Latest Odisha News

BREAKING NEWS

ଜଙ୍ଗଲ ନିଆଁକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲ ଜଳୁଛି । ନିଆଁ ଲିଭାଇବା କାମରେ ଲାଗିଛନ୍ତି ବନ ବିଭାଗ, ଅଗ୍ନିଶମ ବାହିନୀ ସହ ଓଡ୍ରାଫ ଟିମ୍ । ଜଙ୍ଗଲରେ ଅଗ୍ନିକାଣ୍ଡ ନେଇ ହାଇକୋର୍ଟରେ ଦାୟର ହୋଇଛି ଜନସ୍ୱାର୍ଥ ମାମଲା । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର ହୋଇଛି ।

ଆବେଦନକାରୀ ପିଟିସନରେ ଉଲ୍ଲେଖ କରିଛନ୍ତି, ଜଙ୍ଗଲ ଜଳିବା ଯୋଗୁ ଜଳବାୟୁ ପ୍ରଭାବିତ ହେବା ଆଶଙ୍କା ରହିଛି । ବନ୍ୟଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି । ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ନିଆଁ ଲିଭାଇବା ସହ ଉପଯୁକ୍ତ ପଦକ୍ଷେପ ନେବାକୁ ଆବେଦନ କରାଯାଇଛି । ମାମଲାରେ ରାଜ୍ୟ ଜଙ୍ଗଲ ବିଭାଗ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave A Reply

Your email address will not be published.