Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : କାର୍ତ୍ତିକ ମାସର ପର୍ବପର୍ବାଣୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପରମ୍ପରାରେ କାର୍ତ୍ତିକ ମାସର ମହତ୍ତ୍ଵ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କାର୍ତ୍ତିକ ବ୍ରତ କଥା ସମ୍ପୂର୍ଣ୍ଣ ଜାଣିଲେ। ଏବେ ଜାଣିବା ସେହି କାର୍ତ୍ତିକ ମାସରେ ପାଳିତ ହେଉଥିବା ଆଉ କିଛି ପର୍ବପର୍ବାଣୀ ବିଷୟରେ।

ଗରୁଡ଼ ଦ୍ୱାଦଶୀ :- କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ଏହି ନୀତି ପାଳିତ ହୋଇଥାଏ। ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଶୟନ କରିଥିଲେ ପୁନଃ କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ତିଥିରେ ଗରୁଡ଼ ଉତ୍ଥାପନ ନୀତି ପାଳିତ ହୁଏ।

ଦୋଳ ଗୋବିନ୍ଦ ଅଭିଷେକ :-ଏହି ନୀତିଟି କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହୋଇଥାଏ । ତେଣୁ ଏହି ଦିନଟିକୁ ମଧ୍ୟ ରାସ ପୁର୍ଣ୍ଣିମା ଭାବେ ବିବେଚନା କାରାଯାଏ।

ଗର୍ଭଣା ସଂକ୍ରାନ୍ତି :- ଏହାକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଏ। ଶ୍ରୀମନ୍ଦିର ପରମ୍ପରାରେ ସବୁ ସଂକ୍ରାନ୍ତିଠାରୁ ଏହି ଗର୍ଭଣା ସଂକ୍ରାନ୍ତିର ମହତ୍ବ ବେଶୀ। ଏହି ଦିନ ବିଶେଷ ରୀତିନୀତିରେ କିଛି ପୂଜା ଅନୁଷ୍ଠିତ ହୋଇଥାଏ।

ନବାନ୍ନ:-ଶ୍ରୀମନ୍ଦିର ପରମ୍ପରାରେ ନବାନ୍ନ ପାଳନର ବିଶେଷ ଗୁରୁତ୍ୱ ଥିଲେ ମଧ୍ୟ ଏଥିପାଇଁ କୌଣସି ତିଥି ସଠିକ ଭାବରେ ଲିପିବଦ୍ଧ ହୋଇନାହିଁ। କିନ୍ତୁ ମହାପ୍ରଭୁଙ୍କର ରାଶି ନକ୍ଷତ୍ର ଦେଖି ଏହି ତିଥି ନିର୍ଣ୍ଣୟ କାରାଯାଏ। ପଶ୍ଚିମ ଓଡ଼ିଶାର ନୂଆଖାଇ ପର୍ବ ପରି ଶ୍ରୀମନ୍ଦିରରେ ଏହି ପର୍ବ ଆଡମ୍ବର ପାଳିତ ହୁଏ।

ଛାଡ଼ଖାଇ :-ଏହି ଦିନଟି କାର୍ତ୍ତିକ ମାସରେ ପଡୁନଥିଲେ ମଧ୍ୟ କାର୍ତ୍ତିକ ବ୍ରତ ସହ ଯୋଡି ହୋଇ ଥିବା କାରଣରୁ ଏହାର ଆଲୋଚନା ଏଠାରେ କରାଗଲା। ସାଧାରଣତଃ ମାର୍ଗଶିର ମାସ ପ୍ରତିପଦ ଦିନ ଏହି ଛାଡ଼ଖାଇ ପାଳିତ ହୋଇଥାଏ। କାର୍ତ୍ତିକ ମାସ ସାରା ଆମିଷ ତ୍ୟାଗ କରିଥିବା ମଣିଷମାନେ ଏହି ଦିନ ଆମିଷ ଭକ୍ଷଣ କରିଥାନ୍ତି। ଶ୍ରୀମନ୍ଦିର ପରମ୍ପରା ସହ ଏହାର ବିଶେଷ ଯୋଗାଯୋଗ ନଥାଏ।

ଆଗାମୀ ଅଧ୍ୟାୟରେ ଜାଣିବା ମାସ ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଜନ୍ତୁଙ୍କ ବାହ୍ୟ ଆଭ୍ୟନ୍ତର
ଏ ସର୍ବ କୃଷ୍ଣ ର ଶରୀର।                                                                                                                                                                                                                  ନିଶ୍ଚୟ ଜାଣି ଏକ ଚିତ୍ତେ
ପ୍ରଣାମ କରୁଥିବ ନିତ୍ୟେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.