ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ଆଲୋଚନା କରିବା ଏତେ ସରଳ ବ୍ୟାପାର ନୁହେଁ । କାରଣ ଶ୍ରୀଜଗନ୍ନାଥଙ୍କ ପୂଜା ସେବା ବିଧି ଦ୍ୱେତ, ଅଦ୍ୱେତ ଆଦି ଯେତେ ସିନ୍ଧାନ୍ତ ଅଛି ସେ ସବୁ ସିଦ୍ଧାନ୍ତଠାରୁ ଭିନ୍ନ ଓ ଉର୍ଦ୍ଧ୍ବରେ । ଏଠାରେ ସାକାର ଓ ନିରାକାର ଉଭୟର ମିଳନ ତତ୍ତ୍ୱ ନିର୍ଣ୍ଣୟ କରିବା ଅତ୍ୟନ୍ତ କଠିନ ବ୍ୟାପାର। ତେବେ ଶ୍ରୀଜଗନ୍ନାଥଙ୍କ ପୂଜା ପଦ୍ଧତିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ୱତନ୍ତ୍ର ମନ୍ତ୍ରରେ ଉପାସନା କରାଯାଇଥାଏ। ଯଥା ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କୁ ଦ୍ଵାଦଶାକ୍ଷର ମନ୍ତ୍ରରେ “ଓଁ ନମୋ ଭଗବତେ ବାସୁଦେବାୟ ” ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଷ୍ଟlଦଶାକ୍ଷର ଗୋପାଳ ମନ୍ତ୍ରରେ “ଓଁ କ୍ଲୀଂ କୃଷ୍ନାୟ ଗୋବିନ୍ଦାୟ ଗୋପୀଜନ ବଲ୍ଳଭାୟ ସ୍ୱାହା “। ସେହିପରି ମା ସୁଭଦ୍ରାଙ୍କୁ ଏକାକ୍ଷରୀ ଭୁବନେଶ୍ୱରୀ ମନ୍ତ୍ରରେ ତଥା ଶ୍ରୀ ସୁଦର୍ଶନଙ୍କୁ ସହସ୍ରାର ମନ୍ତ୍ରରେ ପୂଜା କରାଯାଇଥାଏ
ଯେହେତୁ ଶ୍ରୀମନ୍ଦିରରେ ସମସ୍ତ ତିନୋଟି ଧାରା ଯଥା ଶୈବ, ବୈଷ୍ଣବ ଓ ଶାକ୍ତର ପ୍ରଭାବ ଦୃଷ୍ଟି ଗୋଚର ହୁଏ, ତେଣୁ ଶାକ୍ତ ତନ୍ତ୍ର ପ୍ରଭାବରେ ଏହି ତନ୍ତ୍ରରେ ବ୍ୟବହୃତ ହ୍ଲିଂ ଶ୍ରୀ ବଲଭଦ୍ରଙ୍କ ପାଇଁ, ସ୍ଲିଂ ଦେବୀ ସୁଭଦ୍ରା ଙ୍କ ପାଇଁ ଓ କ୍ଲିଂ ଶ୍ରୀଜଗନ୍ନାଥଙ୍କ ପାଇଁ ବୀଜମନ୍ତ୍ର ଭାବେ ବ୍ୟବହୃତ ହୁଏ।ଆଗାମୀ ଅଧ୍ୟାୟମାନଙ୍କରେ ଆମେ ସମ୍ପୂର୍ଣ୍ଣ ରୀତିନୀତି ସହ ଜଡିତ ମନ୍ତ୍ରଗୁଡିକୁ ଗୋଟି ଗୋଟି ଆଲୋଚନା କରିବା । ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।
ଶ୍ୱାନ ଚଣ୍ଡାଳ ଅନ୍ୟଜାତି
ଆତ୍ମାର ପ୍ରାୟେ ତାଙ୍କୁ ଚିନ୍ତି।
ବିଭାଗେ ଭୋଗ ତାଙ୍କୁ ଦେବ
ଆତ୍ମା ର ପରାୟେ ଭାବିବ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.