ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି ହୋଇଥିଲା। କିଛି ଦିନ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଏପରିକି ଯୁବକ ଜଣଙ୍କ ତାଙ୍କ ଆଇନଗତ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା କିନ୍ନର ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ପ୍ରେମ କରିବାର ବର୍ଷେ ପରେ ସଂପୃକ୍ତ ଯୁବକ ଜଣଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ । ଏକଥା କିନ୍ନର ଜଣକ ଜାଣିପାରି ବିବାହ ପାଇଁ କହିଥିଲେ । ଗତ ୯ ତାରିଖରେ ଯୁବକ ଜଣକ ତାଙ୍କ ଘରକୁ ଡାକିଥିଲେ । ଘରେ ପହଞ୍ଚିବା ପରେ କିନ୍ନରଙ୍କୁ ଯୁବକ ଏବଂ ତାଙ୍କ ପରିବାର ବର୍ଗ ମାଡ଼ ମାରିଥିଲେ । ତାଙ୍କ ମୋବାଇଲ ଓ ପାଖରେ ଥିବା ୫୦୦୦ ଟଙ୍କା, ଏକ ସୁନା ଚେନ ଛଡାଇ ନେଇଥିଲେ । ଗୋଟିଏ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରାଯାଇଥିଲା । ଓଲଟି ଟାଉନ ଥାନା ପୋଲିସକୁ ଡାକି କିନ୍ନରଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ପୋଲିସ ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିଲା। କିନ୍ନରଙ୍କ ଘର ବଡ଼ବଜାର ଥାନା ଅଞ୍ଚଳରେ ହୋଇଥିବା ଯୋଗୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ମହିଳା ଥାନାକୁ ଯାଇଥିଲେ । ନିରାଶ ହୋଇ ଶେଷରେ ସେ ସୋମବାର ବ୍ରହ୍ମପୁର ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏସ୍ପିଙ୍କ ଅନୁପସ୍ଥିତିରେ ଅଭିଯୋଗପତ୍ର ଅତିରିକ୍ତ ଏସ୍ପି ଅସୀମ ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିବା କିନ୍ନର ଜଣକ ପ୍ରକାଶ କରିଛନ୍ତି।
BREAKING NEWS
- Republic Day: ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
- Triple Murder: ଗୋଟିଏ ପରିବାରର ୩ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
- ଆସନ୍ତା ୨୮ ତାରିଖରେ ଓଡ଼ିଶା ବନ୍ଦ
- ଶୁଭାଂଶୁ ଶୁକ୍ଳାଙ୍କୁ ଅଶୋକ ଚକ୍ର ପ୍ରଦାନ…
- Khandagiri Jatra:ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ୧୪ ନିୟମ ଜାରି କଲା ଖଣ୍ଡଗିରି ପୋଲିସ
- Padma Awards 2026: ଦିବଙ୍ଗତ ଅଭିନେତା ଧର୍ମେନ୍ଦ୍ର, ସିବୁ ସୋରେନ, ରୋହିତ ଶର୍ମାଙ୍କୁ ପଦ୍ମଶ୍ରୀ…
- କିଟ୍ ଓ କିସର ମିନି ମାରାଥନ; ଶାଢ଼ି ପିନ୍ଧି ଦୌଡ଼ିଲେ ୬ ହଜାର ମହିଳା
- ‘ଫିଙ୍ଗର ଅନ୍ ଦି ଟ୍ରିଗର’; ଯୁଦ୍ଧ ମୁହାଁ ଆମେରିକା-ଇରାନ
- ବରିଷ୍ଠ ସାମ୍ବାଦିକ ମାର୍କ ଟୁଲିଙ୍କ ଦେହାନ୍ତ; ଭାରତରେ ବିତାଇଥିଲେ…
- ନବସୃଜନ ଉପରେ ଗୁରୁତ୍ୱ ଦେବାକୁ ପିଲାଙ୍କୁ ପ୍ରେରଣା ଦେଲେ ମୁଖ୍ୟମନ୍ତ୍ରୀ
Comments are closed.