ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି ହୋଇଥିଲା। କିଛି ଦିନ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଏପରିକି ଯୁବକ ଜଣଙ୍କ ତାଙ୍କ ଆଇନଗତ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା କିନ୍ନର ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ପ୍ରେମ କରିବାର ବର୍ଷେ ପରେ ସଂପୃକ୍ତ ଯୁବକ ଜଣଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ । ଏକଥା କିନ୍ନର ଜଣକ ଜାଣିପାରି ବିବାହ ପାଇଁ କହିଥିଲେ । ଗତ ୯ ତାରିଖରେ ଯୁବକ ଜଣକ ତାଙ୍କ ଘରକୁ ଡାକିଥିଲେ । ଘରେ ପହଞ୍ଚିବା ପରେ କିନ୍ନରଙ୍କୁ ଯୁବକ ଏବଂ ତାଙ୍କ ପରିବାର ବର୍ଗ ମାଡ଼ ମାରିଥିଲେ । ତାଙ୍କ ମୋବାଇଲ ଓ ପାଖରେ ଥିବା ୫୦୦୦ ଟଙ୍କା, ଏକ ସୁନା ଚେନ ଛଡାଇ ନେଇଥିଲେ । ଗୋଟିଏ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରାଯାଇଥିଲା । ଓଲଟି ଟାଉନ ଥାନା ପୋଲିସକୁ ଡାକି କିନ୍ନରଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ପୋଲିସ ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିଲା। କିନ୍ନରଙ୍କ ଘର ବଡ଼ବଜାର ଥାନା ଅଞ୍ଚଳରେ ହୋଇଥିବା ଯୋଗୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ମହିଳା ଥାନାକୁ ଯାଇଥିଲେ । ନିରାଶ ହୋଇ ଶେଷରେ ସେ ସୋମବାର ବ୍ରହ୍ମପୁର ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏସ୍ପିଙ୍କ ଅନୁପସ୍ଥିତିରେ ଅଭିଯୋଗପତ୍ର ଅତିରିକ୍ତ ଏସ୍ପି ଅସୀମ ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିବା କିନ୍ନର ଜଣକ ପ୍ରକାଶ କରିଛନ୍ତି।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.