ବ୍ରହ୍ମପୁର: ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା ନେଇ ଜଣେ କିନ୍ନର ସୋମବାର ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି। ୧୯ ବର୍ଷୀୟ ଏହି କିନ୍ନରଙ୍କ ଅଭିଯୋଗ ହେଲା, ଗତ ପ୍ରାୟ ଏକ ବର୍ଷ ପୂର୍ବେ ବିଜିପୁର ଅଞ୍ଚଳର ଜଣେ ୨୨ ବଷୀୟ ଯୁବକଙ୍କ ସହ ସୋସିଆଲ ମିଡ଼ିଆରେ ସଂପର୍କ ସୃଷ୍ଟି ହୋଇଥିଲା। କିଛି ଦିନ କଥାବାର୍ତ୍ତା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା । ଏପରିକି ଯୁବକ ଜଣଙ୍କ ତାଙ୍କ ଆଇନଗତ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା କିନ୍ନର ଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ତେବେ ପ୍ରେମ କରିବାର ବର୍ଷେ ପରେ ସଂପୃକ୍ତ ଯୁବକ ଜଣଙ୍କ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିବା ଜାଣିବାକୁ ପାଇଥିଲେ । ଏକଥା କିନ୍ନର ଜଣକ ଜାଣିପାରି ବିବାହ ପାଇଁ କହିଥିଲେ । ଗତ ୯ ତାରିଖରେ ଯୁବକ ଜଣକ ତାଙ୍କ ଘରକୁ ଡାକିଥିଲେ । ଘରେ ପହଞ୍ଚିବା ପରେ କିନ୍ନରଙ୍କୁ ଯୁବକ ଏବଂ ତାଙ୍କ ପରିବାର ବର୍ଗ ମାଡ଼ ମାରିଥିଲେ । ତାଙ୍କ ମୋବାଇଲ ଓ ପାଖରେ ଥିବା ୫୦୦୦ ଟଙ୍କା, ଏକ ସୁନା ଚେନ ଛଡାଇ ନେଇଥିଲେ । ଗୋଟିଏ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଭାଇରାଲ୍ କରାଯାଇଥିଲା । ଓଲଟି ଟାଉନ ଥାନା ପୋଲିସକୁ ଡାକି କିନ୍ନରଙ୍କୁ ହସ୍ତାନ୍ତର କରିଦିଆଯାଇଥିଲା। ପୋଲିସ ଅଟକ ରଖିବା ପରେ ଛାଡ଼ି ଦିଆଯାଇଥିଲା। କିନ୍ନରଙ୍କ ଘର ବଡ଼ବଜାର ଥାନା ଅଞ୍ଚଳରେ ହୋଇଥିବା ଯୋଗୁ ସେ ଥାନାର ଦ୍ବାରସ୍ଥ ହୋଇଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ମହିଳା ଥାନାକୁ ଯାଇଥିଲେ । ନିରାଶ ହୋଇ ଶେଷରେ ସେ ସୋମବାର ବ୍ରହ୍ମପୁର ଏସ୍ପିଙ୍କ ଦ୍ବାରସ୍ଥ ହୋଇଥିଲେ । ଏସ୍ପିଙ୍କ ଅନୁପସ୍ଥିତିରେ ଅଭିଯୋଗପତ୍ର ଅତିରିକ୍ତ ଏସ୍ପି ଅସୀମ ପଣ୍ଡାଙ୍କୁ ପ୍ରଦାନ କରିଥିଲେ । ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସେ ପ୍ରତିଶ୍ରୁତି ଦେଇଥିବା କିନ୍ନର ଜଣକ ପ୍ରକାଶ କରିଛନ୍ତି।
BREAKING NEWS
- ଆଇଆଇଟି ରୁର୍କିରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ, ମିଳିଲା ସୁଇସାଇଡ୍ ନୋଟ୍, ଘୁଂଚିଲା ପରୀକ୍ଷା
- ବ୍ୟକ୍ତିଗତ ଫୋନ୍ ନମ୍ବର ଦେଲେ ଆର୍ଡିସି;ଦୁଇ ଦିନରେ ଆସିଲାଣି ୧୫୦ରୁ ଅଧିକ ଅଭିଯୋଗ
- ‘13-Year-Old Girl MASTERMIND’ ଇନଷ୍ଟାରେ ୨ମାସର ମର୍ଡର ପ୍ଲାନ୍, ଆଇଫୋନ୍ ଓ ବାଇକ୍ ପାଇଁ ୩ସାଙ୍ଗଙ୍କ ସହ ମିଶି ଜେଜେବାପାକୁ ହତ୍ୟା…
- କିସ୍ ବିଶ୍ୱବିଦ୍ୟାଳୟର ୬ଷ୍ଠ ବାର୍ଷିକ ସମାବର୍ତ୍ତନ ଅନୁଷ୍ଠିତ…
- ସାରା ରାଜ୍ୟରେ ଶୀତର ପ୍ରକୋପ, ସିମିଳିଗୁଡାରେ ୧୨.୨°…
- ମାଆକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ, ପରେ ଛାତରୁ ଡେଇଁ ନବମ ଶ୍ରେଣୀ ଛାତ୍ର ମୃତ !
- ଡାଲି ଛୁଙ୍କରେ ୨୪ କ୍ୟାରେଟ ସୁନା, ପ୍ରସ୍ତୁତି ପାଇଁ ୩ ଦିନ…
- ୨ SOPଙ୍କ ହତ୍ୟା ମାମଲା: ଜାରି ହେଲା ୩ ଆତଙ୍କବାଦୀଙ୍କ ପୋଷ୍ଟର, ସୂଚନା ଦେଲେ ମିଳିବ ୩୦ ଲକ୍ଷ ଟଙ୍କାର ପୁରସ୍କାର
- କୋଠା ନିର୍ମାଣ ଯୋଜନା ଅନୁମୋଦନରେ ବିଳମ୍ବ ହେଲେ କାର୍ଯ୍ୟାନୁଷ୍ଠାନ: ଓଡ଼ିଶା ସରକାରଙ୍କ କଡ଼ା ଚେତାବନୀ
- ବିହାରରୁ ବେଙ୍ଗଲ୍, ବାଘୁଣୀର ସଂଘର୍ଷପୂର୍ଣ୍ଣ ଯାତ୍ରା, ‘ଡୁଆର୍ସ ରାଣୀ’କୁ ସୁହାଉନି ନୂଆ ଠିକଣା
Comments are closed.