Latest Odisha News

BREAKING NEWS

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲୁରୀ ତେଲ । ଚାଲିଛି ପ୍ରସ୍ତୁତି…

ପୁରୀ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହା ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି ମହାପ୍ରଭୁ ଜଗନ୍ନାଥ । ସେହି ଦିନ ଠାରୁ ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର । ଆଜି ଅନବସରର ପଞ୍ଚମୀ ତିଥି। ଜ୍ୱରରେ ପୀଡ଼ିତ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଆଜି ଲାଗି ହୋଇଛି ଫୁଲୁରୀ ତେଲ । ଘଣାପେଡ଼ା ରାଶିତେଲରେ ୧୪ ପ୍ରକାର ଫୁଲ, ୭ ପ୍ରକାର ଚେରମୂଳ ଏବଂ ସୁବାସିତ ଦ୍ରବ୍ୟ ମିଶ୍ରିତ ଫୁଲୁରୀ ତେଲ ଶ୍ରୀଅଙ୍ଗରେ ମର୍ଦ୍ଦନ କରାଯାଇଛି। ପୁରୀ ବଡ଼ ଓଡ଼ିଆ ମଠରେ ଏହା ପ୍ରସ୍ତୁତ କରାଯାଇଛି।

ଆୟୁର୍ବେଦୀୟ ଉପଚାରରେ ଧିରେଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଏବେ ମହାପ୍ରଭୁଙ୍କ ତାଟି ଘରେ ଧଳା ଫୁଲ ଓ ଏକବସ୍ତ୍ର ପରିଧାନ ସହ ଫଳମୂଳ ଭୋଗ ଲାଗି କରାଯାଉଛି । ଗତକାଲି ଶ୍ରୀଅଙ୍ଗ ଫିଟା ନୀତି କରାଯାଇଥିଲା ।

ହେରା ପଞ୍ଚମୀ ତିଥିରେ ଏକ ମାଟିପାତ୍ରରେ ଏହାକୁ ପ୍ରାୟ ବର୍ଷେ କାଳ ମାଟି ତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ବାହାର କରି ପଞ୍ଚମୀ ଦିନ ତେଲକୁ ଛାଣି ଅମୁଣିଆ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ପଠା ଯାଇଥିଲା। ପତି ମହାପାତ୍ର ସେବକ ୩ଟି ରୁପା ପିଙ୍ଗଣରେ ଫୁଲୁରୀ ତେଲକୁ ନେଇ ଶ୍ରୀଅଙ୍ଗରେ ମର୍ଦ୍ଦନ କରିଛନ୍ତି ।ଏହି ତେଲ ମଖାଯିବା ପରେ ମହାପ୍ରଭୁଙ୍କ ପୀଡ଼ା ଲାଘବ ସହ ସୁସ୍ଥତାର ସୂଚନା ମିଳିଥାଏ ବୋଲି ବିଶ୍ୱସ ରହିଛି।

Leave A Reply

Your email address will not be published.