ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜା ବିଧି ପାଳନର ମୂଖ୍ୟ ହେଲା ମନ୍ତ୍ର ଉଚ୍ଚାରଣ ଏ ବିଷୟରେ ଆମେ ସମ୍ୟକ ଆଲୋଚନା କଲେ । ସଠିକ ଉଚ୍ଚାରିତ ମନ୍ତ୍ରର ତିନୋଟି ଶକ୍ତି ବିଷୟରେ ମଧ୍ଯ ଜାଣିଲେ। ଜଣେ ସଚ୍ଚା ପୂଜକ ସର୍ବଦା ସଠିକ ଉଚ୍ଚାରିତ ଅର୍ଥ ପୂର୍ଣ୍ଣ ମନ୍ତ୍ର ହିଁ ପାଠ କରିଥାନ୍ତି। ଏଭଳି ମନ୍ତ୍ର ମଧ୍ୟରେ ଏକ ସୁକ୍ଷ୍ମ ଶକ୍ତି ଜାଗ୍ରତ ହୋଇ ପୂଜିତ ଦେବତାଙ୍କଠାରେ କମ୍ପନ ସୃଷ୍ଟି କରେ। କାରଣ ମନ୍ତ୍ର (ସଠିକ ଉଚ୍ଚାରିତ ଓ ଅର୍ଥ ପୂର୍ଣ୍ଣ ) ରୁ ଶବ୍ଦବ୍ରହ୍ମ ମାନେ ବିଛୁରିତ ହୋଇଥାନ୍ତି । ଏହି ଶବ୍ଦ ବ୍ରହ୍ମ ଧିରେ ଧିରେ ପରଂବ୍ରହ୍ମଠାରେ ସୃଷ୍ଟି ହୁଏ ଏକ କମ୍ଫନ। ଏହି କମ୍ପନ ବାରମ୍ବାର ପୂଜକଙ୍କ ନିକଟକୁ ଫେରି ଆସେ ଓ ଅଧିକ ଶକ୍ତିଶାଳି ହୋଇ ଜଗତ କଲ୍ୟାଣ ପାଇଁ ଲାଗି ପଡେ। ବିଶେଷତଃ ଶ୍ରୀଜୀଉମାନଙ୍କ ପ୍ରାଣ ପ୍ରତିଷ୍ଠା ପରେ ବହିରଙ୍ଗ ପୂଜା ହୋଇଥାଏ। ଏହି ବହିରଙ୍ଗ ପୂଜାରେ ଅର୍ଘ୍ୟ ସଂସ୍କାର, ପୀଠ ସଂସ୍କାର, ପ୍ରଭୁତି ହୋଇଥାଏ, ଯାହାକି ମୁଖ୍ୟତଃ ତନ୍ତ୍ର ମୂଳକ ଅଟେ। ଏଣୁ ଏହା ପରେ ଆବାହନ, ସଂସ୍ଥାପନ, ସନ୍ନିଧାନ, ସନ୍ନିରୋଧନ, ସକଳୀକରଣ, ଅବଗୁଣ୍ଠନ, ଧେନୁ ମୁଦ୍ରା, ଅମୂର୍ତି କରଣ, ମହାମୁଦ୍ର ଓ ପରମୀ କରଣ ମୁଦ୍ରା ପଦର୍ଶନ କରାଯାଇଆଏ। ଏହା ପରେ ଆରମ୍ଭ ହୁଏ ଷୋଡଶ ଉପଚାରରେ ପୂଜା କରାଯାଇଥାଏ । ଯଥା ପୀଠ ଆରାଧ୍ୟ ଦେବତାଙ୍କ ପୂଜା ସ୍ଥାନରେ ଆସନ ପ୍ରଦାନ, ପରେ ପରେ ସ୍ୱାଗତ କାରାଯାଏ, ସ୍ୱାଗତ ପରେ ପାଦ ଧୌତ ଓ ହସ୍ତ ପ୍ରଖ୍ୟାଳନ ପାଇଁ ଅର୍ଘ୍ୟ ପ୍ରଦାନ, ଆଚମନ ପାଇଁ ଜଳ ପ୍ରଦାନ, ସ୍ନାନ ସମୟରେ ଶ୍ରୀଜୀଉ ଙ୍କ ସମ୍ମୁଖରେ ଏକ କଂସା ଦର୍ପଣ ରଖାଯାଇ, ସେଥିରେ ପ୍ରତିଫଳିତ ପ୍ରତି ବିମ୍ବକୁ ଜଳ ଛିଞ୍ଚି ସ୍ନାନ କାରାଯାଏ। ଏହାକୁ ବିମ୍ବ ସ୍ନାନ କହନ୍ତି। ଏହାପରେ ଶ୍ରୀଅଙ୍ଗ ପୋଛା, ନୂତନ ବସ୍ତ୍ର ପ୍ରଦାନ ବା ଲାଗି କରିବା ସହ ବିଭିନ୍ନ ଅଳଙ୍କାର ଲାଗି କାରାଯାଏ।
ଏହାପରେ ସୁଗନ୍ଧିତ ପୁଷ୍ପ ଓ ଚନ୍ଦନ ଆଦି ଲାଗି ହୁଏ. ଏହାପରେ ଧୂପ ଦାନ, ଦୀପ ମଧ୍ଯ ଦାନ ପରେ ମଣୋହି ପାଇଁ ଟେରା ବନ୍ଧା ଯାଏ. ଏହି ଟେରା ବନ୍ଧା ପରେ ପରେ ନୈବେଦ୍ୟ ପ୍ରଦାନ ହୋଇଥାଏ. ଏହି ନୈବେଦ୍ୟ ପ୍ରଦାନ ପରେ ଧ୍ୟାନ ମନ୍ତ୍ର ରେ ବନ୍ଦନ ହୋଇଥାଏ. ଏହାହିଁ ଶ୍ରୀଜୀଉ ମାନଙ୍କ ପାଖରେ ହେଉଥିବା ଷୋଡଶ ଉପଚାର ପୂଜା ର ସମ୍ପୂର୍ଣ ବିବରଣୀ କିନ୍ତୁ ଏହାକୁ ପୂଜକ ଯଦି ଭକ୍ତିପୁତ ଚିତରେ ବିଧି ପୂର୍ବକ ଓ ସଠିକ ଉଚ୍ଚାରିତ ମନ୍ତ୍ର ସହ ସମ୍ପନ୍ନ ନକରନ୍ତି ତେବେ ପୂଜା ଶ୍ରୀଜଗନ୍ନାଥଙ୍କ ପାଖରେ ଗୃହିତ ହୋଇ ନଥାଏ। ଆଗାମୀ ଅଧ୍ୟାୟରେ ଜାଣିବା କିଛି କିଛି ମନ୍ତ୍ର. ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ଇନ୍ଦ୍ରିୟ ଲୋଭେ ହୋନ୍ତି ନାଶ
ଅଜ୍ଞlନ କର୍ମେ ହୋନ୍ତି ଧ୍ବଂସ।
କାମକୁ ଜିଣେ ଅସଂକଳ୍ପେ
ପ୍ରାଣୀ ନାଶଇ ଯାର ଦର୍ପେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.