Latest Odisha News

ଟ୍ରକକୁ ପିଟିଲା ଭ୍ୟାନ; ୩ ଶୁଖୁଆ ବ୍ୟବସାୟୀ ମୃତ, ୬ ଗୁରୁତର

କଟକ: ସକାଳୁ ସକାଳୁ  ଚଣ୍ଡିଖୋଲ – ପାରାଦ୍ୱୀପ ୫୩ ନଂ ଜାତୀୟ ରାଜପଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ।

ସକାଳୁ ସକାଳୁ ୭ ଜଣ ଶୁଖୁଆ ବେପାରୀ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ପାରାଦୀପ ଅଭିମୁଖେ ଯାଉଥିଲେ। ଡ୍ରାଇଭରଙ୍କ ସମେତ ୨ ଜଣ ଭ୍ୟାନ  ଭ୍ୟାନ୍‌ ଭିତରେ  ବସିଥିବାବେଳେ ଅନ୍ୟମାନେ ଡାଲାରେ ବସିଥିଲେ ।  ଭ୍ୟାନଟି ଦ୍ରୁତ ଗତିରେ ଆସୁଥିବାବେଳେ  ଚାରିନଙ୍ଗଲ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ୖହୋଇଥିବା  ଏକ ଆଇରନ୍‌ ବୋଝେଇ ଟ୍ରକ୍‌କୁ ଧକ୍କା ଦେଇଥିଲା ।

ଧକ୍କା ଏତେ ଜୋରରେ ହୋଇଥିଲା ଯେ,  ଗାଡ଼ିରେ ଥିବା ଲୋକେ ଛିଟିକି ଦୂରରେ ପଡ଼ିଥିଲେ। ଭ୍ୟାନଟି ସମ୍ପୂର୍ଣ୍ଣ ଚେପା ହୋଇ ଯାଇଥିଲା । ଫଳରେ  ଗାଡ଼ି ଭିତରେ  ଜଣେ ବ୍ୟକ୍ତି ଚାପି ହୋଇ ଯାଇଥିଲେ ଏବଂ ତାଙ୍କର  ଘଟଣାସ୍ଥଳରେ  ମୃତ୍ୟୁ ହୋଇଥିଲା  ।

୮ ଜଣ ଗୁରୁତରଙ୍କୁ  ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ   ଉଦ୍ଧାର କରି ପ୍ରଥମେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ପରେ ସମସ୍ତଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨ ମହିଳା ଶୁଖୁଆ ବେପାରୀଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।

Comments are closed.