ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ପରିଚାଳନା ଓ ବିଭିନ୍ନ ରୀତିନୀତି ନିର୍ବାହ ପାଇଁ କିଛି ନିୟମ ନିର୍ଦ୍ଧାରଣ ହୋଇଛି। ମୁଖ୍ୟତଃ ଏହା ଶ୍ରୀମନ୍ଦିର ସତ୍ୱଲିପି ଓ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଉଲ୍ଲେଖ ଅଛି ସେଥି ମଧ୍ୟରୁ ନୀଳାଦ୍ରି ମହୋଦୟ ଗ୍ରନ୍ଥଟିରେ ତାର ଷଷ୍ଠ ଅଧ୍ୟାୟରୁ ଦଶମ ଅଧ୍ୟାୟ ମଧ୍ୟରେ ଶ୍ରୀଜଗନ୍ନାଥଙ୍କଠାରେ ଅନୁସୃତ ପୂଜାବିଧି ବିଶେଷ ଭାବରେ ବର୍ଣ୍ଣିତ ହୋଇଛି। ଆଗରୁ ଆମେ ଏହି ପୂଜା ବିଧି ବିଷୟରେ କିଛି କିଛି ଆଲୋଚନା କରିଥିଲେ।ବର୍ତ୍ତମାନ ଶ୍ଳୋକ ଅନୁସାରେ ଏହାର ଆଲୋଚନା କରିବା, ପ୍ରଥମେ ଷଷ୍ଠ ଅଧ୍ୟାୟରୁ ଏହି ଆଲୋଚନା କରିବା ।
ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୬୨-୧୬୩:- ରାତ୍ରିର ପଶ୍ଚିମ ପ୍ରହରରେ ରାତ୍ରି ତିନି ଦଣ୍ଡ ଥାଉଁ ଥାଉଁ ଶଙ୍ଖ ଧ୍ୱନି ପୂର୍ବକ ନିର୍ଦ୍ଧିଷ୍ଟ ସେବକ ପୂର୍ବ ଦ୍ୱାରର ଯlଉଁଲି କବାଟ ଖୋଲି ଧିରେ ଧିରେ ଠକ ଠକ କରି ଶୟନ ଅବସ୍ଥାରେ ଥିବା ଶ୍ରୀଜୀଉମାନଙ୍କର ପାର୍ଥନା ପୂର୍ବକ ନିଦ୍ରା ଭଙ୍ଗ କରାଇବ।
ଷଷ୍ଠ ଅଧ୍ୟାୟ, ୧୬୬ ଶ୍ଳୋକ :- ଶ୍ରୀଜୀଉମାନଙ୍କୁ ନିଦ୍ରାରୁ ଉଠାଇବା ପରେ ପୁଣି ପାର୍ଥନା କରି ଦୀପ ଲଗାଇବେ ଓ ଧିରେ ଧିରେ ରତ୍ନ ପଲଙ୍କ ଉଠାଇ ପ୍ରଭୁଙ୍କର ମଙ୍ଗଳ ଆଳତି ବ୍ୟବସ୍ଥା କରାଇବେ ନିୟମ ଅନୁସାରେ କର୍ପୁର ଆରତି ଓ ଦୀପ ଆଳତି କରିବେ ।
ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୬୭:- ଶ୍ରୀଜୀଉମାନଙ୍କ ଶ୍ରୀଅଙ୍ଗରୁ ସମସ୍ତ ବାସି ଫୁଲ ବସ୍ତ୍ର ଓଲାଗି କରି, ପୁଣି ନୂଆ ବସ୍ତ୍ର ଓ ଉତ୍ତରୀୟ ଲାଗି କରିବେ ଏହି ନୂତନ ବସ୍ତ୍ର ଗୁଡିକ ଶୁଭ୍ର ଓ ସୁକ୍ଷ୍ମ ହେବା ଆବଶ୍ୟକ।
ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୬୯:- ଏହାପରେ ଅର୍ଚ୍ଚକ /ପୂଜକ ନିଜ ଆସନରେ ଉପବେଶନ କରି ଆସନ ଶୁଦ୍ଧି, ଭୁତ ଶୁଦ୍ଧି, ପ୍ରଣବ ନ୍ୟାସ, ଅନ୍ତ ମାତୃକା ଓ ବହିମାତୃକା ବିଧି ପୂର୍ବକ ଅନୁଷ୍ଠାନ କରିବେ ।
ଆଗାମୀ ଅଧ୍ୟାୟରେ ଜାଣିବା ଷଷ୍ଠ ଅଧ୍ୟାୟର ଶ୍ଳୋକ ସଂଖ୍ୟା ୧୭୦ ରୁ ୧୭୯ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ସୂଚନା
ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର ।
ଦୁଃଖେ ନଛାଡି ନିଜ ପଥ
ଚଞ୍ଚଳ ନ କରିବ ଚିତ୍ତ।
ତୁ ଏବେ ସର୍ବ ପ୍ରାଣୀ ହିତେ
ନିରତେ ରହି ଶାନ୍ତ ଚିତ୍ତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.