Latest Odisha News

ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ  ଫୋନରେ ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀ ମାର୍କ ରୁଟେଙ୍କ ସହ କଥା ହୋଇଛନ୍ତି । ଦୁଇ ନେତା ଭାରତ ନେଦରଲ୍ୟାଣ୍ଡ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା ସହିତ ଜଳ ଉପରେ ରଣନୀତିକ ସହଯୋଗ, ପ୍ରମୁଖ କୃଷି କ୍ଷେତ୍ରରେ ସହଯୋଗ, ଉଚ୍ଚ ବୈଷୟିକ ତଥା ଆଗକୁ ବଢୁଥିବା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗର ସମ୍ଭାବନା ଉପରେ ଆଲୋଚନା କରିଥିଲେ । ଭାରତ-ୟୁରୋପିଆନ ୟୁନିଅନ ସମ୍ପର୍କ, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗ, ଭାରତ-ପ୍ରଶାନ୍ତ ମହାସାଗରୀୟ ସହଯୋଗ ଉପରେ ଦୁଇ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା ।

BjdElectrycity

ନିୟମିତ ଉଚ୍ଚ ସ୍ତରୀୟ ଗସ୍ତ ଏବଂ ଆଲୋଚନା ସହିତ, ଭାରତ-ନେଦରଲ୍ୟାଣ୍ଡ ସମ୍ପର୍କ ନିକଟ ଅତୀତରେ ଅତୁଳନୀୟ ଅଗ୍ରଗତି କରିଛି । ଉଭୟ ପ୍ରଧାନମନ୍ତ୍ରୀ ୦୯ ଏପ୍ରିଲ ୨୦୨୧ ରେ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିଥିଲେ ଏବଂ ନିୟମିତ ଭାବରେ କଥା ହୋଇଥିଲେ । ଭର୍ଚୁଆଲ୍ ଶିଖର ସମ୍ମିଳନୀରେ ନେଦରଲ୍ୟାଣ୍ଡ ସହିତ ‘ଜଳ ଉପରେ ରଣନୀତିକ ଭାଗିଦାରୀ’ ଆରମ୍ଭ କରାଯାଇଥିଲା ।

Leave A Reply

Your email address will not be published.