କୁହାଯାଇପାରେ । ଏଠାରେ ବାସ୍ତବତା ଅପେକ୍ଷା ରଚୟିତାଙ୍କୁ ଭାବପ୍ରବଣତା ବେଶୀ ଦୃଶ୍ୟମାନ ହୁଏ। ଆଗାମୀ ଅଧ୍ୟାୟରେ ଜାଣିବା ଓଡ଼ିଆ କାବ୍ୟ କବିତାରେ ମହାପ୍ରସାଦ ବର୍ଣ୍ଣନାର କିଛି ଝଲକ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।
ଯାହାର ରାଜ୍ୟେ ପ୍ରଜାକୂଳେ
ହିଂସା କରନ୍ତି ଦୁଷ୍ଟ ଖଳେ ।
ତା ଯେବେ ରାଜା ନ ଶୁଣଇ
ତାର ଆୟୁଷ ଯଶ କାହିଁ ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.