ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରର ବିଧି ବ୍ୟବସ୍ଥା ଭିତରେ ଅନେକ ଶାସ୍ତ୍ର ଆଲୋଚନା ପରେ, ପଣ୍ଡିତମାନଙ୍କ ଉପଦେଶ ପ୍ରକାରେ, ଶ୍ରୀମନ୍ଦିର ପରମ୍ପରାରେ କିଛି ସାମଗ୍ରୀର ପ୍ରବେଶକୁ ନିଷିଦ୍ଧ କରାଯାଇଛି। ଅତ୍ୟନ୍ତ ପୁରାତନ କାଳରୁ ଆଜି ପର୍ଯ୍ୟନ୍ତ ଏହି ରୀତିନୀତି ପାଳିତ ହୋଇ ଆସୁଛି ଏବଂ ଅନନ୍ତ କାଳ ପର୍ଯ୍ୟନ୍ତ ମଧ୍ୟ ପାଳିତ ହେବ ବୋଲି ଆଶା ଓ ବିଶ୍ୱାସ ରହିଛି। ଏହି ପର୍ଯ୍ଯାୟରେ ପ୍ରଥମେ ଜାଣିବା ଶ୍ରୀମନ୍ଦିର ରୋଷ ଘରେ ନିଷିଦ୍ଧ ହୋଇଥିବା ପଦାର୍ଥ ବିଷୟରେ ପରିବା ବିଷୟରେ।
ଶ୍ରୀମନ୍ଦିରରେ ପ୍ରସ୍ତୁତ ଭୋଗ ପଦାର୍ଥରେ ନିମ୍ନଲିଖିତ ପରିବାଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ ଅଟେ । ଯଥା: – ବିଲାତି ଆଳୁ (ବଜାରରେ ବିକ୍ରି ହେଉଥିବା ଆଳୁ ), ବିଲାତି ବାଇଗଣ (ଟମାଟ ), ପିଆଜ, ରସୁଣ, ଲଙ୍କା, ଫୁଲକୋବି, କୁନ୍ଦୁରି, କଲରା, ବିନ, ବିଟ, ଗାଜର, ମଟର, ଛଚିନ୍ଦ୍ରା, ସଜନା ଛୁଇଁ, ଅମୃତ ଭଣ୍ଡା, ପିଆଜ ଷଣ୍ଢl, ସିମିଲା ଲଙ୍କା (କ୍ୟାପ୍ସିକମ ) ଭେଣ୍ଡି, ଝୁଡ଼ଙ୍ଗ, ପୋଇ (ଉଭୟ ପତ୍ର ଓ ଡାଙ୍ଗ )ଓ ପତ୍ର କୋବି। ଏହି ପରିବା ମଧ୍ୟରେ ଅଧିକାଂଶ ଆମିଷ ଜାତୀୟ ବୋଲି ବିବେଚନା କାରାଯାଏ। ଆଉ କିଛି ଆମ ଦେଶଜ ନୁହେଁ ତେଣୁ ଏହା ନିଷିଦ୍ଧ ଅଟେ।
ଶାଗ :- ଶ୍ରୀମନ୍ଦିରରେ ଶାଗ ବ୍ୟବହାର ହେଉଥିଲେ ମଧ୍ୟ ନିମ୍ନ ଲିଖିତ ଶାଗଗୁଡ଼ିକ ନିଷିଦ୍ଧ ଅଟେ। କଳମ ଶାଗ, ସଜନା ଶାଗ, ପିତା ଶାଗ, ସୁନୁସୁନିଆ ଶାଗ, ଅନାବନା ଶାଗ, ସାଧାରଣରେ କୋଶଳା, ଲେଉଟିଆ, ଖଡା ପ୍ରଭୃତି ଶାଗ ବ୍ୟତୀତ ଅନ୍ୟ ଶାଗ ବ୍ୟବହୃତ ହୁଏନାହିଁ। ବିଶେଷ ଭାବରେ କୋଶଳା ଶାଗ ହିଁ ଶ୍ରୀମନ୍ଦିରରେ ଶାଗ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ବ୍ୟବହାରରେ ଲାଗୁନଥିବା ଡାଲି, ମସଲା ଓ ତେଲ ପ୍ରଭୃତି ବିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ନାମ ନ ଶୁଣନ୍ତି ଶ୍ରବଣେ
ଯେ ଥାନ୍ତି ପାପ ଆଚରଣେ।
ସ୍ତ୍ରୀ ଶୁଦ୍ର ଆଦି ଯେତେ ନରେ
ଯେ ଥାନ୍ତି ନିନ୍ଦିତ ଆଚରେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.