ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ନୀତି ଓ ପୂଜା ପଦ୍ଧତି ଉପରେ ସମ୍ୟକ ଆଲୋକପାତ କରିବା ପୂର୍ବରୁ ଗୋଟିଏ କଥା ସ୍ପଷ୍ଟ ଯେ କେବଳ ଭଗବତ ପ୍ରାପ୍ତି ପାଇଁ ସଠିକ ଦେବତା ପୂଜା ଓ ସେବା ନୀତି ଅନୁସରଣ କରିବା ଆବଶ୍ୟକ। ସନାତନ ଧର୍ମରେ ଏହି ବିଷୟ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ସନାତନ ଧର୍ମ ବ୍ୟକ୍ତ କରେ ପରମାତ୍ମା ସ୍ଥୁଳରେ, ସୁକ୍ଷ୍ମରେ ବ୍ୟାପି ରହିଥିଲେ ମଧ୍ଯ ସକଳ ଗୁଣର ଆଧାର ତଥା ପରମ ସତ୍ତା ଜ୍ଞାନ ଗମ୍ୟ ଅଟନ୍ତି। ଏଥିରୁ ପ୍ରମାଣିତ ଯେ ପରମାତ୍ମା ଅଂଗେୟ ଅଦର୍ଶନୀୟ ହୋଇ ମଧ୍ଯ ବିଶ୍ୱବ୍ୟାପକ ଅଟନ୍ତି। ତେଣୁ ଏହି ପରମସତ୍ତାଙ୍କୁ ସାକାର ଉପାସନା ମାଧ୍ୟମରେ, ମନ୍ତ୍ରଶକ୍ତିର ପ୍ରୟୋଗରେ ପୂଜକ ଓ ଭକ୍ତମାନେ ସନ୍ତୁଷ୍ଟ କରି, ତାଙ୍କର ଆଶୀର୍ବାଦ ପାଇବା ପାଇଁ ସକ୍ଷମ ହୁଅନ୍ତି। ଏହା ହିଁ ତ ଭଗବତ ପ୍ରାପ୍ତିର ଚରମ ଉପଲବ୍ଧି ହୋଇଥାଏ।ଏଥର ଜାଣିବା ନିରାକାରରୁ ସାକାର ରୂପ ନେଇଥିବା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଶୀଷ ପ୍ରାପ୍ତି ପାଇଁ ଆମେ କେଉଁ ମାର୍ଗ ଅବଲମ୍ବନ କରିବା। ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ବହୁ ପ୍ରକାର ପୂଜା ବିଧାନ ମଧ୍ୟରୁ ଶ୍ରୀମନ୍ଦିରରେ ସାଧାରଣତଃ ଚାରି ପ୍ରକାର ପୂଜା ବିଧି ଅନୁସୃତ ହୋଇଥାଏ। ତାହା ହେଲା : ରାଜୋପଚାର, ଷୋଡଶ ଉପଚାର, ପଞ୍ଚୋପଚାର ଓ ସର୍ପlମଣୋହି ।
ଶ୍ରୀମନ୍ଦିରରେ ଦୈନିକ ଛ (୬ ଟି ), ପୂଜା ଶ୍ରୀଜୀଉମାନଙ୍କ ନିକଟରେ ସମ୍ପାଦିତ ହୋଇଥାଏ। ସେଗୁଡିକ ହେଲା ତିନୋଟି ଧୂପ (ସକାଳ ଧୂପ, ମଧ୍ୟାହ୍ନ ଧୂପ, ଓ ସନ୍ଧ୍ୟା ଧୂପ )ତଥା ତିନୋଟି ଭୋଗ (ବଲ୍ଳଭ ଭୋଗ, ଭୋଗମଣ୍ଡପ ଭୋଗ, ଓ ବଡ଼ ସିଂହାର ଭୋଗ )। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ଏହି ଛ ପ୍ରକାର ପୂଜା ମଧ୍ୟରୁ କେଉଁ ପୂଜା କେଉଁ ନୀତିରେ ଅନୁଷ୍ଠିତ ହୁଏ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ବାଞ୍ଚିତେ ଦୁଃଖ ଭୁଞ୍ଜେ ନିତ୍ୟେ
ସୁଖେ ବଞ୍ଚଇ ଅବାଂଛିତେ ।
ଯାବତ ଦେହେ ପ୍ରାଣ ଥିବ
ତlବତ ସନ୍ତୋଷେ ବଞ୍ଚିବ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.