Latest Odisha News

BREAKING NEWS

କରୋନାରେ ଆକ୍ରାନ୍ତ ହେଲେ ପିଆଇବି ଡିଜି

ନୂଆଦିଲ୍ଲୀ: ପ୍ରେସ ଇନଫରମେସନ୍ ବ୍ୟୁରୋ (ପିଆଇବି)ର ମୁଖ୍ୟ ମହାନିର୍ଦ୍ଦେଶକ କେ.ଏସ୍ ଧତାଭାଲିଆଙ୍କ କରୋନା ଟେଷ୍ଟ ରିପୋର୍ଟ ରବିବାର ଦିନ ପଜିଟିଭ୍ ବାହାରିବା ପରେ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା।

ଦି ହିନ୍ଦୁରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ଜୁନ୍ ୩ ତାରିଖରେ ଶ୍ରୀ ଧତାଭାଲିଆ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ପ୍ରକାଶ ଜାଭଡେକରଙ୍କ ସହ ଏକାଠି ଏକ ବୈଠକରେ ନଜର ଆସିଥିଲେ । ଯେଉଁଥିରେ ସେମାନେ ଏକ ପ୍ରେସ୍ ସମ୍ମିଳନୀ କରିଥିଲେ ।

ଏଭଳି ଖବର ମିଳିବା ପରେ ତାଙ୍କ କାର୍ଯ୍ୟାଳୟ ତଥା ନ୍ୟାସନାଲ ମିଡିଆ କେନ୍ଦ୍ରକୁ ସିଲ୍ କରାଯାଇଛି ଏବଂ ସାନିଟାଇଜ ହେବାପରେ ପୁନଃ ଖୋଲାଯିବ ବୋଲି ଜଣାପଡିଛି।

ତେବେ ତାଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବାର ଆଶଙ୍କା କରାଯାଉଥିବା ବେଳେ ନେଇ ଉକ୍ତ ରିପୋର୍ଟରେ ସୂଚନା ଦିଆଯାଇଛି ।

Comments are closed.