Latest Odisha News

BREAKING NEWS

୪ ଘଣ୍ଟାରେ ୪୧ ଛୁଆ ଜନ୍ମ ଦେଲା ଘୁଷୁରି

ବ୍ରାଜିଲ: ମାଆ ହେବାର ଅନୁଭବ ସ୍ୱତନ୍ତ୍ର । ସେ ମଣିଷ ହୁଅନ୍ତୁ ବା ପଶୁ ସମସ୍ତଙ୍କ ପାଇଁ ଏହା ମହାର୍ଘ୍ୟ ଅନୁଭୂତି ଆଣେ । ମହାଭାରତର କଥା ଯଦି ଆମେ ଅବତାରଣା କରିବା ତେବେ ଗାନ୍ଧାରୀ ବି ଶହେ ସନ୍ତାନର ମାଆ ହୋଇପାରିଥିଲେ । ଏବେ ମଣିଷଙ୍କ କ୍ଷେତ୍ରରେ ଏହା ସମ୍ଭବ ନ ଥିବା ବେଳେ ପଶୁ ଓ ଜୀବଜନ୍ତୁମାନେ ଏକାଥରକେ ସଂଖ୍ୟାଧିକ ଛୁଆର ମାଆ ହୋଇପାରନ୍ତି । ଏବେ ବ୍ରାଜିଲ୍‌ରେ ଏକ ଘୁଷୁରୀ ୪ ଘଣ୍ଟାରେ ୪୧ଟି ଛୁଆର ମାଆ ହୋଇଛି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।

ସାଧାରଣତଃ ଗୋଟେ ଘୁଷୁରୀ ଏକାଥରକେ ୧୨ ରୁ ୧୪ ପିଲା ଜନ୍ମ ଦେଇପାରନ୍ତି । କିନ୍ତୁ ଏହି ଘୁଷୁରୀ ୪୧ ଟି ଛୁଆ ଜନ୍ମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦକ୍ଷିଣ ବ୍ରାଜିଲର ଫ୍ୟାକ୍ସିନୋଲ ଡ଼ୋସ୍ ଗେଡେସରେ ରହୁଥିବା ଜଣେ ଚାଷୀ ଏର୍ନି ଫୁନିନିବୋହ ଘୁଷୁରୀ ପାଳିଥିଲେ । ନିକଟରେ ତାଙ୍କ ଫାର୍ମରେ ଥିବା ଏକ ଘୁଷୁରୀ ସକାଳ ପ୍ରାୟ ୯ ଟା ୫୦ ସମୟରେ ପ୍ରଥମ ଛୁଆକୁ ଜନ୍ମ ଦେଇଥିଲା । ଏହା ପରେ ଗୋଟେ ପରେ ଗୋଟେ କରି ୪ ଘଣ୍ଟାରେ ମୋଟ ୪୧ଟି ଛୁଆକୁ ଜନ୍ମ ଦେଇଥିଲା, ଯାହାକୁ ଦେଖି ନିଜେ ଏର୍ନି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏର୍ନି କହିଛନ୍ତି ଯେ, ଏମିତିି ଘଟଣା ବହୁତ କ୍ୱଚିତ୍ ଦେଖିବାକୁ ମିଳେ । ଆଜି ପର୍ଯ୍ୟନ୍ତ ଘୁଷୁରୀ ଏତେ ଛୁଆ ଜନ୍ମ ଦେବା ଶୁଣି ନ ଥିଲେ । ମା ଏତେ ଛୁଆକୁ କ୍ଷୀର ଦେବା ସମ୍ଭବ ନୁହେଁ । ତେଣୁ ସେମାନଙ୍କୁ ବାହାର କ୍ଷୀର ଦେବାକୁ ପଡ଼ିବ ।

Leave A Reply

Your email address will not be published.